ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଭିନ୍ନକ୍ଷମ କମିଶନ

ଭୁବନେଶ୍ୱର,୨୫।୧(ବ୍ୟୁରେ): ରାଜଧାନୀର ଏକ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ମହିଳା ଓ ଯୁବତୀଙ୍କୁ ଯୌନ ଶୋଷଣ କରାଯାଉଥିବା ନେଇ ଭିଡିଓ ଭାଇରାଲ ପରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ଭିନ୍ନକ୍ଷମ କମିଶନ। ଏଥିସହ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ କହିଛନ୍ତି। ସୋମବାର ଉକ୍ତ ତାଲିମ କେନ୍ଦ୍ରକୁ ଯାଇ ଭାଇରାଲ ଭିଡିଓର ତର୍ଜମା କରାଯିବା ସହ ଅଭିଯୋଗକାରୀଙ୍କ ବୟାନ ରେକର୍ଡ ହେବ। ଏହାର ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାସ କହିଛନ୍ତି।
ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ପୂର୍ବରୁ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଚୁପ୍‌ ବସିଥିବାରୁ ନିର୍ଯାତନାରେ ଅତିଷ୍ଠ ହୋଇ ପୀଡିତାମାନେ ଏଭଳି ଭିଡିଓ ଭାଇରାଲ୍‌ କରିଥିବା କୁହାଯାଉଛି। ପଳାଶପଲ୍ଲୀ ଅଞ୍ଚଳରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ ତାଲିମକେନ୍ଦ୍ରର ସାଧାରଣ ସମ୍ପାଦକ ସୁରେଶ ବେହେରାଙ୍କ ବିରୋଧରେ ଥାନା ଓ ଭିଡିଓରେ ଏଭଳି ସଙ୍ଗୀନ ଅଭିଯୋଗ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଏହି ସଂସ୍ଥାରେ ଭିନ୍ନକ୍ଷମ ଯୁବକ ଯୁବତୀମାନେ କମ୍ପ୍ୟୁଟର, ସିଲେଇ ଏବଂ ବିୟୁଟି ପାର୍ଲର ଆଦି ତାଲିମ ନେଉଛନ୍ତି। ସଂସ୍ଥାର ମୁଖ୍ୟ ସରକାରୀ ଅର୍ଥ ହଡ଼ପ କରିବା ସହ କାର୍ଯ୍ୟ ତଦାରଖ କରିବାକୁ ଆସୁଥିବା ବାବୁଙ୍କୁ ଖୁସି କରିବାକୁ କଲ୍‌ଗାର୍ଲ ଯୋଗାଇ ଦେଉଛନ୍ତି। କର୍ଲଗାର୍ଲ ନ ମିଳିଲେ ଟ୍ରେନିଂ ନେଉଥିବା କିମ୍ବା ଅଫିସ୍‌ରେ କାର୍ଯ୍ୟରତ ଯୁବତୀଙ୍କୁ ରାତି କାଟିବାକୁ ବାଧ୍ୟ କରାଯାଉଛି। ଭିଡିଓରେ ଜଣେ ଯୁବତୀଙ୍କ ସହ ସଂସ୍ଥାର ମୁଖ୍ୟ ସୁରେଶ ଓ ଅନ୍ୟ କେତେଜଣ ବ୍ୟକ୍ତିଙ୍କର ଏ ସଂକ୍ରାନ୍ତ ବାର୍ତ୍ତାଳାପ ରହିଛି। ପରେ ଯୁବତୀଙ୍କୁ ଏକ କୋଠରିରେ ଛାଡ଼ିବା ପରେ ବାହାର ପଟୁ ତାଲା ପକାଯାଉଛି। ଏଥିସହିତ ଭିଡିଓରେ କିଛି ଅଶ୍ଳୀଳ କଥାବାର୍ତ୍ତା ସହ ଇଙ୍ଗିତ ମଧ୍ୟ ରହିଛି। ଗତ ନଭେମ୍ବର ୨୩ରେ ଉକ୍ତ ସଂସ୍ଥାରେ କାମ କରୁଥିବା ଜଣେ ଯୁବତୀ ଯୌନ ଶୋଷଣ ନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ସଂସ୍ଥାରେ ବିୟୁଟିପାର୍ଲର ଇନ୍‌ଷ୍ଟ୍ରକ୍ଟର ପଦ ଖାଲି ଅଛି କହି ସୁରେଶ ତାଙ୍କୁ ମାସିକ ୭ ହଜାର ୨ଶହ ଟଙ୍କାରେ ଚାକିରିରେ ରଖିଥିଲେ। ହେଲେ ଦରମା ନ ଦେଇ ସମୟ ଗଡ଼ାଇଥିଲେ। କରୋନା ସମୟରେ ତାଙ୍କୁ ମାଗଣାରେ ଅଫିସରେ ରହିବାକୁ ଦିଆଯାଇଥିଲା। ସେତେବେଳେ ସୁରେଶ ତାଙ୍କୁ ରାତିରେ ଅସଦାଚରଣ କରିବା ସହ ବଳାତ୍କାର ଉଦ୍ୟମ ମଧ୍ୟ କରିଥିଲେ। ଏହାପରଠୁ ଯୁବତୀ ଜଣକ ସାମନ୍ତରାପୁର ଅଞ୍ଚଳରେ ରହିଥିଲେ। ସେଠାରେ ମଧ୍ୟ ସୁରେଶ ତାଙ୍କ ବନ୍ଧୁଙ୍କ ସହ ପହଞ୍ଚତ୍ ଦୁର୍ବ୍ୟବହାର କରି ଧମକ ଦେଇଥିଲେ। ଏନେଇ ଯୁବତୀ ଜଣକ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏନେଇ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ କହିଛନ୍ତି, ତଦନ୍ତ ଚାଲିଛି। ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri