ପାସେଞ୍ଜର ହଲ୍ଟରେ ସେବା ଠପ୍‌

ଢେଙ୍କାନାଳ ଅଫିସ, ୧୫।୩: କରୋନାକୁ ପୂରିଲାଣି ବର୍ଷେ। ତଥାପି ଶତପ୍ରତିଶତ ସ୍ବାଭାବିକ ହୋଇପାରିନି ଟ୍ରେନ୍‌ ଚଳାଚଳ। ହାତଗଣତି ରେଳ ସେବା ଯୋଗାଉଥିବାବେଳେ ଟ୍ରାକ୍‌ରେ ଗଡ଼ିନି ପାସେଞ୍ଜର ଟ୍ରେନ୍‌। ଏବେ ଅଧିକ ଶକ୍ତିଶାଳୀ ହୋଇ କୋଭିଡ୍‌ ବାହୁଡ଼ିଥିବାବେଳେ ଶସ୍ତା ଏବଂ ଜରୁରୀ ସେବା ଯୋଗାଉଥିବା ଏଭଳି ଟ୍ରେନ୍‌ କେବେ ଚାଲିବ ତାହାକୁ ନେଇ ଲାଗିରହିଛି ଦ୍ୱନ୍ଦ୍ୱ। ଅନ୍ୟପଟେ ଦୀର୍ଘଦିନ ଧରି ବନ୍ଦ ରହିବା ଏବଂ ପରିଚାଳନା ଅଭାବରୁ ଅବହେଳିତ ହୋଇପଡ଼ିଥିବା ପାସେଞ୍ଜର ରହଣି ଷ୍ଟେଶନଗୁଡ଼ିକ ଅସାମାଜିକଙ୍କ ଆଡ୍ଡା ପାଲଟିଲାଣି। ଢେଙ୍କାନାଳ ସହର ଉପକଣ୍ଠ ଶ୍ୟାମାଚରଣପୁରସ୍ଥିତ ପାସେଞ୍ଜର ହଲ୍ଟ ଏହାର ସଦ୍ୟତମ ଉଦାହରଣ।
ଢେଙ୍କାନାଳ ଜିଲା ଏବଂ ସହରବାସୀଙ୍କ ଟ୍ରେନ୍‌ ଯାତ୍ରାକୁ ଅଧିକ ସୁଗମ କରିବା ଲାଗି ୨୭ ବର୍ଷ ତଳେ କାର୍ଯ୍ୟକ୍ଷମ ହୋଇଥିଲା ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ। ଏହି ଷ୍ଟେଶନରେ ପୁରୀ-ତାଳଚେର, ତାଳଚେର-ପୁରୀ, ଅନୁଗୋଳ-ପୁରୀ, ପୁରୀ-ଅନୁଗୋଳ, ରାଉରକେଲା-ପୁରୀ, ପୁରୀ-ରାଉରକେଲା ଆଦି ପାସେଞ୍ଜର ଟ୍ରେନ୍‌ ରହଣି କରିଥାଏ। ଭୁବନେଶ୍ୱରରେ କାର୍ଯ୍ୟରତ ୭୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଦୈନନ୍ଦିନ ସକାଳ ସାଢ଼େ ୭ଟାରେ ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ୍‌ରେ ଯାଇଥାନ୍ତି। ସନ୍ଧ୍ୟା ସାଢ଼େ ୭ଟାରେ ପୁଣି ଉକ୍ତ ଟ୍ରେନ୍‌ରେ ଫେରିଥାନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଚାକିରି କରୁଥିବା ଜିଲାର ଚାକିରିଆଙ୍କ ଲାଗି ଏହି ପାସେଞ୍ଜର ହଲ୍ଟର ଗୁରୁତ୍ୱ ଅନେକ। ଗତବର୍ଷ ମାର୍ଚ୍ଚରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଥିଲା। ଅନ୍‌ଲକ୍‌ ପରେ ହାତଗଣତି ଦୂରଗାମୀ ଟ୍ରେନ୍‌ ଚଳାଚଳ କରୁଛି। ଅଦ୍ୟାବଧି ପାସେଞ୍ଜର ଟ୍ରେନ୍‌ ଚାଲୁ ନ ଥିବାରୁ ବର୍ଷେ ହେଲା ଏହି ଷ୍ଟେଶନ ଯାତ୍ରୀଙ୍କ ସେବାରେ ଆସୁନାହିଁ। ଟିକେଟ୍‌ କାଉଣ୍ଟରରେ ତାଲା ଝୁଲୁଛି। ବିଶ୍ରାମାଗାର ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଅନ୍ୟପଟେ ବାଧ୍ୟ ହୋଇ ଦୈନିକ ଟ୍ରେନ୍‌ ଉପରେ ନିର୍ଭରଶୀଳ ଯାତ୍ରୀମାନେ ଅଧିକ ଭଡ଼ା ଦେଇ ବସ୍‌ରେ ଯାଉଛନ୍ତି। ଗାଡ଼ିରେ ଅସମ୍ଭାଳ ଭିଡ଼ ଯୋଗୁ ସିଟ୍‌ ନ ପାଇ ଠିଆ ହୋଇ ଯାତ୍ରା କରିବାକୁ ପଡୁଛି। ଧୀରେ ଧୀରେ ସବୁ କିଛି ସ୍ବାଭାବିକ ହେଉଥିବାବେଳେ ସରକାରଙ୍କ ପକ୍ଷଣୁ ପାସେଞ୍ଜର ଟ୍ରେନ୍‌ ଚଳାଚଳକୁ ଅନୁମତି ଦିଆଯାଉନାହିଁ, ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ: ବିଜେଡିରୁ ଅବିନାଶ ସାମଲ, ଭାଜପାରୁ ରୁଦ୍ର ପାଣି ପ୍ରାର୍ଥୀ

ଢେଙ୍କାନାଳ,୨୮ା୩(ରତନ ନାୟାର)ଚଳିତ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକ ସଭା ଆସନ ନିମନ୍ତେ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବିଜେଡିରୁ...

ଢେଙ୍କାନାଳରୁ ସୁଧୀର, କାମାକ୍ଷାନଗରରୁ ପ୍ରଫୁଲ୍ଲ ଓ ପରଜଙ୍ଗରୁ ନୃସିଂହ

ଢେଙ୍କାନାଳ,୨୮ା୩(ରତନ ନାୟାର)ଢେଙ୍କାନାଳ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରାର୍ଥୀ ଘୋଷଣା କରାଯାଇଛି। ଢେଙ୍କାନାଳ, କାମାକ୍ଷାନଗର...

ପ୍ରଫୁଲ୍ଲଙ୍କୁ ପଞ୍ଚମଥର ପାଇଁ ମିଳିଲା ବିଜେଡି ଟିକେଟ୍‌

କାମାକ୍ଷାନଗର,୨୭।୩(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୭ ବିଧାନସଭା ପାଇଁ ପ୍ରଫୁଲ୍ଲ କୁମାର ମଲ୍ଲିକକୁ ପୂନର୍ବାର ବିଜେଡି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

୨ ଭାଇଙ୍କ ମଧ୍ୟରେ ହାତାହାତି, ଚାଲିଗଲା ବଡ଼ ଭାଇଙ୍କ ଜୀବନ

ଓଡ଼ାପଡ଼ା,୨୪।୩(ରଞ୍ଜିତ ନାୟକ): ଢେଙ୍କାନାଳ ସଦର ଥାନା ଗୁଣଦେଇ ପଞ୍ଚାୟତ ଅଧୀନ କାଉଁରିଆପାଳ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ସମସ୍ୟାକୁ କେନ୍ଦ୍ର କରି...

କପିଳାସ, ବଳରାମ ମନ୍ଦିର ପ୍ରସାଦ ପାଇଁ ଟେଣ୍ଡର ପଡ଼ିଲାନି

ଢେଙ୍କାନାଳ,୨୨ା୩(ରତନ ନାୟାର): ଢେଙ୍କାନାଳ ଜିଲା ତଥା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ସହରସ୍ଥିତ ଶ୍ରୀ ସିଦ୍ଧ ବଳରାମଙ୍କ ମନ୍ଦିର ଅବଢ଼ା ତଥା ପ୍ରସାଦ...

ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ...

ନୀରବ, ନିମଶ୍ଚଳ ହାତୀ ଉଦ୍ଧାର କେନ୍ଦ୍ର

ଢେଙ୍କାନାଳ,୧୭ା୩(ରତନ ନାୟାର) ଖାଁ ଖାଁ ଲାଗୁଛି ପୂରା ପରିବେଶ। ସବୁଠି ଯେମିତି ଛାଇଯାଇଛି ନୀରବତା। ନିଶ୍ଚଳ ହୋଇଯାଇଛି ସବୁକିଛି। ଚୁପ୍‌ଚାପ୍‌ ହୋଇଯାଇଛନ୍ତି ମାହୁନ୍ତ ଦୀପୁଙ୍କ ସମେତ...

ଗାଧୋଉଥିବା ବେଳେ ନଦୀରେ ବୁଡିଗଲେ ଇଞ୍ଜିନିୟରିଂ ଛାତ୍ର

ପରଜଙ୍ଗ,୧୪।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଗାଁ ସ୍ଥିତ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri