କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ ପ୍ରବଳ ବର୍ଷାରେ କୋଇଡା ବ୍ଲକରେ ସ୍ଥିତି ସଂଘାତିକ ହୋଇପଡ଼ିଛି । ଆଜି ସକାଳୁ ଲଗାଣ ବର୍ଷା ଫଳରେ କୋଇଡା ବ୍ଲକ ଅନ୍ତର୍ଗତ କେର୍କେଟା ସାହି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଉପଯୁକ୍ତ ନିଷ୍କାସନ ବ୍ୟବସ୍ଥା ନଥିବାରୁ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି, ଯାହାଫଳରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଏବେ ଚାରିପାଖରେ ପାଣି ଘେରରେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, କେର୍କେଟା ସାହି ଦେଇ କିଛି ବର୍ଷ ପୂର୍ବରୁ ଗୋଟିଏ ପ୍ରାକୃତିକ ନାଳ ପ୍ରବାହିତ ହେଉଥିଲା। ଯାହା ଦେଇ ଅଞ୍ଚଳର ସମସ୍ତ ବର୍ଷା ଜଳ ସହଜରେ ବାହାରକୁ ନିଷ୍କାସିତ ହୋଇଯାଉଥିଲା। ହେଲେ ଗତବର୍ଷ ଏହି ନାଳ ଥିବା ଜାଗାରେ ନିୟମାନୁସାରେ ନୂଆ ଘରସବୁ ନିର୍ମାଣ ହେବା ଫଳରେ ପୁରୁଣା ନାଳଟି ସମ୍ପୂର୍ଣ୍ଣ ପୋତି ହୋଇଯାଇଛି । ନାଳ ବନ୍ଦ ହୋଇଯିବା ପରେ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ବିକଳ୍ପ ନାଳି କିମ୍ବା ଡ୍ରେନେଜ୍‌ ବ୍ୟବସ୍ଥା କରାଯାଇନାହିଁ । ଫଳରେ ଏବେ ବର୍ଷା ଜଳ ଯିବା ପାଇଁ ଆଉ କୌଣସି ବାଟ ନଥିବାରୁ ସମ୍ପୂର୍ଣ୍ଣ ବର୍ଷା ପାଣି ସାହି ଭିତରେ ଜମି ରହି ଏହି ସଂଘାତିକ ସ୍ଥିତି ସୃଷ୍ଟି କରିଛି । ଗ୍ରାଉଣ୍ଡ ଜିରୋରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ହଠାତ୍ ପାଣିର ସ୍ରୋତ ସାହି ଭିତରକୁ ପଶିବା ଆରମ୍ଭ କରିଥିଲା। ଲୋକେ କିଛି ବୁଝିବା ପୂର୍ବରୁ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାଇଥିଲା। ଫଳରେ ଘରେ ରଖାଯାଇଥିବା ଚାଉଳ, ଆଟା, ଡାଲି ପରି ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟସାମଗ୍ରୀ ଭିଜି ନଷ୍ଟ ହୋଇଯାଇଥିବା ବେଳେ ବାସନକୁସନ, ଲୁଗାପଟା ଓ ବିଦ୍ୟୁତ୍ ଉପକରଣ ଭାସିଯାଇଛି ।

ବହୁ ଗରିବ ପରିବାରର ବର୍ଷକର ସଞ୍ଚିତ ଖାଦ୍ୟ ପାଣିରେ ମିଶିଯିବା ପରେ ଏବେ ଚୁଲି ଜଳିବା ମଧ୍ୟ ମୁସ୍କିଲ୍ ହୋଇପଡ଼ିଛି। ବର୍ଷା ଜଳ ସାଙ୍ଗକୁ ଏବେ ଆରମ୍ଭ ହୋଇଛି ବିଷାକ୍ତ ସରୀସୃପଙ୍କ ଭୟ। ପାଣି ସହିତ ବହୁ ସାପ, ବିଛା ଓ ଅନ୍ୟାନ୍ୟ ଜୀବଜନ୍ତୁ ଲୋକଙ୍କ ଘର, ଖଟ ଓ ଚାଳ ଉପରକୁ ଚଢ଼ିଯାଉଛନ୍ତି। ଛୋଟ ପିଲା, ଗର୍ଭବତୀ ମହିଳା ଓ ବୃଦ୍ଧାବୃଦ୍ଧମାନଙ୍କୁ ଧରି ଗ୍ରାମବାସୀ ଚୌକି, ଖଟ ଓ ଉଚ୍ଚ ସ୍ଥାନରେ ଛିଡ଼ା ହୋଇ ଭୟଭୀତ ଅବସ୍ଥାରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ପାନୀୟ ଜଳ ଓ ବିଦ୍ୟୁତ ସେବା ବ୍ୟାହତ ହୋଇଥିବାରୁ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?