Posted inଜାତୀୟ

ସଲିମ୍‌ଙ୍କ ପାଇଁ ଅଟକି ରହିଛି ଶବନମ୍‌ଙ୍କ ଫାଶୀ

ଲକ୍ଷ୍ନୌ,୨୧।୨: ପ୍ରେମ ପାଇଁ ନିଜ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଫାଶୀଦଣ୍ଡ ହୋଇଥିବା ଶବନମ୍‌ଙ୍କ ପାଇଁ ମୃତ୍ୟୁ ପରଓ୍ବାନା ଜାରିରେ ବିଳମ୍ବ ହେଉଛି। ଏହାର କାରଣ ହେଉଛନ୍ତି ତାଙ୍କ ପ୍ରେମିକ ସଲିମ୍‌। ରାଷ୍ଟ୍ରପତି ଶବନମ୍‌ଙ୍କ ରାଜକ୍ଷମା ଆବେଦନକୁ ପ୍ରତ୍ୟାଖାନ କରିଛନ୍ତି। ସେହିପରି ତାଙ୍କର ପୂନର୍ବିଚାର ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଶବନମ୍‌ଙ୍କ ଫାଶୀ ଦଣ୍ଡାଦେଶରେ ବାଧକ ସାଜିଛି ପ୍ରେମିକ ସଲିମ୍‌ଙ୍କ ରାଜକ୍ଷମା ଆବେଦନ। ଏହା ଏବେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପାଇଁ ପଡ଼ି ରହିଛି। ସଲିମ୍‌ ଶବନମ୍‌ଙ୍କୁ ଗୋଟିଏ ଅପରାଧ ପାଇଁ ଫାଶୀଦଣ୍ଡାଦେଶ କରାଯାଇଛି। ତେଣୁ ଫାଶୀ ଦଣ୍ଡ ଟାଳିବା ଲାଗି ନିର୍ଭୟା କାଣ୍ଡ ଅପରାଧୀଙ୍କ ଭଳି ରାଜକ୍ଷମା ଗୋଟିଏ ଦିନରେ ଦାଖଲ ନ କରି ଭିନ୍ନ ଭିନ୍ନ ଦିନରେ ଆବେଦନ କରାଯାଇଥିବା କୁହାଯାଉଛି। ଶବନମ୍‌ ମଥୁରା ଜେଲରେ ବନ୍ଦ ଥିବାବେଳେ ସଲିମ୍‌ ଆଗ୍ରା ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଛନ୍ତି। ଇତିମଧ୍ୟରେ ଶବନମ୍‌ଙ୍କ ୧୨ ବର୍ଷର ପୁତ୍ର ତାଜ୍‌ ମହମ୍ମଦ ତାଙ୍କ ମା’ଙ୍କୁ ଫାଶୀ ନ ଦେବା ଲାଗି ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ଫଳରେ ଶବନମ୍‌ ଏବଂ ସଲିମ୍‌ଙ୍କ ସମୟ ଏବେ ଆଶା ଓ ଆଶଙ୍କାରେ ବିତୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ମାମଲା କର୍ନାଟକରେ ସର୍ବାଧିକ

ନୂଆଦିଲ୍ଲୀ,୧୯।୯: ଗତବର୍ଷ ଅପେକ୍ଷା ଦେଶରେ ଖୁବ୍‌ ବୃଦ୍ଧି ପାଇଛି ବାଲ୍ୟ ବିବାହ ମାମଲା। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ୨୦୨୦ ରିପୋର୍ଟ। ବାଲ୍ୟ...

କରୋନା ଭୂତାଣୁ ନଷ୍ଟ କରିବା ଲାଗି ରାସ୍ତାରେ ହଳଦୀ-ନିମପତ୍ର ପାଣି ଛିଞ୍ଚିଲେ ଲୋକେ

ରାମନାଥପୁରମ୍‌,୩୦।୩: ଭାରତରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ବହୁ ଅଞ୍ଚଳରେ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ କରାଯାଉଛି। ତେବେ ତାମିଲନାଡୁର ରାମନାଥପୁରମ୍‌...

ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୦।୪ : କରୋନାର ଦ୍ୱିତୀୟ ଲହର ଦେଶକୁ ଏକ ଝଡ଼ ଭଳି ଆଘାତ ଦେଇଛି। ଏହାଦ୍ୱାରା ଦେଶରେ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି। କିନ୍ତୁ ଲକ୍‌ଡାଉନକୁ...

ବାରବାଙ୍କି ସ୍କୁଲ ଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଉ ଭାଜପା: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୮: ଏଥର ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଉତ୍ତର ପ୍ରଦେଶ ବାରବାଙ୍କିର ଜଣେ ସ୍କୁଲ ଛାତ୍ରୀ ସୁରକ୍ଷାକୁ ନେଇ...

ଚାଇନା ସୀମା ଉପରେ ଅଧିକ ନଜର ଆବଶ୍ୟକ: ନୂଆ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୨ା୧: ଚାଇନା ସୀମା ଉପରେ ଅଧିକ ନଜର ରଖାଯିବା ଜରୁରୀ ବୋଲି ନୂଆ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ବୁଧବାର କହିଛନ୍ତି। ସବୁ ସମୟରେ...

ଲଗାତର ୩ ଦିନ ପରେ ମୁମ୍ବାଇରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

ମୁମ୍ବାଇ,୧୯।୨: ମହାରାଷ୍ଟ୍ରରେ କିଛି ଦିନ ହେବ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଲଗାତର ଭାବେ ରାଜ୍ୟରେ କରୋନା ଗ୍ରାଫ୍‌ ତଳକୁ ଖସୁଥିବାର ଦେଖିବାକୁ ମିଳିଛି।...

ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ

ମୁମ୍ବାଇ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଯାଇଥିବା ବେଳେ ଗୁରୁବାର ଦେଶରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ସମସ୍ତଙ୍କୁ ଚିନ୍ତାରେ...

ୟେଦୁରପ୍ପା କ୍ଷମତାକୁ ଆସିବା ପରେ ଟିପୁ ଜୟନ୍ତୀ ବାତିଲ

ବେଙ୍ଗାଲୁରୁ, ୩୧ା୭(ପି.ଟି.): କର୍ନାଟକରେ କ୍ଷମତାକୁ ଆସିବାର ୩ ଦିନ ପରେ ୟେଦୁରପ୍ପା ସରକାର ଟିପୁ ଜୟନ୍ତୀ ମହୋତ୍ସବକୁ ମଙ୍ଗଳବାର ରଦ୍ଦ କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ଏହି...

Advertisement
Archives

Model This Week