ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ ଶୀତର ପ୍ରଭାବ ଜାରି ରହିଥିବା ଯୋଗୁ ଲୋକମାନେ ପ୍ରବଳ ଶୀତରେ ଅସ୍ତବ୍ୟସ୍ତ ହୋଇଗଲେଣି। ସୋମବାର ମଧ୍ୟ ୫ ଡିଗ୍ରୀ ସେଲସିଅସ ରହି ମଧ୍ୟ ରାଜ୍ୟର ସବୁଠାରୁ କମ ତାପମାତ୍ରା ରହିଥିଲା। ରବିବାର ଦିନ ୪. ୨ ରହିଥିବାବେଳେ ଶନିବାର ଓ ଶୁକ୍ରବାର ଦିନ ୩. ୧ ଡିଗ୍ରୀ ରହିଥିଲା। ପ୍ରବଳ ଶୀତ, କୋହଲା ପବନ ଓ ଘନ କୁହୁଡି ଯୋଗୁ ଜୀବନ ଜୀବିକା ପ୍ରଭାବିତ ହେଉଛି। ଘରେ ଘରେ ଥଣ୍ଡା ଜ୍ୱରରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ସକାଳ ୧୦ ଘଣ୍ଟା ସୁଦ୍ଧା ଘରୁ ବାହାରବା କଷ୍ଟ ହେଉଛି। ଏଣେ ଜି ଉଦୟଗିରିର ଆଖପାଖ ଅଞ୍ଚଳରେ ଅନେକ ପର୍ଯ୍ୟଟନସ୍ଥଳ ଥିବା ଯୋଗୁ ପର୍ଯ୍ୟଟକ ମାନଙ୍କ ସଂଖ୍ୟ ବଢ଼ିଚାଲିଛି। ଜି ଉଦୟଗିରିର ସିରିକି ଡ୍ୟାମ ନିକଟରେ ବନବିଭାଗ ତରଫରୁ ମଣ୍ଡଶୁର ପରି ଇକୋ କଟେଜ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି। ଜି ଉଦୟଗିରି କୁ ରାଜ୍ୟସରକାର ପର୍ଯ୍ୟଟନ ସ୍ଥଳ ଭାବେ ଘୋଷଣା କଲେ ଅଧିକ ପର୍ଯ୍ୟଟକ ଆସିବେ ଓ ଏଠିକା ଲୋକଙ୍କ ଆର୍ଥିକ ବିକାଶ ହୋଇପାରିବ ବୋଲି ସହରର ବରିଷ୍ଠ ନାଗରିକ କେ ସୂର୍ଯ୍ୟନାରାୟଣ ପାତ୍ର, ବିନୋଦ ବିହାରୀ ଦାଶଙ୍କ ସମେତ ଅନେକ ବୁଦ୍ଧିଜୀବୀ କହୁଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri