ଗୋଦାମରେ ସେକ୍ସ ର଼୍ୟାକେଟ୍:‌ ୨ ଦେହଜୀବୀ ଉଦ୍ଧାର, ୫ ଗ୍ରାହକ ଗିରଫ

ଗଞ୍ଜାମ,୧ା୮(ଡି.ଏନ୍‌.ଏ.)- ରମ୍ଭା ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରରେ ପାଟ୍ରୋଲିଂ କରୁଥିବାବେଳେ ଜହାମି ନିକଟ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏକ ଗୋଦାମରେ ଚଢାଉ କରିଥିଲା। ସେଠାରୁ ୨ ଦେହଜୀବୀଙ୍କୁ ଉଦ୍ଧାର କରିଥିବାବେଳେ ୫ ଗ୍ରାହକଙ୍କୁ ଗିରଫ କରିଛି। ଏକ କାର (ନଂ.ଓଆର୍‌୦୫ଏକ୍ସ-୦୬୮୧) ଓ ଏକ ବାଇକ (ନଂ.ଓଆର୍‌୦୨ଏବି- ୯୩୨୩) ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।
୫ଜଣ ଗ୍ରାହକ ରମ୍ଭା ହେଲେ ମିଞ୍ଚିନିପାଟଣାର କେ. ବୃନ୍ଦାବନ ରେଡ୍ଡୀ(୨୮), ଡି. ଦଣ୍ଡପାଣି ପାତ୍ର(୨୪), ଏଚ୍‌. ବାହାଡ଼ା ପଲ୍ଲୀ ଗ୍ରାମର ପପୁ ନାହାକ(୨୩), ପଞ୍ଜାବ ମୋହାଲି ଅଞ୍ଚଳର ମନ୍‌ଦୀପ ସିଂ(୨୩), ଲୁଧିଆନା ଅଞ୍ଚଳର ଦଲଜିତ୍‌ ସିଂ(୨୩)। ନଂ.୨୫୧/୨୦ରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପୋଲିସ ଗୋଦାମରେ ଚଢାଉ କରିବାବେଳେ ରାତିର ସୁଯୋଗ ଦେଇ ୨ ଦେହଜୀବୀ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଜଣଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ପୋଲିସ ୨ ଦେହଜୀବୀଙ୍କ ସହ ୫ ଜଣ ଗ୍ରାହକଙ୍କୁ କାବୁ କରିବା ସହ ଶନିବାର ଡାକ୍ତରୀ ମାଇନା କରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ ଡ୍ରାଇଭ୍‌ ବେଳେ ଦୁର୍ଘଟଣା: ୪ ଶ୍ରମିକଙ୍କ ଉପରେ ଚଢ଼ିଗଲା କାର୍‌

ଭୁବନେଶ୍ୱର, ୨୫ା୫(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀ ବିହାର ଛକ ନିକଟରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଜଣେ ସରକାରୀ କର୍ମଚାରୀ ଟେଷ୍ଟ ଡ୍ରାଇଭ୍‌...

ଅମାନବୀୟ ଘଟଣା: ଯୁବକଙ୍କୁ ଅଧା ଲଣ୍ଡାକରି ଗାଁରେ ବୁଲାଇଲେ, ପାଣି ମାଗିବାରୁ ପରିସ୍ରା ପିଆଇଲେ

ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ବାଉଁଶବାଗ ଗ୍ରାମରେ ଏକ ଅମାନବୀୟ କାଣ୍ଡ ଘଟିଛି। ବିବାହିତାଙ୍କ ସହ ସମ୍ପର୍କ ରଖିବାକୁ ନେଇ...

ସ୍ତନ୍ୟପାନବେଳେ ମା’ମାନେ ସଚେତନ ରୁହନ୍ତୁ

ଭୁବନେଶ୍ୱର, ୮।୮(ବ୍ୟୁରୋ): ଶିଶୁର ଉତ୍ତମ ସ୍ବାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ମା’ କ୍ଷୀର ହେଉଛି ସର୍ବୋତ୍ତମ ବିକଳ୍ପ। ମା’ କ୍ଷୀରରେ ଥିବା...

୫ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଜି.ଉଦୟଗିରିି,୨୧ା୪(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ...

ଦୁର୍ଘଟଣାରେ ୧୧ ଆହତ

ବହଳଦା, ୭।୧୦ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା ତିରିଂ ଥାନା ଅଧୀନ ରାଞ୍ଚି ବିଜୟୱ୍ବାଡା ୨୨୦ ନଂ. ଜାତୀୟ ରାଜପଥର ମାକିଡିଘାଟି ନିକଟରେ ଏକ ଡ୍ୟାନ୍ସ...

ଗଜପତି ନଗରରେ ଗୋଷ୍ଠୀ ସଂଘର୍ଷ

ବ୍ରହ୍ମପୁର ଅଫିସ,୫।୮: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତି ନଗରରେ ମଙ୍ଗଳବାର ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଗୋଟିଏ...

ସାଲେପୁର, ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ

କଟକ ଅଫିସ, ୧୩।୪: କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ସୋମବାର ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨...

ନୂଆ ପରିଚୟ ପାଇଲେ ଶ୍ରାବଣୀ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି

କଣାସ,୨୪ା୯(ସ୍ବ.ପ୍ର.)- ସମାଜରେ କାହାର ଭାଗ୍ୟ ଯେ କେତେବେଳେ ବଦଳିଯିବ ତାହା କେହି ମଧ୍ୟ କହିପାରିବେ ନାହିଁ। ଅଭାବ, ଅନଟନରେ ପଡ଼ିଥିବା ଜଣେ ନିରାଶ୍ରୟ ଶିଶୁଙ୍କ ଭାଗ୍ୟ...

Coronavirus Update

Archives

Model This Week

Why Dharitri