ଓ୍ବାର୍ଡର ପରୀକ୍ଷାରେ ପ୍ରବଳ ବିଶୃଙ୍ଖଳା

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ):ରାଜ୍ୟର ୪୦୩ ଜେଲ ଓ୍ବାର୍ଡର ପଦବୀ ଲାଗି ଗୁରୁବାରଠାରୁ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ହେଲେ ପରୀକ୍ଷା ଆରମ୍ଭ ଦିନରୁ ହିଁ ବିଭ୍ରାଟ ଦେଖାଦେଇଛି। ପରୀକ୍ଷାର୍ଥୀଙ୍କୁ ସକାଳ ୮ଟା ସମୟରେ ରିପୋର୍ଟିଂ କରିବାକୁ ସମୟ ଦିଆଯାଇଥିଲା। ସେମାନେ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇଥାଆନ୍ତେ ବୋଲି ତାଙ୍କୁ ମିଳିଥିବା ଆଡ୍‌ମିଟ୍‌ କାର୍ଡରେ ଉଲ୍ଲେଖ ଥିଲା। ହେଲେ ପରୀକ୍ଷା କେନ୍ଦ୍ରରେ ୨୦୦ ଜଣ ପିଲା ପରୀକ୍ଷା ଦେବାକୁ ଥିବା ବେଳେ ସେଠାରେ ମୋଟ ୧୦୦ଟି କମ୍ପ୍ୟୁଟର ରହିଥିଲା। ଫଳରେ ବାକି ପିଲାମାନେ ପରୀକ୍ଷା ଦେଇପାରି ନ ଥିଲେ। ଏହାକୁ ନେଇ ପିଲାଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତିରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ମଧ୍ୟ ସ୍ବାଭାବିକ। ଯଦି ପରୀକ୍ଷା ପାଇଁ ଡକାଯାଇଥିବା ପିଲାଙ୍କ ଲାଗି ଆବଶ୍ୟକ ଅନୁଯାୟୀ କମ୍ପ୍ୟୁଟର ନ ଥିଲା ତେବେ ସେମାନଙ୍କୁ କାହିଁକି ଗୋଟିଏ ସମୟରେ ଡକାଯାଇଥିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଏହି ପରୀକ୍ଷାକୁ ପରିଚାଳନା କରିବା
ଲାଗି ଟେଣ୍ଡର ପାଇଥିବା ସିଲିକନ ଟେକ୍‌ ଲାବ୍‌ ଲିମିଟେଡ କମ୍ପାନୀର ଭୂମିକା ମଧ୍ୟ ବର୍ତ୍ତମାନ ସନ୍ଦେହ ଘେରକୁ ଆସିଛି। କାରଣ ସିଲିକନ ଟେକ୍‌ ଲାବ୍‌ ଲିମିଟେଡ୍‌ କମ୍ପାନୀ ଜରିଆରେ ପ୍ରିଜନ ରିକ୍ରୁଟମେଣ୍ଟ ବୋର୍ଡ ଓ୍ବାର୍ଡର ପରୀକ୍ଷା ରାଜ୍ୟରେ କରାଉଛି। ଆଶ୍ଚର୍ଯ୍ୟର କଥା ଏହିକି ଯେ, ଏହି କମ୍ପାନୀ ପରୀକ୍ଷା ପତ୍ର ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର କେଉଁଠାରେ ହେବ ଏବଂ ପିଲାଙ୍କୁ ଆଡମିଟ୍‌ କାର୍ଡ ଦେବା ପର୍ଯ୍ୟନ୍ତ ସବୁକିଛି କରାଉଛି। ତେଣୁ ଜେଲ ଓ୍ବାର୍ଡର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀର ପରୀକ୍ଷା ପାଇଁ ଯଦି ପରୀକ୍ଷା କେନ୍ଦ୍ରରେ ପିଲାଙ୍କୁ ଯେତେବେଳେ ସମୟ ଦିଆଯାଇଛି ସେଥିରେ ତ୍ରୁଟି ରହେ, ତେବେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। କାରଣ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ଉକ୍ତ କମ୍ପାନୀର ପ୍ରାରମ୍ଭିକ କାର୍ଯ୍ୟ ଦେଖିଲେ ସବୁକିଛି ବୁଝାପଡୁଛି। ଅନ୍ୟପଟେ ଏହି କମ୍ପାନୀ ଜାଲ୍‌ ଦସ୍ତାବିଜ ଦେଇ ଟେଣ୍ଡର ହାତେଇଥିବା ଅନ୍ୟ ଏକ ଘରୋଇ କମ୍ପାନୀ ପୂର୍ବରୁ ଅଭିଯୋଗ କରିଥିଲା। ଏନେଇ ଧରିତ୍ରୀ ପକ୍ଷରୁ ମଧ୍ୟ ଗତ ନଭେମ୍ବର ୧୧ ତାରିଖରେ ‘ଚାକିରି ସରକାରୀ, ଦେବେ ଘରୋଇ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା।