Posted inଜାତୀୟ

କମିଲା କରୋନା ଟିକାର ଦାମ୍‌

ନୂଆଦିଲ୍ଲୀ,୨୮।୪: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ପକ୍ଷରୁ କୋଭିଶିଲ୍ଡ ଟିକାର ଦାମ୍‌କୁ ବୁଧବାର ହ୍ରାସ କରାଯାଇଛି। ଏନେଇ ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କୋଭିଶିଲ୍ଟ ଟିକା କମ୍ପାନୀର ସିଇଓ ଅଦର ପୁନାୱାଲା ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଇଁ ଦର କମାଇ ଡୋଜ ପିଛା ୩୦୦ ଟଙ୍କା କରାଯାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।
ସୂଚନା ଯୋଗ୍ୟ, ଦେଶରେ ଟିକାର ଦାମକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ଏନେଇ କେନ୍ଦ୍ର ସରକାର ସିରମ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ ଦାମ କମେଇବାକୁ କହିଥିଲେ। ମେ ୧ରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ କେନ୍ଦ୍ରର ନିର୍ଦ୍ଦେଶ କ୍ରମେ ସିରମ୍‌ ଟିକା ଦର କମାଇବା ପରେ ରାଜ୍ୟ ସରକାରଙ୍କ ପାଇଁ ଏହା ଆଶ୍ୱସ୍ତି ଆଣି ଦେଇଛି। କୋଭିଶିଲ୍ଡ ଟିକାର ଦାମ ରାଜ୍ୟ ସରକାର ଏବଂ ବେସରକାରୀ ଡାକ୍ତରଖାନାକୁ ଯଥାକ୍ରମେ ୪୦୦ ଏବଂ ୬୦୦ ଟଙ୍କାରେ ବିକ୍ରି କରିବ ବୋଲି କମ୍ପାନୀ ପ୍ରଥମେ ଘୋଷଣା କରିଥିଲା। ଏବେ ଏହି ଟିକାର ଦାମ ୩୦ ପ୍ରତିଶତ କମାଇ ୩୦୦ ଟଙ୍କା କରାଯାଇଥିବା ସିଇଓ କହିଛନ୍ତି।
ସୂଚନା ଅନୁଯାୟୀ ୧୯ଟି ରାଜ୍ୟ ଏହି ଟିକା ନେବା ପାଇଁ ମୋଟ ୩୪୦ ମିଲିୟନ ଡୋଜ ଅର୍ଡର କରିଛନ୍ତି। ଆଉ ଘରୋଇ ହସ୍ପିଟାଲ ୧୮ ମିଲିୟନ ଡୋଜ ଅର୍ଡର କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭିକାଲ କ୍ୟାନସର ସ୍ବଦେଶୀ ଟିକାକୁ ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୬।୬ : ସେରମ ଇନଷ୍ଟିଚ୍ୟୁଟର କ୍ୱାଡି ଭେଲଣ୍ଟ ହ୍ୟୁମାନ ପାପିଲୋମାଭାଇରସ ଟିକାକୁ ଡିସିଜିଆଇର ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦନ କରାଯାଇଛି। ଏହି ସ୍ବଦେଶୀ ଟିକା...

କରୋନାକୁ ଡରି ସ୍ତ୍ରୀଙ୍କଠାରୁ ସାମାଜିକ ଦୂରତା ରକ୍ଷା କରୁଥିଲେ ସ୍ବାମୀ, ଶେଷରେ କୋର୍ଟରେ ଦେବାକୁ ପଡ଼ିଲା ପୁରୁଷତ୍ୱର ପ୍ରମାଣ

ଭୋପାଳ,୫ା୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବାସ୍ତବରେ କରୋନା ସମୟରେ ବିବାହ ବନ୍ଧନରେ ବାନ୍ଧି...

ବାୟୋମେଟ୍ରିିକ୍‌ ବ୍ୟବହାର ହୋଇପାରିବନି

କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମସ୍ତ କର୍ମଚାରୀଙ୍କ ପାଇଁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବାୟୋମେଟ୍ରିକ୍‌ ଉପସ୍ଥାନ ସ୍ଥଗିତ ରଖିଛନ୍ତି। ତେବେ ସମସ୍ତ...

ସିନ୍ଧେ ଶିବସେନା ମୁଖ୍ୟମନ୍ତ୍ରୀ ନୁହନ୍ତି, ନୀରବତା ଭାଙ୍ଗିଲେ ଉଦ୍ଧବ…

ମୁମ୍ବାଇ, ୧।୭ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଏକନାଥ...

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ୍‌…

ଶ୍ରୀନଗର, ୨୯।୧ : ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ସ୍ଥାନୀୟ ହାସନପୋରା ବିଜ୍‌ବେହାରା ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ପୋଲିସ...

ମୋଦି ନେଲେ କରୋନା ଟିକା

ନୂଆଦିଲ୍ଲୀ,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କରୋନା ଟିକା ନେଇଛନ୍ତି। ସାର୍ବଜନୀକ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସକାଳେ ଦିଲ୍ଲୀ ଏମ୍ସ୍‌ରେ ପହଞ୍ଚି ଟିକା...

ଧାର୍ମିକ ସ୍ଥଳ ଖୋଲିବାକୁ ମିଳିଲା ଅନୁମତି, ହଟିଲା ୱିକ ଏଣ୍ଡ କର୍ଫ୍ୟୁ

ବେଙ୍ଗାଲୁରୁ,୪ ।୭: ସମୟକ୍ରମେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କର୍ନାଟକ ସରକାର ଲଗାଇଥିବା କଟକଣାରେ କିଛିଟା କୋହଳ କହିଛନ୍ତି । ଏବେ ରାଜ୍ୟରେ ଧାର୍ମିକ...

ଦିଲ୍ଲୀରେ ପ୍ରବଳ ବର୍ଷା: ୨ ମୃତ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା...

Advertisement
Archives

Model This Week