ସରୁନି ବୋଟିଂ, ପାର୍କ ଓ ସ୍ମାର୍ଟ ଶ୍ମଶାନ କାମ

ଖୋର୍ଦ୍ଧା ଅଫିସ,୮ା୬: ଖୋର୍ଦ୍ଧା ପୌର ପରିଷଦ (କେଏମ୍‌ସି) ଏକପ୍ରକାର ସ୍ଥାଣୁ ପାଲଟିଛି। ସହରବାସୀଙ୍କଠାରୁ ବର୍ଷକୁ ବିଭିନ୍ନ ବାବଦକୁ କେଏମ୍‌ସି ପକ୍ଷରୁ ଲକ୍ଷାଧିକ ଟଙ୍କା ରାଜସ୍ବ ଆଦାୟ କରାଯାଉଛି। ମାତ୍ର ସହରବାସୀଙ୍କୁ ମୌଳିକ ସୁବିଧା ମିଳୁନାହିଁ। ଖୋର୍ଦ୍ଧା ସହରର ପରିମଳ, ରାସ୍ତାଘାଟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିକାଶ ଏକପ୍ରକାର ଠପ୍‌ ହୋଇଯାଇଛି। ବହୁ ପ୍ରକଳ୍ପ ଅଧାପନ୍ତରିଆ ରହିଛି। ମୁକ୍ତା ଯୋଜନାରେ ବିଭିନ୍ନ ୱାର୍ଡରେ ପ୍ରକଳ୍ପ ଫଳକ ଲଗାଯାଇ ଅର୍ଥ ହେରଫେର ହୋଇଛି। ଜଳ ସଂରକ୍ଷଣ, ଶୌଚାଳୟ, ପବ୍ଲିକ ଟ୍ରାକ, ମିନିପାର୍କ ପ୍ରଭୃତି ପ୍ରକଳ୍ପରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହେଉଛି। ତେଣୁ ପୌର ପ୍ରଶାସନ କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ୨୨ଟି ୱାର୍ଡ ରହିଛି। ଅଳିଆ ଉଠାଇବା ଲାଗି ୨୦ଟି ୱାର୍ଡକୁ ଘରୋଇକରଣ କରାଯାଇଛି। ଏଥିଲାଗି ପୌର ପ୍ରଶାସନ ପକ୍ଷରୁ ମାସକୁ ଲକ୍ଷାଧିକ ଟଙ୍କା ପଇଠ କରାଯାଉଛି। ଅଳିଆ ଉଠାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ସହରର ମୁଖ୍ୟରାସ୍ତାକୁ ବାଦ୍‌ ଦେଲେ ଗଳିକନ୍ଦିରେ ଅଳିଆ ପଡ଼ିରହୁଛି। ଗୋରୁ, ବୁଲାକୁକୁର ଖାଦ୍ୟ ଲାଳସାରେ ସେଗୁଡ଼ିକ ଘାଣ୍ଟି ଏଣେତେଣେ ପକାଉଛନ୍ତି। ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସେହିପରି ଗତ ୪ବର୍ଷ ହେବ ସହରରେ ପବ୍ଲିକ ଶୌଚାଳୟ ବନ୍ଦ ପଡ଼ିିଥିବାରୁ ଲୋକେ ହଇରାଣ ହେଉଛନ୍ତି। ସହରର ମୁଖ୍ୟ ଛକଗୁଡ଼ିକରେ ପବ୍ଲିକ ପରିସ୍ରାଗାର ରହିଛି। କେତୋଟି ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ତେବେ ସବୁ ପରିସ୍ରାଗାରରେ ତାଲା ଝୁଲୁଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଲୁ- ପରିସ୍ରାଗାର ପରିତ୍ୟକ୍ତ ଅବସ୍ଥାରେ ରହିଛି। ଗତ ୨୦୨୦ରୁ ନିର୍ମାଣ ଚାଲିଥିବା ଟିଏଲ୍‌ସି ସ୍ମାର୍ଟ ଶ୍ମଶାନ, ବରୁଣେଇ ସ୍ମାର୍ଟ ପାର୍କ, ସାମନ୍ତରାପୁରସ୍ଥିତ ଖଣି ପୋଖରୀରେ ଚାଲିଥିବା ବୋଟିଂ ନିର୍ମାଣ କାମ ସରିପାରିନାହିଁ। ନିୟମିତ ଭାବେ ନାଳ ନର୍ଦ୍ଦମା ସଫା ହେଉନି। ନାଳଗୁଡିକ ପୋତି ହୋଇଗଲାଣି। ବର୍ଷା ହେଲେ ନାଳପାଣି ନିଷ୍କାସନ ନ ହୋଇପାରି ରାସ୍ତାରେ ଭାସୁଛି। ଟ୍ରାଫିକ ଛକଠାରୁ ପୁରୁଣା ବସଷ୍ଟାଣ୍ଡ ଏବଂ ବାଳିକା ସ୍କୁଲ ଭିତର ଦେଇ ଯାଇଥିବା ଡ୍ରେନ୍‌ ପୋତି ହୋଇଥିବା ବେଳେ ପୁରୁଣା ବସଷ୍ଟାଣ୍ଡରେ ଡ୍ରେନ ନାହିଁ। ସେହିପରି ମାରୱାଡି ପଟିଠାରୁ ଗୋଡ଼ି ପୋଖରୀ ପର୍ଯ୍ୟନ୍ତ ଡ୍ରେନ ପୋତି ହୋଇଗଲାଣି। ଡାକ୍ତର୍ସ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଉପର ସାହି, ବରୁଣେଇ ସାହି, ଖ୍ରୀଷ୍ଟିୟାନ ସାହି, ରାଧାବଲ୍ଲଭ ସାହିର ଡ୍ରେନ ପୋତିହେବା ସହ ଭାଙ୍ଗିଗଲାଣି। ଅନେକ ସ୍ଥାନରେ ମରାମତି ଅଭାବରୁ ଡ୍ରେନ ଭୁଶୁଡ଼ି ପଡିଲାଣି। ଗତ ବର୍ଷ ଡ୍ରେନ ସଫା ଲାଗି ରୁଦ୍ଧଦ୍ୱାର ବୈଠକ ଡାକି ଏକପାଖିଆ ଟେଣ୍ଡର ଆହ୍ବାନକୁ ନେଇ ଅନେକ କାଉନସିଲର ବିରୋଧ କରିଥିଲେ। ଫଳରେ କିଛି ୱାର୍ଡରେ ଡ୍ରେନ ସଫା ବନ୍ଦ ରହିଲା। ଏଥିଯୋଗୁ ମଶାଙ୍କ ପ୍ରାଦୁର୍ଭାବ ବଢୁଛି। କେଉଁଠି ବି ଅଳିଆ ରହିବ ନାହିଁ ବୋଲି ପୌର ପ୍ରଶାସନ କହୁଛି। ହେଲେ ନିୟମିତ ଭାବେ ସଫେଇ ହେଉ ନ ଥିବାରୁ ଅନେକ ସ୍ଥାନରେ ଅଳିଆ ପଡ଼ିରହୁଛି। ଫଳରେ ପ୍ରଶାସନର ସ୍ବଚ୍ଛ ଖୋର୍ଦ୍ଧା ସୁସ୍ଥ ଖୋର୍ଦ୍ଧା ସ୍ଲୋଗାନ ପ୍ରହସନ ପାଲଟିଛି। ଠିକା ସଂସ୍ଥା ଉପରେ ଦାୟିତ୍ୱ ଦେଇ କର୍ତ୍ତୃପକ୍ଷ ଚୁପ୍‌ ବସୁଛନ୍ତି। ଅଳିଆ ଉଠୁଛି କି ନାହିଁ ତାହାର ଖବର ପ୍ରଶାସନ ରଖୁନାହିଁ ବୋଲି ସହରବାସୀ କହିଛନ୍ତି। ଏନେଇ ପୌର ନିର୍ବାହୀ ଅଧିକାରୀ ରିଜୱାନ କିୟକପ୍‌ କହିଛନ୍ତି, ସହରରେ ସ୍ବଚ୍ଛତା ଓ ପରିମଳରେ ସୁଧାର ଆଣିବା ପାଇଁ ଗୁରୁତ୍ୱ ଦିଆଯାଉଛି। ଏଥିରେ ସହରବାସୀଙ୍କ ସହଯୋଗ ଜରୁରୀ। ବନ୍ଦ ପଡ଼ିିଥିବା ୨ଟି ଶୌଚାଳୟ ଏବଂ ସମସ୍ତ ଲୁ-ପରିସ୍ରାଗାରକୁ କାର୍ଯ୍ୟକ୍ଷମ କରାଯିବ। ସେହିପରି କୌଣସି ପ୍ରକଳ୍ପରେ ଅନିୟମିତତା ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?