Posted inଜାତୀୟ

ପ୍ରଧାନମନ୍ତ୍ରୀ-ବାଚସ୍ପତିଙ୍କ ଗୁପ୍ତ ବାର୍ତ୍ତାଳାପ ନେଇ ଗୌରବ ଗୋଗୋଇଙ୍କୁ ଚ୍ୟାଲେଞ୍ଜ ଦେଲେ ଶାହା…

ନୂଆଦିଲ୍ଲୀ,୮।୮ : କଂଗ୍ରେସ ଏମପି ଗୌରବ ଗୋଗୋଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ମଧ୍ୟରେ ଗୁପ୍ତ ବାର୍ତ୍ତାଳାପ ହୋଇଥିବା ବିଷୟରେ ସେ ଜାଣିଥିବା ନେଇ ଦାବି କରିଛନ୍ତି। ଏହାକୁ ନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ଉପୁଜିଛି। ବିର୍ଲାଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଓମ ବିର୍ଲା କୌଣସି ପ୍ରକାରେ କଂଗ୍ରେସ ଏମପିଙ୍କ ଦ୍ୱାରା କରାଯାଇଥିବା ବ୍ୟକ୍ତିଗତ ବାର୍ତ୍ତାଳାପ / ଅନୁରୋଧକୁ ସଂସଦରେ ଲିକ କରିଛନ୍ତି। ପିଏମ ମୋଦି ଏବଂ ଓମ ବିର୍ଲାଙ୍କ ମଧ୍ୟରେ ହୋଇଥିବା ଗୁପ୍ତ ବାର୍ତ୍ତାଳାପ ପ୍ରକାଶ କରିବାକୁ ଗୋଗୋଇ ଧମକ ଦେଇ କହିଛନ୍ତି ଆପଣ ଲୋକସଭାର ସଂରକ୍ଷକ। ଏଭଳି କାର୍ଯ୍ୟ କିଭଳି କରାଗଲା।

କଂଗ୍ରେସ ଏମପି ଦାବି କରିଛନ୍ତି, ଆପଣଙ୍କ କାର୍ଯ୍ୟାଳୟ ଭିତରେ ପ୍ରଧାନମନ୍ତ୍ରୀ ମୋଦି ଯାହା କହିଛନ୍ତି ମୁଁ ସମସ୍ତଙ୍କୁ କହିବି କି? କିନ୍ତୁ ମୁଁ ଏହା କରିବାକୁ ଚାହେଁ ନାହିଁ।

ଗୋଗୋଇ ଏହା କହିବା ପରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ମନ୍ତବ୍ୟକୁ ବିରୋଧ କରି ପ୍ରଧାନମନ୍ତ୍ରୀ ମୋଦି ଏବଂ ଲୋକସଭା ବାଚସ୍ପତିଙ୍କ ମଧ୍ୟରେ ହୋଇଥିବା ଗୁପ୍ତ ବାର୍ତ୍ତାଳାପକୁ ପ୍ରକାଶ କରିବାକୁ ଚ୍ୟାଲେଞ୍ଜ କରିଥିଲେ। ଶାହା କହିଛନ୍ତି, ହଁ, ଆମକୁ ଏସମ୍ପର୍କରେ କୁହନ୍ତୁ, ଏଗୁଡ଼ିକ ଗୁରୁତର ଅଭିଯୋଗ। ଅନ୍ୟ ଜଣେ ଭାଜପା ଏମପି ପ୍ରହ୍ଲାଦ ଯୋଶୀ କହିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଲୋକସଭା ବାଚସ୍ପତିଙ୍କ ବିଷୟରେ ଗୌରବ ଗୋଗୋଇ ନିରର୍ଥକ ମନ୍ତବ୍ୟ ଦେଇ ପାରିବେ ନାହିଁ। ଗୌରବ ଗୋଗୋଇ ଓମ ବିର୍ଲାଙ୍କୁ କହିଛନ୍ତି ଆମେ ଆପଣଙ୍କ ସହ ଆମର ବ୍ୟକ୍ତିଗତ ବାର୍ତ୍ତାଳାପକୁ ବ୍ୟକ୍ତିଗତ ରଖିବାକୁ ଚେଷ୍ଟା କରୁଛୁ। ଓମ ବିର୍ଲା ଏହି ଘଟଣାରେ ହସ୍ତକ୍ଷେପ କରି କହିଛନ୍ତି ଆମେ ଏପରି ମନ୍ତବ୍ୟ ଦେବା ଉଚିତ ନୁହେଁ ଯାହା ତଥ୍ୟ ଏବଂ ସତ୍ୟ ଉପରେ ଆଧାରିତ ନୁହେଁ। ଯେତେବେଳେ ପ୍ରହ୍ଲାଦ ଯୋଶୀ ଲୋକସଭାରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ବିକଳ୍ପ ଆଣିବାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଉପହାସ କରିଥିଲେ ସେତେବେଳେ ଗୋଗୋଇ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ବାସ୍ତବରେ ପ୍ରହ୍ଲାଦ ଯୋଶୀ କହିଥିଲେ, ଆମକୁ ସୂଚନା ମିଳିଛି ଗୌରବ ଗୋଗୋଇଙ୍କ ସ୍ଥାନରେ ରାହୁଲ ଗାନ୍ଧୀ କହିବେ। କଣ ହେଲା ସାର୍‌!? ତାଙ୍କଠାରୁ ଶୁଣିବାକୁ ଆମେ ଉତ୍ସାହିତ ଥିଲୁ। ସେ ଏଠାରେ କାହିଁକି ନାହାଁନ୍ତି? ଏହା ପରେ ଗୌରବ ଗୋଗୋଇ ଅନୁମାନ କରିଥିଲେ ଓମ ବିର୍ଲା ପ୍ରହ୍ଲାଦ ଯୋଶୀଙ୍କୁ ଏନେଇ ସୂଚନା ଦେଇଛନ୍ତି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଦର୍ଶାଇଥିଲେ ଏହି ମାମଲା ସର୍ବସାଧାରଣ ଡୋମେନରେ ଅଛି ଏବଂ ଏହା ଏକ ବିଶେଷ ବାର୍ତ୍ତାଳାପ ନୁହେଁ। ତେବେ କଂଗ୍ରେସ ଏମପି ଅମିତ ଶାହାଙ୍କ ଚ୍ୟାଲେଞ୍ଜର ଉତ୍ତର ଦେବାକୁ ଚତୁରତାର ସହ ଏଡ଼ାଇ ଯାଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri