‘ଯୁବବର୍ଗ ଉଦ୍ୟୋଗ କ୍ଷେତ୍ରରେ ନେତୃତ୍ବ ନେବା ଆବଶ୍ୟକ’

ଭୁବନେଶ୍ୱର, ୧୯।୧୨: ରାଜ୍ୟରେ ଯୁବ ଉଦ୍ୟୋଗୀ ସୃଷ୍ଟି କରିବା ସାଙ୍ଗକୁ ନୂଆ ନୂଆ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରି ଉଭୟ ବେକାରି ଦୂରୀକରଣ ଓ ଅର୍ଥନୈତିକ ବିକାଶ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଷ୍ଟାର୍ଟ ଅପ୍‌ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏପରିକି ସ୍ଥାନୀୟ ଚନ୍ଦକା ଶିଳ୍ପାଞ୍ଚଳସ୍ଥିତ ଓ-ହବ୍‌ଠାରେ ଷ୍ଟାର୍ଟଅପ୍‌ ଓଡ଼ିଶାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ଭାରତ ମାନଚିତ୍ରରେ ପ୍ରତିଷ୍ଠିତ କରିବାକୁ ହେଲେ ଯୁବବର୍ଗ ଆଗେଇ ଆସିବାକୁ ହେବ। ଏପରିକି ଯୁବବର୍ଗ ତାଙ୍କର ସୃଜନଶୀଳ ପ୍ରତିଭା ଏବଂ ବୁଦ୍ଧିମତ୍ତାକୁ ପ୍ରୟୋଗ କରି ଉଦ୍ୟୋଗୀ ହେବା ଆବଶ୍ୟକ ବୋଲି ସେ କହିଥିଲେ ା ଏହି ଅବସରରେ ଷ୍ଟାର୍ଟଅପ୍‌ ଓଡ଼ିଶାର ନିର୍ବାହୀ ଅଧ୍ୟକ୍ଷ ଡ. ଓମ୍‌କାର ରାଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ବରେ ଆଜି ଷ୍ଟାର୍ଟଅପ୍‌ ଓଡ଼ିଶା ରାଜ୍ୟରେ ଏକ ପ୍ରମୁଖ ଇନକ୍ୟୁବେଟର ପ୍ରତିଷ୍ଠା କରିବା ସହ ଏକ ଉତ୍ତମ ଷ୍ଟାର୍ଟଅପ୍‌ ପରିମଣ୍ଡଳ ସୃଷ୍ଟି ହୋଇ ପାରିଥିବା କହିଥିଲେ।

ବର୍ତ୍ତମାନ ରାଜ୍ୟରେ ୧୪୫୦ଟି ଷ୍ଟାର୍ଟଅପ୍‌ ବିଭିନ୍ନ କ୍ଷେତ୍ରରେ ହୋଇପାରିଥିବା ବେଳେ ୨୫ଟି ଇନକ୍ୟୁବେଟର ପ୍ରତିଷ୍ଠା ହୋଇ ବିଭିନ୍ନ ପ୍ରକାରର ଉତ୍ପାଦ ତିଆରି କରି ପାରୁଥିବା ସେ ମତପ୍ରକାଶ କରିଥିଲେ ା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଥିଲେ ଯେ ଷ୍ଟାର୍ଟଅପ୍‌ର ବିକାଶ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ଦେବାକୁ ପ୍ରସ୍ତୁତ ା ଆଗକୁ ଏକ ସ୍ବଚ୍ଛ ନୀତି ପ୍ରଣୟନ କରାଯିବ, ଯାହା ଏହି ଉଦ୍ୟମକୁ ତ୍ବରିତ ଭାବେ ଷ୍ଟାର୍ଟଅପ୍‌ ସୁସ୍ଥ ପରିମଣ୍ଡଳ ସୃଷ୍ଟି କରିପାରିବ ବୋଲି ସେ କହିଥିଲେ ା ଏହି ପରିପ୍ରେକ୍ଷୀରେ ଓ-ହବ୍‌ ବୁକ୍‌ଲେଟ୍‌ ଉନ୍ମୋଚନ କରାଯାଇଥିଲା ା ଉକ୍ତ ବୁକ୍‌ଲେଟ୍‌ରେ ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାହାଣୀ ସହ ଓ-ହବ୍‌ ଦ୍ବାରା କରାଯାଇଥିବା କାର୍ଯ୍ୟଗୁଡ଼ିକ ବିସ୍ତୃତ ଭାବେ ବ୍ୟାଖ୍ୟା କରାଯାଇଛି ା ଏଥିସହିତ ମେଣ୍ଟର କନେକ୍ଟ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରାଯାଇଥିଲା ା ଫଳରେ ବିଶେଷଜ୍ଞମାନଙ୍କ ଦ୍ବାରା ଉପଯୁକ୍ତ ସହଯୋଗ ମିଳିପାରିବ ା ପରେ ଅତିଥିମାନେ ଉପସ୍ଥିତ ଷ୍ଟାର୍ଟଅପ୍‌, ଉଦ୍ୟୋଗୀ ଏବଂ ଇନକ୍ୟୁବେଟରମାନଙ୍କ ସହ ମତ ବିନିମୟ କରିଥିଲେ ା ଯୁବ ଉଦ୍ୟୋଗୀମାନଙ୍କୁ ତାଙ୍କର ସୃଜନଶୀଳତାର ପରିପ୍ରକାଶ କରିବା, ଯୁବବର୍ଗଙ୍କୁ ସ୍ବାବଲମ୍ବୀ କରାଇବା ଏବଂ ନୂତନ ଜ୍ଞାନକୌଶଳ ପ୍ରୟୋଗରେ ନୂଆ ଉପକରଣ ବିକଶିତ କରିବା ଆଦି ଲକ୍ଷ୍ୟ ରଖି ରାଜ୍ୟ ସରକାର ଭୁବନେଶ୍ବରଠାରେ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମିର ବିକାଶ କରୁଛନ୍ତି ା ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ-ହବ୍‌ର ଶୁଭ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri