Posted inଖେଳ

ମେସି କଲେ ବଡ଼ ଘୋଷଣା

ଦୋହା,୧୯।୧୨: ଆର୍ଜେଣ୍ଟିନା ତାରକା ଲିଓନେଲ ମେସି ନିଜ ଜୀବନର ସ୍ବପ୍ନକୁ ପୂରଣ କରିଚନ୍ତି। ସେ ଦେଶକୁ ଫିଫା ବିଶ୍ୱକପ ଜିତାଇଛନ୍ତି। ଏହି ବିଜୟ ପରେ ସେ ନିଜ ଦେଶ ପାଇଁ ଖେଳିବା ଜାରି ରଖିବାକୁ ଶପଥ ନେଇଛନ୍ତି। ମେସି କହିଛନ୍ତି, ମୁଁ ଏହି ଟ୍ରଫିକୁ ଆର୍ଜେଣ୍ଟିନାକୁ ନେଇ ଅନ୍ୟମାନଙ୍କ ସହ ଉପଭୋଗ କରିବାକୁ ଚାହୁଁଛି। ମୁଁ ଏବେ ବିଶ୍ୱ ଚାମ୍ପିଅନ ଭାବରେ ଖେଳିବାକୁ ଚାହୁଁଛି। ମେସିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ରବିବାର ହାଇଭୋଲଟେଜ ଫାଇନାଲରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ୪-୨ରେ ପରାସ୍ତ କରିଛି।
ଫାଇନାଲ ପୂର୍ବରୁ କୁହାଯାଇଥିଲା ଯେ, ୩୫ ବର୍ଷୀୟ ମେସି ତାଙ୍କର ୧୭୨ ତମ ତଥା ଶେଷ ବିଶ୍ୱକପ ମ୍ୟାଚ ଖେଳିବେ। ୨୦୨୨ ବିଶ୍ୱକପ ଫାଇନାଲ ତାଙ୍କର ଶେଷ ମ୍ୟାଚ ହେବ ବୋଲି ମେସି ମଧ୍ୟ କହିଥିଲେ। ସେ କହିଥିଲେ, ମୁଁ ବହୁତ ଖୁସି ଅନୁଭବ କରୁଛି ଯେ ମୁଁ ଏହା ହାସଲ କରିଛି ଏବଂ ଫାଇନାଲ ଖେଳି ମୋର ବିଶ୍ୱକପ ଯାତ୍ରା ଶେଷ କରିବି।
କତାରରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିଛି। ଫଳରେ ଆର୍ଜେଣ୍ଟିନା ୩୬ ବର୍ଷ ପରେ ବିଶ୍ୱକପ ଜିତିବାରେ ସକ୍ଷମ ହୋଇଛନ୍ତି। ଏହାପୂର୍ବରୁ ୧୯୭୮ ଏବଂ ୧୯୮୬ ପରେ ତୃତୀୟ ଥର ପାଇଁ ଟାଇଟଲ ଜିତିଛି ଆର୍ଜେଣ୍ଟିନା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲି, ଆମଲାଙ୍କ ରେକର୍ଡ ଭାଙ୍ଗିଲେ

କରାଚୀ,୧।୪: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ପାଇଁ ରେକର୍ଡ ବ୍ରେକିଂ ସାବ୍ୟସ୍ତ ହୋଇଛି। ପ୍ରଥମ ଦିନିକିଆରେ ଦ୍ରୁତତମ ବ୍ୟାଟର ଭାବେ ୪...

ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି ଏହି କ୍ରିକେଟର୍‌

ଦୁବାଇ,୩।୧୦: ଆଜି ଟି -୨୦ ବିଶ୍ୱକପରେ ଭାରତ ଆଫଗାନିସ୍ତାନକୁ ଭେଟିବ। ସେମିଫାଇନାଲ ଆଶାକୁ ବଞ୍ଚାଇ ରଖିବା ପାଇଁ ଟିମ ଇଣ୍ଡିଆକୁ ଯେକୌଣସି ଭାବରେ ଏହି ମ୍ୟାଚ...

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ୮ ଓ୍ବିକେଟରେ ଏସ୍‌ଆର୍‌ଏଚ୍‌ ବିଜୟୀ…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ ତମ ସଂସ୍କରଣରେ ୧୭ତମ ମ୍ୟାଚ୍‌ରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୮ ଓ୍ବିକେଟରେ...

ଫେରିଲେ ଧୋନୀ

ନୂଆଦିଲ୍ଲୀ,୧୭।୮- ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଜମ୍ମୁ-କଶ୍ମୀରରେ ୨ ସପ୍ତାହ ଧରି ଆର୍ମି ଯବାନଙ୍କ ସହ ଟ୍ରେନିଂ ଓ ଡ୍ୟୁଟି କରିବା ପରେ ନୂଆଦିଲ୍ଲୀ...

ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ,୨୭।୯: ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଟିମ୍‌ର ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେଉଛନ୍ତି। ପ୍ରଥମରୁ ରବିନ୍ଦ୍ର ଜାଡେଜା, ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇଥିବା ବେଳେ...

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଉଦ୍‌ଘାଟିତ

ଭୁବନେଶ୍ୱର, ୧୨।୧୦ (କ୍ରୀଡ଼ା ପ୍ରତିନିଧି): ଭାରତ ଏବଂ ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ଦେଶରେ ପ୍ରଥମଥରପାଇଁ ଆୟୋଜିତ ହୋଇଛି ୧୭...

ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ:  ଭାରତୀୟ ମହିଳା ଦଳର ଦମଦାର ବିଜୟ

ଭୁବନେଶ୍ୱର, ୧\୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍ଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ ହକିର ମହିଳା ବିଭାଗ ମ୍ୟାଚରେ ଭାରତ ୫-୧ ଗୋଲରେ ଆମେରିକାକୁ ପରାସ୍ତ...

ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଧୋନୀ କିଛି ସମୟ ନେବେ: ଫ୍ଲେମିଂ

ଶାରଜା,୨୪।୯(ପି.ଟି.): ଶ୍ରେଷ୍ଠ ଫିନିଶର ଭାବେ ଜଣାଶୁଣା ଥିବା ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ପ୍ରଶଂସକମାନେ ସବୁବେଳେ ବହୁତ ଆଶା ରଖିଥାନ୍ତି।...

Advertisement
Archives

Model This Week