ଅନ୍ୟପଟେ ରାଜ୍ୟର ଅନେକ ପରୀକ୍ଷାକେନ୍ଦ୍ରରେ ସମସ୍ୟା ସୃଷ୍ଟି ହୋଇଛି। ହେଲେ ରାଜଧାନୀର ଏକ ଘରୋଇ କଲେଜରେ ଅତ୍ୟନ୍ତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷା ଦେବାକୁ ଆସିଥିବା କେତେଜଣ ପିଲା ଗୁରୁତର ଅଭିଯୋଗ କରି କହିଛନ୍ତି ଯେ, ଯେଉଁ ଶିକ୍ଷାନୁଷ୍ଠାନଠାରେ ସରକାରୀ ପଦବୀ ଲାଗି ପରୀକ୍ଷା କରାଯାଏ ସେଠାକୁ ଉକ୍ତ କଲେଜରେ ପଢୁଥିବା ପିଲାଙ୍କୁ ସେହି ସମୟରେ ଯିବାକୁ ଅନୁମତି ମିଳି ନ ଥାଏ। ଯେଉଁମାନେ ପରୀକ୍ଷା ପରିଚାଳନା ଲାଗି ଥିଲେ ସେମାନେ ଅତ୍ୟନ୍ତ ଖରାପ ବ୍ୟବହାର ଦେଖାଇଥିଲେ। ବୋଧହୁଏ ସେମାନେ ଅଭିଜ୍ଞତା ନ ଥିବା ବେସରକାରୀ ଅଧ୍ୟାପକ, ଯେଉଁମାନେ
ପରୀକ୍ଷା ପରିଚାଳନା ଲାଗି ଯୋଗ୍ୟ ନୁହନ୍ତି। ୫ ବର୍ଷ ଅପେକ୍ଷା କରିବାପରେ ପରୀକ୍ଷା ଦେବାକୁ ଆସୁଛୁ ହେଲେ ଏହି ଦଶା ଭୋଗୁଛୁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଡିଆଇଜି ପ୍ରିଜନ୍ସ(ହେଡ୍‌ କ୍ୱାର୍ଟର୍ସ) ଶୁଭକାନ୍ତ ମିଶ୍ର କହିଛନ୍ତି, ସିଲିକନ ଟେକ୍‌ ଲାବ୍‌ ଲିମିଟେଡ୍‌ ପରୀକ୍ଷା ପ୍ରଶ୍ନପତ୍ରଠାରୁ ଆରମ୍ଭକରି ପିଲାଙ୍କ ପରୀକ୍ଷା କେନ୍ଦ୍ର ଚୟନ ସବୁକିଛି କରୁଛି। ରାଜ୍ୟର ଯେଉଁସବୁ ସ୍ଥାନରେ ପରୀକ୍ଷା କେନ୍ଦ୍ରକୁ ନେଇ ସମସ୍ୟା ଦେଖାଦେଇଛି ସେସବୁ ପିଲାଙ୍କ ମଧ୍ୟରୁ ଯେଉଁମାନେ ପରୀକ୍ଷା ଦେଇପାରି ନାହାନ୍ତି ସେମାନେ ଆସନ୍ତା ୨୮ରେ ଆଉ ଥରେ ପରୀକ୍ଷା ଦେବେ। ସେମାନଙ୍କୁ ଉକ୍ତ କମ୍ପାନୀ ପକ୍ଷରୁ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ସିଲିକନ ଟେକ୍‌ ଲାବ୍‌ ଲିମିଟେଡ୍‌ ପକ୍ଷରୁ ମେସେଜ୍‌ ପଠାଯିବ ବୋଲି ମିଶ୍ର କହିଛନ୍ତି। ତେବେ ଏଭଳି ତ୍ରୁଟି ଯାହା ଦେଖାଦେଇଛି ଏହା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ସେନେଇ ସେ କିଛି କହିନାହାନ୍ତି।
ଅନ୍ୟପଟେ ନୀଳଗିରିର ଏକ କଲେଜରେ ହେବାକୁ ଥିବା ପରୀକ୍ଷାକେନ୍ଦ୍ରରେ ମଧ୍ୟ ସେହିଭଳି ଅନ୍ୟ ଏକ ପ୍ରକାର ସମସ୍ୟା ଦେଖିବାକୁ ମିଳିଛି। ଉକ୍ତ ପରୀକ୍ଷା କେନ୍ଦ୍ରରେ ଦୁଇଟି ସିଟିଂରେ ମୋଟ୍‌ ୨୩୦ ଜଣ ପିଲା ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ସେଠାରେ ସର୍ଭର ସମସ୍ୟା ହେବାରୁ ପିଲାଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ଦୁଇଟି ଯାକ ସିଟିଂରେ ହେବାକୁ ଥିବା ପରୀକ୍ଷା ବାତିଲକରି ସମାନଭାବେ ଆସନ୍ତା ୨୮ ତାରିଖରେ କରିବାକୁ ସ୍ଥିର କରାଯାଇଛି। ତେଣୁ ବିଶୃଙ୍ଖଳିତ ପଦ୍ଧତିରେ ପରୀକ୍ଷା କରାଉଥିବା ଘରୋଇ କମ୍ପାନୀକୁ କିଏ ଘଣ୍ଟ ଘୋଡ଼ାଉଛି ବୋଲି ପରୀକ୍ଷାର୍ଥୀମାନେ (ନିଜ ନାମ ଦେବାକୁ ଅନିଚ୍ଛା ପ୍ରକାଶ କରି) ପଚାରିଥିଲେ। ଏହାର ବିଧିବଦ୍ଧ ତଦନ୍ତ ହେଲେ ଅନେକ ସତ୍ୟ ପ୍ରକାଶ ପାଇବ ବୋଲି ସେମାନେ କହିଛନ୍ତି। ପ୍ରିଜନ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଅତିରିକ୍ତ ଡିଜି ପ୍ରିଜନ୍ସ ଦୀପ୍ତେଶ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଟେଲିଫୋନ୍‌ ଉଠାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?