ପାସେଞ୍ଜର ହଲ୍ଟରେ ସେବା ଠପ୍‌

ଢେଙ୍କାନାଳ ଅଫିସ, ୧୫।୩: କରୋନାକୁ ପୂରିଲାଣି ବର୍ଷେ। ତଥାପି ଶତପ୍ରତିଶତ ସ୍ବାଭାବିକ ହୋଇପାରିନି ଟ୍ରେନ୍‌ ଚଳାଚଳ। ହାତଗଣତି ରେଳ ସେବା ଯୋଗାଉଥିବାବେଳେ ଟ୍ରାକ୍‌ରେ ଗଡ଼ିନି ପାସେଞ୍ଜର ଟ୍ରେନ୍‌। ଏବେ ଅଧିକ ଶକ୍ତିଶାଳୀ ହୋଇ କୋଭିଡ୍‌ ବାହୁଡ଼ିଥିବାବେଳେ ଶସ୍ତା ଏବଂ ଜରୁରୀ ସେବା ଯୋଗାଉଥିବା ଏଭଳି ଟ୍ରେନ୍‌ କେବେ ଚାଲିବ ତାହାକୁ ନେଇ ଲାଗିରହିଛି ଦ୍ୱନ୍ଦ୍ୱ। ଅନ୍ୟପଟେ ଦୀର୍ଘଦିନ ଧରି ବନ୍ଦ ରହିବା ଏବଂ ପରିଚାଳନା ଅଭାବରୁ ଅବହେଳିତ ହୋଇପଡ଼ିଥିବା ପାସେଞ୍ଜର ରହଣି ଷ୍ଟେଶନଗୁଡ଼ିକ ଅସାମାଜିକଙ୍କ ଆଡ୍ଡା ପାଲଟିଲାଣି। ଢେଙ୍କାନାଳ ସହର ଉପକଣ୍ଠ ଶ୍ୟାମାଚରଣପୁରସ୍ଥିତ ପାସେଞ୍ଜର ହଲ୍ଟ ଏହାର ସଦ୍ୟତମ ଉଦାହରଣ।
ଢେଙ୍କାନାଳ ଜିଲା ଏବଂ ସହରବାସୀଙ୍କ ଟ୍ରେନ୍‌ ଯାତ୍ରାକୁ ଅଧିକ ସୁଗମ କରିବା ଲାଗି ୨୭ ବର୍ଷ ତଳେ କାର୍ଯ୍ୟକ୍ଷମ ହୋଇଥିଲା ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ। ଏହି ଷ୍ଟେଶନରେ ପୁରୀ-ତାଳଚେର, ତାଳଚେର-ପୁରୀ, ଅନୁଗୋଳ-ପୁରୀ, ପୁରୀ-ଅନୁଗୋଳ, ରାଉରକେଲା-ପୁରୀ, ପୁରୀ-ରାଉରକେଲା ଆଦି ପାସେଞ୍ଜର ଟ୍ରେନ୍‌ ରହଣି କରିଥାଏ। ଭୁବନେଶ୍ୱରରେ କାର୍ଯ୍ୟରତ ୭୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଦୈନନ୍ଦିନ ସକାଳ ସାଢ଼େ ୭ଟାରେ ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନ୍‌ରେ ଯାଇଥାନ୍ତି। ସନ୍ଧ୍ୟା ସାଢ଼େ ୭ଟାରେ ପୁଣି ଉକ୍ତ ଟ୍ରେନ୍‌ରେ ଫେରିଥାନ୍ତି। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଚାକିରି କରୁଥିବା ଜିଲାର ଚାକିରିଆଙ୍କ ଲାଗି ଏହି ପାସେଞ୍ଜର ହଲ୍ଟର ଗୁରୁତ୍ୱ ଅନେକ। ଗତବର୍ଷ ମାର୍ଚ୍ଚରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଥିଲା। ଅନ୍‌ଲକ୍‌ ପରେ ହାତଗଣତି ଦୂରଗାମୀ ଟ୍ରେନ୍‌ ଚଳାଚଳ କରୁଛି। ଅଦ୍ୟାବଧି ପାସେଞ୍ଜର ଟ୍ରେନ୍‌ ଚାଲୁ ନ ଥିବାରୁ ବର୍ଷେ ହେଲା ଏହି ଷ୍ଟେଶନ ଯାତ୍ରୀଙ୍କ ସେବାରେ ଆସୁନାହିଁ। ଟିକେଟ୍‌ କାଉଣ୍ଟରରେ ତାଲା ଝୁଲୁଛି। ବିଶ୍ରାମାଗାର ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଅନ୍ୟପଟେ ବାଧ୍ୟ ହୋଇ ଦୈନିକ ଟ୍ରେନ୍‌ ଉପରେ ନିର୍ଭରଶୀଳ ଯାତ୍ରୀମାନେ ଅଧିକ ଭଡ଼ା ଦେଇ ବସ୍‌ରେ ଯାଉଛନ୍ତି। ଗାଡ଼ିରେ ଅସମ୍ଭାଳ ଭିଡ଼ ଯୋଗୁ ସିଟ୍‌ ନ ପାଇ ଠିଆ ହୋଇ ଯାତ୍ରା କରିବାକୁ ପଡୁଛି। ଧୀରେ ଧୀରେ ସବୁ କିଛି ସ୍ବାଭାବିକ ହେଉଥିବାବେଳେ ସରକାରଙ୍କ ପକ୍ଷଣୁ ପାସେଞ୍ଜର ଟ୍ରେନ୍‌ ଚଳାଚଳକୁ ଅନୁମତି ଦିଆଯାଉନାହିଁ, ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri