ସିରିୟଲ୍‌ କିଲରଙ୍କୁ ଫାଶୀଦଣ୍ଡ

ଆବୁଜା,୧୦।୧୦: ନାଇଜେରିଆର ସିରିୟଲ୍‌ କିଲର ଗ୍ରେସିୟସ୍‌ ଡେଭିଡ୍‌- ଓ୍ବେଷ୍ଟଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ୨୦୧୯ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ହୋଟେଲ ରୁମ୍‌ରେ ବଳାତ୍କାର ପରେ ତଣ୍ଟିଚିପି ୯ ମହିଳାଙ୍କୁ ହତ୍ୟା କରିଥିଲେ। ପୂର୍ବରୁ ଏଭଳି ଅନେକ ଅପରାଧ ସେ ଘଟାଇଥିବାବେଳେ ପ୍ରମାଣ ମିଳୁ ନ ଥିଲା। ପୋର୍ଟ ହାର୍‌କେର୍ଟରେ ସେ ୮ ଜଣ ମହିଳାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଗତ ସେପ୍ଟେମ୍ବରରେ ବଳାତ୍କାର ଓ ହତ୍ୟାକାଣ୍ଡକୁ ନେଇ ଲୋକମାନେ ରାଜରାସ୍ତାରେ ବିକ୍ଷୋଭ କରିବା ପରେ ସବୁ ଘଟଣା ଆସ୍ତେ ଆସ୍ତେ ଲୋକଲୋଚନକୁ ଆସିଥିଲା। ସେପ୍ଟେମ୍ବର ୧୯ରେ ଗ୍ରେସିୟସ୍‌ ଡେଭିଡ୍‌- ଓ୍ବେଷ୍ଟଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ଅଧିକାଂଶ ମହିଳା ଏବେ ସେକ୍ସଓ୍ବାର୍କର। ଏଭଳି ଅପରାଧୀଙ୍କୁ ଫାଶୀଦଣ୍ଡ ଦିଆଯିବା ଲାଗି ଜଷ୍ଟିସ ଆଡୋଲ୍‌ ଫୁସ୍‌ ରାୟରେ ଦର୍ଶାଇଛନ୍ତି। ଏଭଳି ଅପରାଧ କେବଳ ସିରିୟଲ୍‌ କିଲରମାନେ ହିଁ କରିପାରନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ନାଇଜେରିଆରେ ସାଧାରଣତଃ ମୃତ୍ୟୁଦଣ୍ଡ ଦିଆଯାଇ ନ ଥାଏ। ୨୦୧୬ରେ ଶେଷଥର ଲାଗି ଏଭଳି ଫାଶୀଦଣ୍ଡ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଡର୍ନା ଟିକା ପାର୍ଶ୍ୱ ପ୍ରତିକ୍ରିୟାର ତଦନ୍ତ ଆରମ୍ଭ

ନ୍ୟୁୟର୍କ, ୨୧।୧: କାଲିଫର୍ନିଆର ସାନ୍‌ ଡିଏଗୋ ଟିକା କେନ୍ଦ୍ରରେ ମଡର୍ନା କମ୍ପାନୀର କୋଭିଡ୍‌ ଟିକା ନେବା ପରେ ଅନେକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି। କାଲିଫର୍ନିଆ...

ବହୁ ଚର୍ଚ୍ଚିତ ଆମେରିକା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ୱାଶିଂଟନ,୧ ।୧: ଆମେରିକା ନାଗରିକଙ୍କୁ ୭ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ମନୋରଞ୍ଜନ ଦେଉଥିବା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଛି...

ମତେ ମାରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଛି, କହିଲେ ଇମ୍ରାନ୍‌…

ଇସଲାମାବାଦ, ୧୫।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ପାକିସ୍ତାନ ତଥା ବିଦେଶରେ...

ଇସଲାମାବାଦରେ ୧୪୪ ଧାରା ଜାରି

ଇସଲାମାବାଦ,୩ ।୪: ରବିବାର ପାକିସ୍ତାନ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ପାକିସ୍ତାନ ସଂସଦରେ ଦେଶର ବଜିର-ଏ-ଆଜମ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ...

କରୋନା ଭାଇରସ: ପ୍ରଥମ ଦେଶ ଭାବେ ଆମେରିକାରେ ଗୋଟିଏ ଦିନରେ ଗଲା ୨ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ

ଓ୍ବାଶିଂଟନ,୧୧।୪: ସାରା ବିଶ୍ୱରେ ଏବେ କାୟା ବିସ୍ତାର କରିଛି କରୋନା ଭାଇରସ। ଆମେରିକାରେ ଏହା ଥମିବାର ନାଁ ନେଉ ନ ଥିବା ବେଳେ ଏବେ ସେଠାରେ...

ଭାରତ ସହ ସମ୍ପର୍କ ସୁଦୃଢ ପାଇଁ ଆଗେଇ ଆସିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲମାବାଦ୍‌,୩୧।୩: ଦେବାଳିଆ ହୋଇପଡ଼ିଥିବା ପାକିସ୍ତାନର ଇମ୍ରାନ ଖାନ ସରକାର ବୁଧବାର ଭାରତ ସହ ସମ୍ପର୍କକୁ ସୁଦୃଢ କରିବା ଦିଗରେ ପ୍ରଥମ ପଦକ୍ଷେପ ନେଇଛନ୍ତି।ଦୁଇ ବର୍ଷ ଧରି...

କାବୁଲ ବିମାନ ବନ୍ଦର ନିକଟରେ ପୁଣି ୫ ରକେଟ ମାଡ

କାବୁଲ,୩୦ ।୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ସକାଳେ ପୁଣିଥରେ ଆକ୍ରମଣ କରାଯାଇଛି । କାବୁଲ ବିମାନ ବନ୍ଦର ନିକଟରେ ୫ଟି ରକେଟ ମାଡ କରାଯାଇଥିବା...

୩୬ ବର୍ଷ ବୟସରେ ୪୪ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ଉପରେ ଲାଗିଲା ନିଷେଧାଜ୍ଞା

କେପ ଟାଉନ୍‌,୨୦।୧୦: ଆଫ୍ରିକାର ମୋଷ୍ଟ ଫର୍ଟାଇଲ ଓମେନ ଭାବେ ପରିଚିତ ମହିଳା ଏବେ ଆଉ ସନ୍ତାନ ଜନ୍ମ କରିପାରିବେ ନାହିଁ। ପୂର୍ବ ଆଫ୍ରିକାର ଉଗାଣ୍ଡାରେ ରହୁଥିବା...

Advertisement
Archives

Model This Week