ଆଦର୍ଶ ଗ୍ରାମପଞ୍ଚାୟତରେ ମୋବାଇଲ ଟାୱାର ସାତ ସପନ

ଥୁଆମୂଳ ରାମପୁର, ୧୧।୧୨(ଦୁର୍ଗା କୀର୍ତ୍ତି):- ଡିଜିଟାଲ ଇଣ୍ଡିଆରେ ଆଜିର ବିକଳ ଚିତ୍ର। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଅଞ୍ଚଳରେ ମୋବାଇଲ ଟାୱାର ନାହିଁ। ଫଳରେ କିଏ ଗଛ ଚଢୁଛି ତୋ କିଏ ପାହାଡ଼ ଉପରେ ଚଢୁଛି ନେଟୱର୍କ ଖୋଜୁଛନ୍ତି, କେବଳ ଟିକିଏ ନେଟୱାର୍କ ସଙ୍କେତ ପାଇଗଲେ କଥା ହେବେ। କଳାହାଣ୍ଡି ଜିଲା ଅଧ୍ୟ୍ୟୁଷିତ ବନ ପାହାଡ଼ ଘେରା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଏଭଳି ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଅସୁବିଧା ଭୋଗୁଛନ୍ତି ସିନ୍ଧିପଦର ଗ୍ରାମପଞ୍ଚାୟତର ନିଚେମାସ୍କା, ଅଲୁଆଗୁଡ଼ା, କନ୍ଦାଝାପୀ, ପଲ୍ସାପଡ଼ା, ସମାପଲା, କାଞ୍ଜିଗୁଡ଼ା, କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଭଳି ୮ ରୁ ଉଦ୍ଧର୍‌ବ ଗାଁରେ ଏହି ସମସ୍ୟା ଦେଖାଦେଇଛି । ଏହି ଗାଁଗୁଡିକରେ ପାଖାପାଖି ଏକ ହଜାର ରୁ ୧୮ ଶହ ହେବ ଲୋକେ ମୋବାଇଲ ବ୍ୟବହାର କରୁଥିବା ବେଳେ ମୋବାଇଲ ଟାୱାର ସେବା ନାହିଁ l
ଥୁଆମୂଳ ରାମପୁର ବ୍ଲକର ଏହି ସବୁ ଗାଁ ଚାରିପାଖେ ଘେରି ରହିଛି। ପାହାଡ ପର୍ବତ ଘେରାରେ ଅଞ୍ଚଳରେ ମୋବାଇଲ ଟାୱାର ସୁବିଧା ନ ଥିବା ଯୋଗୁ ପଞ୍ଚାୟତ ବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ଟାଓ୍ବାର ସେବା ନ ଥିବାରୁ ଡାକ ଘର କାମ, ମୋ ବ୍ୟାଙ୍କ କିମ୍ବା ଜନ ସେବା କେନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଠଫ ହୋଇଯାଇଛି। ଯାହାଫଳରେ ଲୋକାଭିମୁଖ ସୁଭଦ୍ରା ଯୋଜନାରେ ଆବେଦନ କରିବାରୁ ଅନେକ ଲୋକ ବଞ୍ଚିତ ଅଛନ୍ତି । ଆଜିର ଦିନରେ ମୋବାଇଲ ଏକ ଅତ୍ୟାବଶ୍ୟକତା ସାମଗ୍ରୀରେ ଭାବରେ ପରିଣତ ହୋଇଯାଇଛି। ମୋବାଇଲ ଟାୱାର ନ ଥିବା ଯୋଗୁ ଏହି ଅଞ୍ଚଳର ଲୋକମାନେ ସରକାରୀ ବିଭିନ୍ନ ଯୋଜନା ବିଷୟରେ ଜାଣିବାରୁ ବଞ୍ଚିତ ହେଉଛନ୍ତି l ଏହାବ୍ୟତୀତ ନେଟୱାର୍କ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଇଣ୍ଟରନେଟରୁ ଜ୍ଞାନ ଅର୍ଜନ କରି ପାରୁଛନ୍ତି ନା ଆପତକାଳୀନ ସେବା ପାଇଁ ଲୋକଙ୍କ ସହିତ ଫୋନ ଯୋଗାଯୋଗ କରି ପାରୁଛନ୍ତି। ଏଭଳି କି ହାତରେ ମୋବାଇଲ ଧରି ଲୋକେ ପାହାଡ଼ କିମ୍ବା ଗଛ ଉପରେ ଚଢିଲେ ଯାଇ ସଂପର୍କୀୟମାନଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ଏହାଛଡା ଉଚ୍ଚ ସ୍ଥାନରେ ବସିଲେ ପିଲାମାନେ ୟୁଟ୍ୟୁବ କି ଅନ୍ୟ କୌଣସି ସାଇଟ ଖୋଲି ଜ୍ଞାନ ଆହରଣ କରି ପାରୁଛନ୍ତ।

ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ସର୍ବତ୍ର ୫ ଜି ମୋବାଇଲ ସେବା ଯୋଗାଇ ଦେଇଥିବା କଥା କହୁଛନ୍ତି । ହେଲେ ତାହା ଏହି ଦୁର୍ଗମ ଅଞ୍ଚଳରେ ସମ୍ପୂର୍ଣ୍ଣ ଫେଲ ମାରିଛି ଏବେ ବି ଏମିତି ଗାଁ ଦେଖିଲେ ଆଶ୍ଚର୍ୟ୍ୟ ଲାଗେ ଯେଉଁଠି ଟିକେ କଥା ହେବା ପାଇଁ ପାହାଡ଼ ଛାଡଛନ୍ତି l ଏହି ସବୁ ଗାଁରେ ପ୍ରାୟ ୨୫୦୦ ରୁ ୩୦୦୦ ହଜାର ଲୋକ ବାସବାସ କରିଆସୁଛନ୍ତି। ହେଲେ ମୋବାଇଲ ନେଟୱାର୍କ ନ ଥିବା ଯୋଗୁ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକେ ପ୍ରକାଶ କରିଛନ୍ତି। ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକି ପାରୁ ନାହାନ୍ତି କି ନିଆଁ ଲାଗିଲେ ଦମକଳ କେନ୍ଦ୍ରକୁ ଫୋନ ମଧ୍ୟ କରି ପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଡବଲ ଇଞ୍ଜିନ ସରକାର ତୂରନ୍ତ ସିନ୍ଧିପଦର ଅଞ୍ଚଳରେ ମୋବାଇଲ ଟାଓ୍ବାର ସ୍ଥାପନର ବ୍ୟବସ୍ଥା କରନ୍ତୁ ବୋଲି ସିନ୍ଧିପଦର୍‌ ସରପଞ୍ଚ ଗୀତାଞ୍ଜଳି ମାଝୀ ଦାବି କରିବା ସହ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ତେବେ ଡବଲ ଇଞ୍ଜିନ ସରକାର ନିଶ୍ଚୟ ଭାବରେ ଏହାର ସମାଧାନ ଦିଗରେ ଆଗେଇ ଆସିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?