ଭଡ଼ାଘରେ ସେକ୍ସ ରାକେଟ୍‌

ଢେଙ୍କାନାଳ ଅଫିସ, ୩।୫: ଢେଙ୍କାନାଳ ସହର ଆନନ୍ଦନଗର କାଠଗଡ଼ା ଅଞ୍ଚଳର ଏକ ଭଡ଼ାଘରେ ଚାଲିଥିବା ସେକ୍ସ ରାକେଟ୍‌ର ରହସ୍ୟ ଉନ୍ମୋଚନ କରିଛି ଟାଉନ ଥାନା ପୋଲିସ। ଏହି ଘଟଣାରେ ରାଣୀ ମହୁମାଛିଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି। ଉଦ୍ଧାର ବଙ୍ଗୀୟ ଯୁବତୀଙ୍କୁ ସ୍ବଧାରଗୃହକୁ ପଠାଇ ଦିଆଯାଇଛି। ମାସକର ବ୍ୟବଧାନରେ ଏହା ଦ୍ୱିତୀୟ ଘଟଣା ହୋଇଥିବାବେଳେ ଢେଙ୍କାନାଳ ସହର ଦେହ ଦଲାଲଙ୍କ ନୂଆ ଠିକଣା ପାଲଟିଥିବା ଚର୍ଚ୍ଚା ହେଉଛି।
ପୋଲିସ ସୂଚନା ଅନୁଯାୟୀ, ସଦର ଥାନା ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଅଞ୍ଚଳର ଜଣେ ୪୦ ବର୍ଷୀୟା ମହିଳା କାଠଗଡ଼ା ସହରାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ନିଜ ପୁଅର ପାଠପଢ଼ାରେ ସୁବିଧା ହେବ ବୋଲି ସେ ଢେଙ୍କାନାଳରେ ରହିବାକୁ ଯୋଜନା କରିଥିବା ଘର ମାଲିକଙ୍କୁ କହିଥିଲେ। ତେବେ ଦେଢ଼ମାସ ହେଲା କୋଲକାତାରୁ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ। ଗ୍ରାହକଙ୍କ ପିଛା ୨୦୦୦ରୁ ୩୦୦୦ ଟଙ୍କା ଆଦାୟ କରାଯାଉଥିଲା। ଦେହଜୀବୀଙ୍କୁ ଦୈନିକ ୫୦୦ରୁ ୧୦୦୦ ଟଙ୍କା ଦିଆଯାଉଥିଲା। ତେବେ ଭଡ଼ାଘରକୁ ବିଭିନ୍ନ ସମୟରେ ଲୋକଙ୍କ ଯିବା ଆସିବା ଲାଗି ରହୁଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଥିଲା। ସୋମବାର ରାତି ପ୍ରାୟ ୧୦ଟାରେ ଉକ୍ତ ଭଡ଼ା ଘରେ ଦେହ ବ୍ୟବସାୟ ଚାଲିଥିବା ପୋଲିସର ମୋବାଇଲ ପାଟ୍ରୋଲିଂ ଟିମ୍‌ ସୂଚନା ପାଇ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ୍‌ କୁହାଯାଉଥିବା ସମ୍ପୃକ୍ତା ମହିଳା, ଜଣେ ବଙ୍ଗୀୟ ଯୁବତୀ ଏବଂ ୩ ଯୁବକଙ୍କୁ ଧରି ପୋଲିସ ଥାନାକୁ ଆଣି ପଚରାଉଚରା କରିବା ପରେ ରହସ୍ୟ ଉନ୍ମୋଚିତ ହୋଇଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଭୁବନ ଏନ୍‌ଏସି ୧୦ନଂ. ୱାର୍ଡ ଲକ୍ଷ୍ମୀଛକର ପବିତ୍ର ବାରିକ (୨୬), ଜଗନ ବାରିକ (୨୧) ଏବଂ ଭୁବନ ଏନ୍‌ଏସି ୮ନଂ. ୱାର୍ଡ ମୋଚିସାହିରେ ରହୁଥିବା ବିକ୍ରମ ପାତ୍ର (୨୬) ଅଛନ୍ତି। ଉକ୍ତ ଭଡ଼ାଘରୁ କେତେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ମଙ୍ଗଳବାର ଅଭିଯୁକ୍ତା ମହିଳା ଏବଂ ଅନ୍ୟ ୩ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ନଂ. ୨୮୭/୨୩ରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ଗତ ଏପ୍ରିଲ୍‌ ୯ରେ କାଲଟାକ୍ସ ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବାବେଳେ ପୋଲିସ ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଜଣେ ଫେରାର ହୋଇଯାଇଥିଲେ। ଦେହ ବ୍ୟବସାୟରେ ଲିପ୍ତ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇ ସ୍ବଧାର ଗୃହକୁ ପଠାଯାଇଥିଲା। ଢେଙ୍କାନାଳ ସହରରେ ଦେହ ବ୍ୟବସାୟ ମାମଲା ବଢ଼ିବା ପୋଲିସର ଚିନ୍ତା ବଢ଼ାଇଛି। ଏହାକୁ ରୋକିବା ଏବଂ ଧରାପଡ଼ିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri