ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା: ୩ ଟ୍ରକ, ୪ ବାଇକ୍‌ ଭାଙ୍ଗି ଚୁରମାର, ୭ ଆହତ

କେନ୍ଦୁଝର, ୫।୨(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ ଥାନା ଅଧୀନ ବୈଦରାଜ ସାହି ଛକ ନିକଟରେ ସୋମବାର ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ୧୪ ଚକିଆ ଟ୍ରକ ବ୍ରେକ୍‌ ଫେଲ ହେବାରୁ ୩ଟି ଟ୍ରକ, ୪ଟି ବାଇକ୍‌କୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଥିଲା। ଦୁର୍ଘଟଣାରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ୭ଜଣ ଲୋକ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ।

ଆହତମାନେ ହେଲେ ଘଟଗାଁ ବ୍ଲକ ପୋଇପାଣି ଗ୍ରାମର କୂଳମଣି ମହାନ୍ତ(୬୫), ପାଟଣା ବ୍ଲକ ପାଟନାଳୀ ଗ୍ରାମର ଭାଗବତ ମହାନ୍ତ(୩୫), ଭଦ୍ରକ ଅଞ୍ଚଳର ପ୍ରିୟରଞ୍ଜନ ମହାପାତ୍ର(୪୮), ଶୁଆକାଟି ଅଞ୍ଚଳର ଏସ୍‌କେ ଦାନିସ(୧୮) ଏବଂ ଅନ୍ୟ ୩ଜଣଙ୍କ ପରିଚୟ ମିଳିପାରି ନାହିଁ। ଆହତଙ୍କ ମଧ୍ୟରୁ ପ୍ରିୟରଞ୍ଜନ ମହାପାତ୍ର ଏବଂ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନା ମୁତାବକ ସୋମବାର ଡବ୍ଲୁବି୫୭ବି-୬୩୩୪ ନମ୍ବର ବିଶିଷ୍ଟ ଏକ ଆଇରନ ବୋଝେଇ ଟ୍ରକ୍‌ ସମ୍ବଲପୁରରୁ ୪୯ ନମ୍ବର ଜାତୀୟ ରାଜପଥ ଦେଇ କେନ୍ଦୁଝର ଦେଇ ଯାଉଥିବା ବେଳେ ଜୁଡିଆ ଘାଟିରେ ବ୍ରେକ୍‌ ଫେଲ ହୋଇଯାଇଥିଲା। ଫଳରେ ଟ୍ରକଟି ଜୁଡିଆ ଓଭରବ୍ରିଜ ତଳେ ଏକ ଟ୍ରକକୁ ଧକ୍କା ଦେବା ପରେ ବିପରିତ ପାର୍ଶ୍ୱରେ ଥିବା ୨ଟି ଟ୍ରକକୁ ଧକ୍କା ଦେଇଥିଲା। ଏପରିକି ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଟ୍ରକରେ ଭାରି ସାମଗ୍ରୀ ଥିବାରୁ ଦୁଇଫାଳ ହୋଇଯାଇଥିଲା ।

ଅନ୍ୟପକ୍ଷେ ଟ୍ରକ୍‌ ୪ଟି ବାଇକ୍‌ ଉପରେ ଚଢିଯିବାରୁ ବାଇକ୍‌ଗୁଡିକ ଚୁରମାର୍‌ ହୋଇଯାଇଛି। ହେଲେ ଟ୍ରକ ଚାଳକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ରାସ୍ତାରେ ୨ଘଣ୍ଟା ଧରି ଯାତାୟତ ଠପ୍‌ ହୋଇଥିଲା। ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ରାସ୍ତା ସଫା କରିଥିଲେ । ଦୁର୍ଘଟଣା ଏତେ ଜୋର ଥିଲା ଯେ, ଏକ ଟ୍ରକର ତେଲ ଟାଙ୍କି ଫାଟିଯାଇ ତେଲ ରାସ୍ତାରେ ବୋହିଥିଲା। ଫଳରେ ନିଆଁ ଲାଗିବା ଆଶଙ୍କା କରି ଦମକଳ ବାହିନୀ ପକ୍ଷରୁ ପାଣି ସ୍ପ୍ରେ କରାଯାଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ହେଲପରକୁ ସ୍ଥାନୀୟ ଲୋକ ଧରି ପୋଲିସ ଜିମା ଦେଇଛନ୍ତି। ଟାଉନ ଥାନା ଅଧିକାରୀ ରମାକାନ୍ତ ସଏ, କହିଛନ୍ତି, ଦୁର୍ଘଟଣା ଘଟିବା ପରେ ଚାଳକ ଫେରାର ହୋଇଯାଇଥିବା ବେଳେ ହେଲପରଙ୍କୁ ପୋଲିସ ଆଣି ପଚରାଉଚୁରା କରୁଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?