ଓ୍ବାର୍ଡର ପରୀକ୍ଷାରେ ପ୍ରବଳ ବିଶୃଙ୍ଖଳା

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ):ରାଜ୍ୟର ୪୦୩ ଜେଲ ଓ୍ବାର୍ଡର ପଦବୀ ଲାଗି ଗୁରୁବାରଠାରୁ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ହେଲେ ପରୀକ୍ଷା ଆରମ୍ଭ ଦିନରୁ ହିଁ ବିଭ୍ରାଟ ଦେଖାଦେଇଛି। ପରୀକ୍ଷାର୍ଥୀଙ୍କୁ ସକାଳ ୮ଟା ସମୟରେ ରିପୋର୍ଟିଂ କରିବାକୁ ସମୟ ଦିଆଯାଇଥିଲା। ସେମାନେ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇଥାଆନ୍ତେ ବୋଲି ତାଙ୍କୁ ମିଳିଥିବା ଆଡ୍‌ମିଟ୍‌ କାର୍ଡରେ ଉଲ୍ଲେଖ ଥିଲା। ହେଲେ ପରୀକ୍ଷା କେନ୍ଦ୍ରରେ ୨୦୦ ଜଣ ପିଲା ପରୀକ୍ଷା ଦେବାକୁ ଥିବା ବେଳେ ସେଠାରେ ମୋଟ ୧୦୦ଟି କମ୍ପ୍ୟୁଟର ରହିଥିଲା। ଫଳରେ ବାକି ପିଲାମାନେ ପରୀକ୍ଷା ଦେଇପାରି ନ ଥିଲେ। ଏହାକୁ ନେଇ ପିଲାଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତିରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ମଧ୍ୟ ସ୍ବାଭାବିକ। ଯଦି ପରୀକ୍ଷା ପାଇଁ ଡକାଯାଇଥିବା ପିଲାଙ୍କ ଲାଗି ଆବଶ୍ୟକ ଅନୁଯାୟୀ କମ୍ପ୍ୟୁଟର ନ ଥିଲା ତେବେ ସେମାନଙ୍କୁ କାହିଁକି ଗୋଟିଏ ସମୟରେ ଡକାଯାଇଥିଲା ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଏହି ପରୀକ୍ଷାକୁ ପରିଚାଳନା କରିବା
ଲାଗି ଟେଣ୍ଡର ପାଇଥିବା ସିଲିକନ ଟେକ୍‌ ଲାବ୍‌ ଲିମିଟେଡ କମ୍ପାନୀର ଭୂମିକା ମଧ୍ୟ ବର୍ତ୍ତମାନ ସନ୍ଦେହ ଘେରକୁ ଆସିଛି। କାରଣ ସିଲିକନ ଟେକ୍‌ ଲାବ୍‌ ଲିମିଟେଡ୍‌ କମ୍ପାନୀ ଜରିଆରେ ପ୍ରିଜନ ରିକ୍ରୁଟମେଣ୍ଟ ବୋର୍ଡ ଓ୍ବାର୍ଡର ପରୀକ୍ଷା ରାଜ୍ୟରେ କରାଉଛି। ଆଶ୍ଚର୍ଯ୍ୟର କଥା ଏହିକି ଯେ, ଏହି କମ୍ପାନୀ ପରୀକ୍ଷା ପତ୍ର ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର କେଉଁଠାରେ ହେବ ଏବଂ ପିଲାଙ୍କୁ ଆଡମିଟ୍‌ କାର୍ଡ ଦେବା ପର୍ଯ୍ୟନ୍ତ ସବୁକିଛି କରାଉଛି। ତେଣୁ ଜେଲ ଓ୍ବାର୍ଡର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀର ପରୀକ୍ଷା ପାଇଁ ଯଦି ପରୀକ୍ଷା କେନ୍ଦ୍ରରେ ପିଲାଙ୍କୁ ଯେତେବେଳେ ସମୟ ଦିଆଯାଇଛି ସେଥିରେ ତ୍ରୁଟି ରହେ, ତେବେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। କାରଣ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ଉକ୍ତ କମ୍ପାନୀର ପ୍ରାରମ୍ଭିକ କାର୍ଯ୍ୟ ଦେଖିଲେ ସବୁକିଛି ବୁଝାପଡୁଛି। ଅନ୍ୟପଟେ ଏହି କମ୍ପାନୀ ଜାଲ୍‌ ଦସ୍ତାବିଜ ଦେଇ ଟେଣ୍ଡର ହାତେଇଥିବା ଅନ୍ୟ ଏକ ଘରୋଇ କମ୍ପାନୀ ପୂର୍ବରୁ ଅଭିଯୋଗ କରିଥିଲା। ଏନେଇ ଧରିତ୍ରୀ ପକ୍ଷରୁ ମଧ୍ୟ ଗତ ନଭେମ୍ବର ୧୧ ତାରିଖରେ ‘ଚାକିରି ସରକାରୀ, ଦେବେ ଘରୋଇ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା।ଅନ୍ୟପଟେ ରାଜ୍ୟର ଅନେକ ପରୀକ୍ଷାକେନ୍ଦ୍ରରେ ସମସ୍ୟା ସୃଷ୍ଟି ହୋଇଛି। ହେଲେ ରାଜଧାନୀର ଏକ ଘରୋଇ କଲେଜରେ ଅତ୍ୟନ୍ତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷା ଦେବାକୁ ଆସିଥିବା କେତେଜଣ ପିଲା ଗୁରୁତର ଅଭିଯୋଗ କରି କହିଛନ୍ତି ଯେ, ଯେଉଁ ଶିକ୍ଷାନୁଷ୍ଠାନଠାରେ ସରକାରୀ ପଦବୀ ଲାଗି ପରୀକ୍ଷା କରାଯାଏ ସେଠାକୁ ଉକ୍ତ କଲେଜରେ ପଢୁଥିବା ପିଲାଙ୍କୁ ସେହି ସମୟରେ ଯିବାକୁ ଅନୁମତି ମିଳି ନ ଥାଏ। ଯେଉଁମାନେ ପରୀକ୍ଷା ପରିଚାଳନା ଲାଗି ଥିଲେ ସେମାନେ ଅତ୍ୟନ୍ତ ଖରାପ ବ୍ୟବହାର ଦେଖାଇଥିଲେ। ବୋଧହୁଏ ସେମାନେ ଅଭିଜ୍ଞତା ନ ଥିବା ବେସରକାରୀ ଅଧ୍ୟାପକ, ଯେଉଁମାନେ
ପରୀକ୍ଷା ପରିଚାଳନା ଲାଗି ଯୋଗ୍ୟ ନୁହନ୍ତି। ୫ ବର୍ଷ ଅପେକ୍ଷା କରିବାପରେ ପରୀକ୍ଷା ଦେବାକୁ ଆସୁଛୁ ହେଲେ ଏହି ଦଶା ଭୋଗୁଛୁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଡିଆଇଜି ପ୍ରିଜନ୍ସ(ହେଡ୍‌ କ୍ୱାର୍ଟର୍ସ) ଶୁଭକାନ୍ତ ମିଶ୍ର କହିଛନ୍ତି, ସିଲିକନ ଟେକ୍‌ ଲାବ୍‌ ଲିମିଟେଡ୍‌ ପରୀକ୍ଷା ପ୍ରଶ୍ନପତ୍ରଠାରୁ ଆରମ୍ଭକରି ପିଲାଙ୍କ ପରୀକ୍ଷା କେନ୍ଦ୍ର ଚୟନ ସବୁକିଛି କରୁଛି। ରାଜ୍ୟର ଯେଉଁସବୁ ସ୍ଥାନରେ ପରୀକ୍ଷା କେନ୍ଦ୍ରକୁ ନେଇ ସମସ୍ୟା ଦେଖାଦେଇଛି ସେସବୁ ପିଲାଙ୍କ ମଧ୍ୟରୁ ଯେଉଁମାନେ ପରୀକ୍ଷା ଦେଇପାରି ନାହାନ୍ତି ସେମାନେ ଆସନ୍ତା ୨୮ରେ ଆଉ ଥରେ ପରୀକ୍ଷା ଦେବେ। ସେମାନଙ୍କୁ ଉକ୍ତ କମ୍ପାନୀ ପକ୍ଷରୁ ପରୀକ୍ଷା କେନ୍ଦ୍ର ସମ୍ପର୍କରେ ସିଲିକନ ଟେକ୍‌ ଲାବ୍‌ ଲିମିଟେଡ୍‌ ପକ୍ଷରୁ ମେସେଜ୍‌ ପଠାଯିବ ବୋଲି ମିଶ୍ର କହିଛନ୍ତି। ତେବେ ଏଭଳି ତ୍ରୁଟି ଯାହା ଦେଖାଦେଇଛି ଏହା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ସେନେଇ ସେ କିଛି କହିନାହାନ୍ତି।
ଅନ୍ୟପଟେ ନୀଳଗିରିର ଏକ କଲେଜରେ ହେବାକୁ ଥିବା ପରୀକ୍ଷାକେନ୍ଦ୍ରରେ ମଧ୍ୟ ସେହିଭଳି ଅନ୍ୟ ଏକ ପ୍ରକାର ସମସ୍ୟା ଦେଖିବାକୁ ମିଳିଛି। ଉକ୍ତ ପରୀକ୍ଷା କେନ୍ଦ୍ରରେ ଦୁଇଟି ସିଟିଂରେ ମୋଟ୍‌ ୨୩୦ ଜଣ ପିଲା ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ସେଠାରେ ସର୍ଭର ସମସ୍ୟା ହେବାରୁ ପିଲାଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା। ଫଳରେ ଦୁଇଟି ଯାକ ସିଟିଂରେ ହେବାକୁ ଥିବା ପରୀକ୍ଷା ବାତିଲକରି ସମାନଭାବେ ଆସନ୍ତା ୨୮ ତାରିଖରେ କରିବାକୁ ସ୍ଥିର କରାଯାଇଛି। ତେଣୁ ବିଶୃଙ୍ଖଳିତ ପଦ୍ଧତିରେ ପରୀକ୍ଷା କରାଉଥିବା ଘରୋଇ କମ୍ପାନୀକୁ କିଏ ଘଣ୍ଟ ଘୋଡ଼ାଉଛି ବୋଲି ପରୀକ୍ଷାର୍ଥୀମାନେ (ନିଜ ନାମ ଦେବାକୁ ଅନିଚ୍ଛା ପ୍ରକାଶ କରି) ପଚାରିଥିଲେ। ଏହାର ବିଧିବଦ୍ଧ ତଦନ୍ତ ହେଲେ ଅନେକ ସତ୍ୟ ପ୍ରକାଶ ପାଇବ ବୋଲି ସେମାନେ କହିଛନ୍ତି। ପ୍ରିଜନ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଅତିରିକ୍ତ ଡିଜି ପ୍ରିଜନ୍ସ ଦୀପ୍ତେଶ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଟେଲିଫୋନ୍‌ ଉଠାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri