ଜଗତ୍‌ସିଂହପୁର ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତିରେ ଘୋର ବିଳମ୍ବ

ଜଗତ୍‌ସିଂହପୁର ଅଫିସ, ୨୪ା୨:ଦିନକୁ ଦିନ ଜଗତ୍‌ସିଂହପୁର ସହର ଅସଜଡା ଭାବେ ତା’ର କାୟା ବିସ୍ତାର କରିଚାଲିଛି। ଟ୍ରାଫିକ୍‌ ସମସ୍ୟାଠାରୁ ବର୍ଯ୍ୟବସ୍ତୁ ପରିଚାଳନା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଜଟିଳ ରୂପ ନେଉଛି। ଏହାର ସମାଧାନ ପାଇଁ ସହରର ମାଷ୍ଟର ପ୍ଲାନ୍‌ ଜରୁରୀ। ତେଣୁ ରାଜ୍ୟ ସରକାର ୨୦୧୭ରେ ଯୋଜନା ପ୍ରସ୍ତୁତ ପାଇଁ ନିଷ୍ପତ୍ତି ନେଇଥିଲା। ଏଥିସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ୬ା୫ା୧୮ରେ ବାଙ୍ଗାଲୋରର ସ୍କାଏ ଗ୍ରୁପ ଯୋଜନା ପ୍ରସ୍ତୁତ କରିବାକୁ ଜଗତ୍‌ସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ (ଜେଆର୍‌ଆଇଟି) ସହ ରାଜିନାମା ସ୍ବାକ୍ଷରୟୀତ କରିଥିଲା। ରାଜିନାମା ଅନୁଯାୟୀ ସ୍କାଏ ଗ୍ରୁପ ୨୩ା୭ା୧୯ ଭିତରେ ଯୋଜନା ସାରିବା କଥା। ଦୁଃଖର କଥା ହେଲା ଏହି ସଂସ୍ଥା ଧାର୍ଯ୍ୟ ସମୟର ୩ ବର୍ଷ ପରେ ମଧ୍ୟ ଯୋଜନା ସାରିବା ତ ଦୂରର କଥା ଚିଠା ଯୋଜନା ପ୍ରସ୍ତୁତ କରିପାରିନାହିଁ। ଏପରି କି କେବେ ସାରିବ ତାହା ମଧ୍ୟ ନିଶ୍ଚିତ ହୋଇପାରୁନାହିଁ। କୋଭିଡ୍‌ କାରଣରୁ ୨ ବର୍ଷ ଚିଠା ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଥିବା କୁହାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏହାର ରୂପରେଖ ଚୂଡାନ୍ତ ହୋଇ ନ ପାରିବା ଅସନ୍ତୋଷର କାରଣ ହୋଇଛି।
ଓଡ଼ିଶା ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଜେଆର୍‌ଆଇଟି ଜଗତ୍‌ସିଂହପୁର ସହରର ଉନ୍ନୟନ ପାଇଁ କାମ କରୁଛି। ଜଗତ୍‌ସିଂହପୁର ସହର ସମେତ ଏହି ବ୍ଲକ, ବାଲିକୁଦା, ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକ ଅଞ୍ଚଳର ୯୩ଟି ରାଜସ୍ବ ମୌଜାର ୧୧୪.୫୩ ବର୍ଗ କି.ମି. ଅଞ୍ଚଳକୁ ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ। ବିଶେଷକରି ଜଗତ୍‌ସିଂହପୁର ବ୍ଲକର ପୁନଙ୍ଗ, ପଳାଶୋଳ, ଯଁକଟି, ଯଶୋବନ୍ତପୁର ସଁାପୁର, ତରଡ଼ାପଡ଼ା, ଓଡ଼ିଶୋ, ବଳରାମପୁର, ମୁଦୁପୁର, ମଣ୍ଡାସାହି ପଞ୍ଚାୟତକୁ ନୂଆକରି ମାଷ୍ଟର ପ୍ଲାନ୍‌ରେ ସାମିଲ କରାଯିବ। ବର୍ତ୍ତମାନର ସ୍ଥିତି ଯଥା ଉପଯୁକ୍ତ ରାସ୍ତା, ଡ୍ରେନ୍‌ର ଭିତ୍ତିଭୂମି ଅନୁଧ୍ୟାନ ସହ ସହରାଞ୍ଚଳର ସ୍ଥିତି, ସମସ୍ୟା ଓ ଏହାର ସମାଧାନର ବାଟ ବାହାର କରାଯିବ। ମୁଖ୍ୟ କଥା ହେଲା ସାଟେଲାଇଟ୍‌ ଚିତ୍ର ଏବଂ ଜିଆଇଏସ୍‌ ପ୍ଲାଟ ଫର୍ମରେ ରାଜସ୍ବ କାଡାଷ୍ଟ୍ରିଆଲ ମ୍ୟାପ୍‌କୁ ଦେଖି ଜମିର ଉପଯୁକ୍ତ ବିନିଯୋଗ ଉପରେ ଗୁରୁତ୍ୱ ଦିଆଯିବ। ସ୍ଥାନ, ପାଣିପାଗ, ପ୍ଲଟ ଅନୁଯାୟୀ, ଜମିର ବ୍ୟବହାର, ପରିବେଶଜନିତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ, ଲୋକ ସଂଖ୍ୟା, ଲିଙ୍ଗ ଅନୁପାତ, ଶିକ୍ଷାହାର ଆଦିକୁ ଅନୁଧ୍ୟାନ କରାଯିବ। ଆର୍ଥିକ ସ୍ଥିତି ଓ ନିଯୁକ୍ତି ଯଥା ପ୍ରଶାସନ, କୃଷି, ଖଣି, ଖାଦନ ଆଦିକୁ ଦେଖାଯିବ। କେତେ ସାଧାରଣ ଓ ବସ୍ତି ବାସିନ୍ଦାଙ୍କ ବାସୋପଯୋଗୀ ଘର, ପରିବହନ, ସ୍ବାସ୍ଥ୍ୟ, ଶିକ୍ଷା, ମନୋରଞ୍ଜନ ସୁବିଧା ଅଛି ତାହା ଅନୁଧ୍ୟାନ ହେବ। ଜଳ ଯୋଗାଣ, ବର୍ଷା ଜଳ ବିନିଯୋଗ, ଡ୍ରେନେଜ୍‌, ସ୍ବେରେଜ, ବିଦ୍ୟୁତ୍‌ ଯୋଗାଣ, ପୋଲିସ, ଅଗ୍ନିଶମ, ଶ୍ମଶାନ, ପାଣି, ପବନ, ମୃତ୍ତିକା ପରିବେଶ, ବର୍ଯ୍ୟବସ୍ତୁ ପରିଚାଳନା ଓ ପର୍ଯ୍ୟଟନ ବିଷୟରେ ଧ୍ୟାନ ଦିଆଯିବ। ପ୍ରାଥମିକ ଓ ଦ୍ୱିତୀୟ ପର୍ଯ୍ୟାୟ ସର୍ବେକ୍ଷଣ ସମୟରେ ପରିବେଶ ଯଥା ଜଳାଶୟ, ପ୍ରାକୃତିକ ନାଳ, ଜଙ୍ଗଲ, ବୃକ୍ଷଲତା, ଖାଲୁଆ ଜମି, କୃଷି ଜମି, ପ୍ରଦୂଷଣ ମାତ୍ରା, ପର୍ଯ୍ୟଟନ ସ୍ଥଳ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଇତ୍ୟାଦିକୁ ମଧ୍ୟ ପ୍ରାଥମିକତା ଦିଆଯିବ। ବର୍ଯ୍ୟବସ୍ତୁ ପରିଚାଳନା ନେଇ ମାଇକ୍ରୋ ଲେଭେଲ ଷ୍ଟଡି କରାଯିବ। ଶେଷରେ କେଉଁସବୁ ପ୍ରକଳ୍ପ କରାଯିବା ବାଧ୍ୟତାମୂଳକ ଓ କେଉଁଟା ଇଚ୍ଛାଧୀନ ତାହା ସ୍ପଷ୍ଟ କରାଯିବ। କେଉଁ ପ୍ରକଳ୍ପ ଦୀର୍ଘ ମିଆଦି ଏବଂ କେଉଁଟା କମ ସମୟ ପାଇଁ ତା’ ଉପରେ ପ୍ରସ୍ତାବ ରହିବ। ବାସୋଭଯୋଗୀ ଘର, ବ୍ୟବସାୟିକ ସ୍ଥାନ, ପାର୍କ, ସ୍ବାସ୍ଥ୍ୟକେନ୍ଦ୍ର, କଲୋନୀରେ ବିବାହ, ବ୍ରତ ଘର ପାଇଁ ସ୍ଥାନ, ପାର୍କିଂ ଅଞ୍ଚଳ ଆଦିକୁ ଏକାଧିକ ଜୋନରେ ବିଭକ୍ତ କରାଯିବ। କିଛି ବି ଜମି ଯେପରି ଅଦରକାରୀ ନ ରୁହେ ତା’ ଉପରେ ଗୁରୁତ୍ୱ ଦିଆଯିବ। ଏସବୁକୁ ଦେଖି ପ୍ରଥମେ ଚିଠା ମାଷ୍ଟର ପ୍ଲାନ୍‌ ଓ ପରେ ସ୍କାଏ ଗ୍ରୁପ୍‌ ସହାୟତାରେ ଜେଆର୍‌ଆଇଟି ସମସ୍ତ ବିଭାଗ ସହ ବୈଠକ କରି ପରାମର୍ଶ ଲୋଡିବ। ଏପରି କି କର୍ମଶାଳା, ସେମିନାର କରାଯାଇ ବ୍ୟାପକ ଚର୍ଚ୍ଚା ହେବ। ଜନସାଧାରଣଙ୍କୁ ଅଭିଯୋଗ ଓ ପରାମର୍ଶ ପାଇଁ ସୁଯୋଗ ମିଳିବ। ଏସବୁ ପ୍ରକ୍ରିୟା ପରେ ଚୂଡାନ୍ତ ମାଷ୍ଟର ପ୍ଲାନ ଘୋଷଣା ହେବ। ଏତେ କାମ ବାକି ଥିବାବେଳେ ଚିଠା ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତରେ ବିଳମ୍ବ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଏ ସମ୍ପର୍କରେ ଜେଆର୍‌ଆଇଟି ଭାରପ୍ରାପ୍ତ ସଚିବ ଅଶୋକ କୁମାର କର୍ଣ୍ଣଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇ ନ ଥିଲା। ଜେଆର୍‌ଆଇଟି ବରିଷ୍ଠ କିରାଣି କୃଷ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରେ ସ୍କାଏ ଗ୍ରୁପକୁ ଏ ବାବଦରେ ଏକାଧିକ ବାର ଅବଗତ କରାଯାଇ ତୁରନ୍ତ ଚିଠା ଯୋଜନା ଦାଖଲ କରିବାକୁ କୁହାଗଲାଣି। ତଥାପି ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଚିଠା ଯୋଜନା ଦାଖଲ କରିବ ବୋଲି ସ୍କାଏ ଗ୍ରୁପ ପକ୍ଷରୁ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?