Posted inଜାତୀୟ

ଶାହା ବଡ଼ ପଦବୀ ଦେବାର ପ୍ରତିଶ୍ରୁତି ଦେଇଥିଲେ, ଶେଟାର କଂଗ୍ରେସରେ ଯୋଗଦେବା ନେଇ କହିଲେ ବୋମ୍ମାଇ…

ବେଙ୍ଗାଲୁରୁ,୧୭।୪ : କର୍ନାଟକ ବିଧାନସଭା ର୍ନିବାଚନ ପୂର୍ବରୁ ହୁବଲି-ଧରୱାଡ ସେଣ୍ଟ୍ରାଲର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟାର ରବିବାର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏନେଇ ତାଙ୍କ ନିଷ୍ପତ୍ତି ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କୁ ଦଳ ସହ ଜଡିତ ରଖିବା ପାଇଁ ଏକ ବଡ ପଦବୀ ପ୍ରତିଶୃତି ଦେଇଥିଲେ। ମାତ୍ର ସୋମବାର ସେ କଂଗ୍ରେସରେ ଯୋଗଦେଇଥିଲେ।

ଏନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କହିଛନ୍ତି ଜଗଦୀଶ ଶେଟାର ଏହି ଅଞ୍ଚଳର ଜଣେ ବରିଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ନେତା। ସେ ସଳ ସହିତ ରହିଥିଲେ ଭଲ ହୋଇଥାନ୍ତା।

ଏହାପୂର୍ବରୁ ଶେଟାର ଅଭିଯୋଗ କରିଥିଲେ, କର୍ନାଟକରେ କିଛି ଭାଜପା ନେତା ଦଳକୁ ଭୁଲ ମାର୍ଗରେ ପରିଚାଳନା କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ବୋମ୍ମାଇ ଶେଟାରଙ୍କୁ ତାଙ୍କ ହୁବଲି ସ୍ଥିତ ବାସଭବନରେ ଭେଟିବାକୁ ଯାଇଥିଲେ। ତାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦେବା ବ୍ୟତୀତ ଶେଟାରକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରିବା ସମ୍ପର୍କରେ କହିଥିଲେ। କିନ୍ତୁ ଶେଟାର ରାଜି ହୋଇ ନ ଥିଲେ। ଭାଜପା ସୂତ୍ର ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରେ ଦଳର ବରିଷ୍ଠ ନେତାମାନେ ମଧ୍ୟ ଶେଟାରଙ୍କୁ ଭେଟି ତାଙ୍କୁ ରାଜ୍ୟପାଳ କିମ୍ବା କେନ୍ଦ୍ର ମନ୍ତ୍ରୀ ପଦ ପ୍ରଦାନ କରିବା ବିଷୟରେ କହିଥିଲେ କିନ୍ତୁ ଶେଟାର ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଶେଟାର କହିଥିଲେ ମୁଁ କେବଳ ମୋ ନିର୍ବାଚନମଣ୍ଡଳୀରେ ଜଣେ ବିଧାୟକ ଭାବରେ କାମ କରିବାକୁ ଚାହୁଁଛି। ଏହା ବ୍ୟତୀତ ମୁଁ କୌଣସି ବଡ ପଦବୀ ପାଇଁ ଇଚ୍ଛା କରେ ନାହିଁ। ମୁଁ ବର୍ତ୍ତମାନ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ସେମାନେ ମୋତେ ଟିକେଟ ମଧ୍ୟ ଦେଲେ ବି ମୁଁ ମୋର ନିଷ୍ପତ୍ତି ପରିବର୍ତ୍ତନ କରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ଦିନରେ ଦୁଇଟି ବଦଳି ଅର୍ଡର, ଶିକ୍ଷାବିତ୍‌ ମହଲରେ ଅସନ୍ତୋଷ

ଡେରାବିଶ, ୮ା୮(ବେବର୍ତ୍ତା ଅଜୟ ଦାସ): ରାଜ୍ୟ ଗଣଶିକ୍ଷା ବିଭାଗର କେନ୍ଦ୍ରାପଡ଼ା ଶିକ୍ଷା ଜିଲାରେ ବିଇଓଙ୍କ ଦୁଇଟି ବଦଳି ଅର୍ଡ଼ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶିକ୍ଷାବିତ୍‌ଙ୍କ ମହଲରେ…

ଧରିତ୍ରୀ ପ୍ରଭାବ: ଦିବ୍ୟାଙ୍ଗଙ୍କ ଘରକୁ ଯାଇ ପଲିଥିନ ଦେଲେ ଆର୍‌ଆଇ

ଲୋଇସିଂହା,୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନ୍‌ଏସି ଅଧୀନର ୨ଜଣ ଦିବ୍ୟାଙ୍ଗ ଲୋଇସିଂହା ଢୋଲମହୁଲର କାଳିଆ ବଗର୍ତ୍ତି ଓ ବାଞ୍ଜିପାଲି ଗ୍ରାମର ସେବକ ସାହୁଙ୍କ ଦୃଷ୍ଟିହୀନ ସ୍ତ୍ରୀ ଲୋଇସିଂହା…

‘ମୁଁ ବାବା ବାଗେଶ୍ୱର ନୁହେଁ…’: କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT) ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି…

ଖେଳୁଖେଳୁ ପୋଖରୀରେ ବୁଡ଼ିଗଲା ଶିଶୁପତ୍ର, ପରିବାର ଲୋକଙ୍କୁ ବିଧାୟକ ଭେଟି…

ମହାକାଳପଡ଼ା,୮ା୮(ପ୍ରତାପ ଚନ୍ଦ୍ର ସ୍ବାଇ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବରଜ ଗ୍ରାମର ଶଙ୍କର ଦେ’ଙ୍କ ୪ବର୍ଷର ପୁଅ ସଙ୍କେତ ଶୁକ୍ରବାର ପୋଖରୀରେ ବୁଡ଼ି ମୃତ୍ୟୁ…

ଜିଲା ଯୋଜନା ବୋର୍ଡ ସଦସ୍ୟ ହେଲେ ମହେନ୍ଦ୍ର ରଣା: ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା:୮/୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣାଙ୍କୁ ଜିଲା ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରାଯାଇଛି।…

ମୋଦିଙ୍କୁ ଭେଟି ଏତେବଡ଼ କଥା କହିଦେଲେ ରାଘବ ଚଢା, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୮।୮: ରାଜ୍ୟ ସଭା ଏମପି ରାଘବ ଚଢା ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ, ଚଢା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ…

ଉଚ୍ଚଶିକ୍ଷାର ଆଲୋକବର୍ତ୍ତିକା ବାୟାବାବା କଲେଜ, ୧୯ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି…

ମହାକାଳପଡ଼ା, ୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦର ମହକୁମାସ୍ଥିତ ବାୟା ବାବା କଲେଜରେ ୪୯ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ…

‘ହେଲୋ ଅଙ୍କଲ ଅମରିନ୍ଦର…’: ରାହୁଲଙ୍କ ବୟାନ ପଞ୍ଜାବ ରାଜନୀତିକୁ କରିଛି ଉଷ୍ମ; ଜବାବ ଦେଲେ କ୍ୟାପଟେନ

ଚଣ୍ଡିଗଡ଼,୮।୮: ଦିଲ୍ଲୀରେ ଆୟୋଜିତ ‘ଜେନ-ଜେଡ ସମ୍ବାଦ’ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ତାଙ୍କ ପସନ୍ଦର ଭାଜପା ନେତାମାନଙ୍କ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନାମ ନେଇ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri