ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ସବୁଠାରୁ ଅଧିକ। ଦୀର୍ଘବର୍ଷ ଧରି ଜିଲାର ଚାଷୀମାନେ ଧାନ ବିକ୍ରି, ସାର ଓ ବିହନ ସଂକଟ, ଫସଲବୀମା ଭଳି ଅନେକ ସମସ୍ୟାରେ ଛନ୍ଦି ହୋଇ ପଡ଼ିଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ଜିଲା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ସେସବୁ ସମସ୍ୟା ଅସମାହିତ ରହିଛି ଏବଂ ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଆସନ୍ତା ୧୦ ତାରିଖ ଜିଲାର ସଂଯୁକ୍ତ କୃଷକ ସଂଗଠନ ଜେଲଭରୋ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି। ଏ ନେଇ ବୁଧବାର ସଙ୍ଗଠନ ପକ୍ଷରୁ ବରଗଡ଼ ଜିଲାପାଳ ଏବଂ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଦେଶର ସର୍ବାଧିକ ନାଗରିକ କୃଷି ଅର୍ଥନୀତି ଉପରେ ନିର୍ଭରଶୀଳ। କିନ୍ତୁ ସରକାର ବାରମ୍ବାର କୃଷିକ୍ଷେତ୍ରକୁ ବହୁରାଷ୍ଟ୍ରୀୟ କମ୍ପାନୀ ହାତରେ ଟେକି ଦେବା ମସୁଧା ଚଳାଇଛନ୍ତି। କୃଷିକ୍ଷେତ୍ର କମ୍ପାନୀକରଣ ହେଲେ ଲୋକେ ରୋଜଗାର ହରାଇବେ। ଫଳରେ ରୋଜଗାର ପାଇବେ କୃଷିକ୍ଷେତ୍ରକୁ କମ୍ପାନୀକରଣ କରା ନ ଯାଇ କୃଷକର ଉନ୍ନତି ପାଇଁ ସରକାର ବଦ୍ଧପରିକର ହେବା ଅପରିହାର୍ଯ୍ୟ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ଉଲ୍ଲେଖ କରିଛି। ସେହିପରି ସଂଗଠନ ସ୍ମାରକପତ୍ରରେ ଏକାଧିକ ଦାବି ରଖିଛି। ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ଡିଲ ରବ୍ଦ, ସ୍ବାମୀନାଥନ କମିଟି ଅନୁସାରେ କୃଷିଜାତ ଦ୍ରବ୍ୟର ମୂଲ୍ୟ ଠିକ କରାଯାଇ ସୁନିଶ୍ଚିତ ବଜାର ବ୍ୟବସ୍ଥା, ସମସ୍ତ ଚାଷୀଙ୍କୁ ଆବଶ୍ୟକ ଅନୁସାରେ ସବସିଡିଯୁକ୍ତ ରାସାୟନିକ ସାର ପ୍ରଦାନ, ୪ଟି ଶ୍ରମକୋଡ଼ ରବ୍ଦ କରି ସମସ୍ତ ଶ୍ରମିକମାନଙ୍କୁ ମାସକୁ ସର୍ବନିମ୍ନ ୩୧ହଜାର ଟଙ୍କା ଦରମା ପ୍ରଦାନ ପାଇଁ ଦାବି ହୋଇଛି। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ କାର୍ଯ୍ୟକାରୀ କରି ୨୦୦ ଦିନ ରୋଜଗାର ଓ ଏହାକୁ କୃଷିକ୍ଷେତ୍ରରେ ସାମିଲ, ବିଦ୍ୟୁତ୍‌ ଘରୋଇ କରଣ ବିଲ ୨୦୨୫ ଓ ବିହନ ବିଲ ୨୦୨୫ ବାତିଲ, ସ୍ମାର୍ଟ ମିଟର ହଟାଇ କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ବିଲ କରମୁକ୍ତ, ଘରୋଇ ଉପଭୋକ୍ତାମାନଙ୍କୁ ୩୦୦ ୟୁନିଟ ମାଗଣା ବିଦ୍ୟୁତ୍‌ ପ୍ରଦାନ ପାଇଁ ସଂଗଠନ ଦାବି କରିଛି। ସେହିପରି ଚାଷଜମିକୁ କମ୍ପାନୀକରଣ କରା ନଯିବା, ଜମି ଅଧିଗ୍ରହଣବେଳେ ଚାଷୀମାନଙ୍କ ପରାମର୍ଶ ସୁନିଶ୍ଚିତ କରି ଜୋରଜବରଦସ୍ତି ଜମି ଅଧିଗ୍ରହଣ ବନ୍ଦ କରାଯିବା, ଜୁଲାଇ ମାସରେ ମାତ୍ରାଧିକ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ, ବରଗଡ଼ ବ୍ଲକର ଚକରକେନ୍ଦ ଗ୍ରାମରେ ହୋଇଥିବା କ୍ଷୟକ୍ଷତିର ସଠିକ ଆକଳନ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ, ଫସଲବୀମା ପାଇଁ ଏଗ୍ରିