ସରୁନି ବୋଟିଂ, ପାର୍କ ଓ ସ୍ମାର୍ଟ ଶ୍ମଶାନ କାମ

ଖୋର୍ଦ୍ଧା ଅଫିସ,୮ା୬: ଖୋର୍ଦ୍ଧା ପୌର ପରିଷଦ (କେଏମ୍‌ସି) ଏକପ୍ରକାର ସ୍ଥାଣୁ ପାଲଟିଛି। ସହରବାସୀଙ୍କଠାରୁ ବର୍ଷକୁ ବିଭିନ୍ନ ବାବଦକୁ କେଏମ୍‌ସି ପକ୍ଷରୁ ଲକ୍ଷାଧିକ ଟଙ୍କା ରାଜସ୍ବ ଆଦାୟ କରାଯାଉଛି। ମାତ୍ର ସହରବାସୀଙ୍କୁ ମୌଳିକ ସୁବିଧା ମିଳୁନାହିଁ। ଖୋର୍ଦ୍ଧା ସହରର ପରିମଳ, ରାସ୍ତାଘାଟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିକାଶ ଏକପ୍ରକାର ଠପ୍‌ ହୋଇଯାଇଛି। ବହୁ ପ୍ରକଳ୍ପ ଅଧାପନ୍ତରିଆ ରହିଛି। ମୁକ୍ତା ଯୋଜନାରେ ବିଭିନ୍ନ ୱାର୍ଡରେ ପ୍ରକଳ୍ପ ଫଳକ ଲଗାଯାଇ ଅର୍ଥ ହେରଫେର ହୋଇଛି। ଜଳ ସଂରକ୍ଷଣ, ଶୌଚାଳୟ, ପବ୍ଲିକ ଟ୍ରାକ, ମିନିପାର୍କ ପ୍ରଭୃତି ପ୍ରକଳ୍ପରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହେଉଛି। ତେଣୁ ପୌର ପ୍ରଶାସନ କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ୨୨ଟି ୱାର୍ଡ ରହିଛି। ଅଳିଆ ଉଠାଇବା ଲାଗି ୨୦ଟି ୱାର୍ଡକୁ ଘରୋଇକରଣ କରାଯାଇଛି। ଏଥିଲାଗି ପୌର ପ୍ରଶାସନ ପକ୍ଷରୁ ମାସକୁ ଲକ୍ଷାଧିକ ଟଙ୍କା ପଇଠ କରାଯାଉଛି। ଅଳିଆ ଉଠାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ସହରର ମୁଖ୍ୟରାସ୍ତାକୁ ବାଦ୍‌ ଦେଲେ ଗଳିକନ୍ଦିରେ ଅଳିଆ ପଡ଼ିରହୁଛି। ଗୋରୁ, ବୁଲାକୁକୁର ଖାଦ୍ୟ ଲାଳସାରେ ସେଗୁଡ଼ିକ ଘାଣ୍ଟି ଏଣେତେଣେ ପକାଉଛନ୍ତି। ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସେହିପରି ଗତ ୪ବର୍ଷ ହେବ ସହରରେ ପବ୍ଲିକ ଶୌଚାଳୟ ବନ୍ଦ ପଡ଼ିିଥିବାରୁ ଲୋକେ ହଇରାଣ ହେଉଛନ୍ତି। ସହରର ମୁଖ୍ୟ ଛକଗୁଡ଼ିକରେ ପବ୍ଲିକ ପରିସ୍ରାଗାର ରହିଛି। କେତୋଟି ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ତେବେ ସବୁ ପରିସ୍ରାଗାରରେ ତାଲା ଝୁଲୁଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଲୁ- ପରିସ୍ରାଗାର ପରିତ୍ୟକ୍ତ ଅବସ୍ଥାରେ ରହିଛି। ଗତ ୨୦୨୦ରୁ ନିର୍ମାଣ ଚାଲିଥିବା ଟିଏଲ୍‌ସି ସ୍ମାର୍ଟ ଶ୍ମଶାନ, ବରୁଣେଇ ସ୍ମାର୍ଟ ପାର୍କ, ସାମନ୍ତରାପୁରସ୍ଥିତ ଖଣି ପୋଖରୀରେ ଚାଲିଥିବା ବୋଟିଂ ନିର୍ମାଣ କାମ ସରିପାରିନାହିଁ। ନିୟମିତ ଭାବେ ନାଳ ନର୍ଦ୍ଦମା ସଫା ହେଉନି। ନାଳଗୁଡିକ ପୋତି ହୋଇଗଲାଣି। ବର୍ଷା ହେଲେ ନାଳପାଣି ନିଷ୍କାସନ ନ ହୋଇପାରି ରାସ୍ତାରେ ଭାସୁଛି। ଟ୍ରାଫିକ ଛକଠାରୁ ପୁରୁଣା ବସଷ୍ଟାଣ୍ଡ ଏବଂ ବାଳିକା ସ୍କୁଲ ଭିତର ଦେଇ ଯାଇଥିବା ଡ୍ରେନ୍‌ ପୋତି ହୋଇଥିବା ବେଳେ ପୁରୁଣା ବସଷ୍ଟାଣ୍ଡରେ ଡ୍ରେନ ନାହିଁ। ସେହିପରି ମାରୱାଡି ପଟିଠାରୁ ଗୋଡ଼ି ପୋଖରୀ ପର୍ଯ୍ୟନ୍ତ ଡ୍ରେନ ପୋତି ହୋଇଗଲାଣି। ଡାକ୍ତର୍ସ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଉପର ସାହି, ବରୁଣେଇ ସାହି, ଖ୍ରୀଷ୍ଟିୟାନ ସାହି, ରାଧାବଲ୍ଲଭ ସାହିର ଡ୍ରେନ ପୋତିହେବା ସହ ଭାଙ୍ଗିଗଲାଣି। ଅନେକ ସ୍ଥାନରେ ମରାମତି ଅଭାବରୁ ଡ୍ରେନ ଭୁଶୁଡ଼ି ପଡିଲାଣି। ଗତ ବର୍ଷ ଡ୍ରେନ ସଫା ଲାଗି ରୁଦ୍ଧଦ୍ୱାର ବୈଠକ ଡାକି ଏକପାଖିଆ ଟେଣ୍ଡର ଆହ୍ବାନକୁ ନେଇ ଅନେକ କାଉନସିଲର ବିରୋଧ କରିଥିଲେ। ଫଳରେ କିଛି ୱାର୍ଡରେ ଡ୍ରେନ ସଫା ବନ୍ଦ ରହିଲା। ଏଥିଯୋଗୁ ମଶାଙ୍କ ପ୍ରାଦୁର୍ଭାବ ବଢୁଛି। କେଉଁଠି ବି ଅଳିଆ ରହିବ ନାହିଁ ବୋଲି ପୌର ପ୍ରଶାସନ କହୁଛି। ହେଲେ ନିୟମିତ ଭାବେ ସଫେଇ ହେଉ ନ ଥିବାରୁ ଅନେକ ସ୍ଥାନରେ ଅଳିଆ ପଡ଼ିରହୁଛି। ଫଳରେ ପ୍ରଶାସନର ସ୍ବଚ୍ଛ ଖୋର୍ଦ୍ଧା ସୁସ୍ଥ ଖୋର୍ଦ୍ଧା ସ୍ଲୋଗାନ ପ୍ରହସନ ପାଲଟିଛି। ଠିକା ସଂସ୍ଥା ଉପରେ ଦାୟିତ୍ୱ ଦେଇ କର୍ତ୍ତୃପକ୍ଷ ଚୁପ୍‌ ବସୁଛନ୍ତି। ଅଳିଆ ଉଠୁଛି କି ନାହିଁ ତାହାର ଖବର ପ୍ରଶାସନ ରଖୁନାହିଁ ବୋଲି ସହରବାସୀ କହିଛନ୍ତି। ଏନେଇ ପୌର ନିର୍ବାହୀ ଅଧିକାରୀ ରିଜୱାନ କିୟକପ୍‌ କହିଛନ୍ତି, ସହରରେ ସ୍ବଚ୍ଛତା ଓ ପରିମଳରେ ସୁଧାର ଆଣିବା ପାଇଁ ଗୁରୁତ୍ୱ ଦିଆଯାଉଛି। ଏଥିରେ ସହରବାସୀଙ୍କ ସହଯୋଗ ଜରୁରୀ। ବନ୍ଦ ପଡ଼ିିଥିବା ୨ଟି ଶୌଚାଳୟ ଏବଂ ସମସ୍ତ ଲୁ-ପରିସ୍ରାଗାରକୁ କାର୍ଯ୍ୟକ୍ଷମ କରାଯିବ। ସେହିପରି କୌଣସି ପ୍ରକଳ୍ପରେ ଅନିୟମିତତା ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri