Posted inଖେଳ

ସର୍ଗିଓ ଲୋବେରା ଓଏଫ୍‌ସିର ନୂଆ କୋଚ୍‌

ଭୁବନେଶ୍ୱର,୧୮ା୫ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ଫୁଟବଲ୍‌ କ୍ଲବ(ଓଏଫ୍‌ସି)ର ମୁଖ୍ୟ କୋଚ୍‌ ଭାବରେ ସ୍ପାନିଶ ଫୁଟବଲର ସର୍ଗିଓ ଲୋବେରାଙ୍କୁ ନିଯୁକ୍ତି ଦିଆଯାଇଛି। ବୁଧବାର ଓଏଫ୍‌ସିର ମୁଖ୍ୟ କୋଚ୍‌ ଭାବରେ ସେ ଦୁଇବର୍ଷିଆ ଚୁକ୍ତି କରିଛନ୍ତି। ନିକଟରେ ସୁପର୍‌ କପ୍‌ ଜିତିବା ସହିତ ଏସିଆନ୍‌ ଏଏଫ୍‌ସି କପ୍‌ ପାଇଁ ଓଏଫ୍‌ସି ଯୋଗ୍ୟତା ହାସଲ କରିଥିବା ବେଳେ ଲୋବେରୋଙ୍କୁ ଦାୟିତ୍ୱ ମିଳିଛି। ଭାରତୀୟ ଫୁଟବଲରେ ଲୋବେରାଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଫ୍‌ସି ଗୋଆ ଓ ମୁମ୍ବାଇ ସିଟି ଏଫ୍‌ସି ସହିତ ସେ କୋଚ୍‌ ଭାବରେ କାର୍ଯ୍ୟ କରିଥିବା ବେଳେ ଉଭୟ ଦଳ ଆଇଏସ୍‌ଏଲ୍‌ ଟାଇଟଲ ଜିତି ସାରିଛନ୍ତି। ଭାରତୀୟ ଉପମହାଦେଶରେ ଲୋବେରା ୪ଟି ସିଜନ ଅତିବାହିତ କରିଛନ୍ତି। ୨୦୧୭ରେ ଗୋଆ ସହିତ ଯୋଗ ଦେଇ ସେ ଦଳକୁ ଚାମ୍ପିୟନ କରିଥିଲେ। କ୍ରମାଗତ ୩ ସିଜନ ଧରି ସେ ଗୋଆକୁ ପ୍ଲେ ଅଫ୍‌ରେ ପହଞ୍ଚାଇ ଥିବାବେଳେ ୨୦୧୯ ସୁପର୍‌ କପ୍‌ ମଧ୍ୟ ଜିତାଇଥିଲେ। ଏହାପରେ ୨୦୨୦-୨୧ ସିଜନରେ ସେ ମୁମ୍ବାଇ ସିଟି ଏଫ୍‌ସି ସହିତ ଯୋଗ ଦେଇଥିଲେ। ଦଳକୁ ଲିଗ୍‌ ଷ୍ଟେଜରେ ଟେବଲ ଟପ୍‌ରେ ରଖିବା ପରେ ସେ ଚାମ୍ପିୟନ ମଧ୍ୟ କରିଥିଲେ। ଲୋବେରା ସର୍ବଦା ନିଜ ଦଳ ମଧ୍ୟରେ ବିଜୟର ଆତ୍ମବିଶ୍ୱାସ ଭରିଥାନ୍ତି। ଓଡ଼ିଶା ଏଫ୍‌ସି ସହିତ ତାଙ୍କର ଚୁକ୍ତି ଏକ ନୂତନ ଯୁଗର ଅୟମାରମ୍ଭ ବୋଲି କୁହାଯାଇଛି। ଦୀର୍ଘମିଆଦୀ ଯୋଜନା ଅନୁସାରେ ଲୋବେରାଙ୍କ ସହିତ ଦୁଇବର୍ଷିଆ ଚୁକ୍ତି ସ୍ବାକ୍ଷର କରାଯାଇଛି। ତାଙ୍କ ଅଧୀନରେ ଓଏଫ୍‌ସି ଏକ ଚାମ୍ପିୟନ ଦଳ ଭାବରେ ପରିଗଣିତ ହେବା ନେଇ ଆଶା କରାଯାଉଛି। ୪୬ ବର୍ଷୀୟ ଲୋବେରା ୨୦୦୬ରେ ବାର୍ସେଲୋନା ସି’ର କୋଚ୍‌ ରହିଥିଲେ। ଏହା ବ୍ୟତୀତ ଟେରାସା, ସାନ୍‌ ରୋକ୍‌, କେଉଟା, ଲାସ୍‌ ପାଲମାସ୍‌, ମୋଘ୍ରେବ ଟେଉଟାନ୍‌ ପରି ଦଳର ମ୍ୟାନେଜର ଦାୟିତ୍ୱରେ ରହିଛନ୍ତି। ଦୁଇଟି ଯାକ ଭାରତୀୟ ଫ୍ରାଞ୍ଚାଇଜିରେ ତାଙ୍କର ବିଜୟ ପ୍ରତିଶତ ୫୬ ରହିଛି। ସର୍ଗିଓ ଲୋବେରାଙ୍କୁ ମ୍ୟାନେଜର ଭାବରେ ପାଇ ଆମେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି କ୍ଲବ ପ୍ରେସିଡେଣ୍ଟ ରାଜ ଅଠଓ୍ବାଲ। ଏହା ଆଗକୁ ବଢିବାରେ କ୍ଲବ୍‌ର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri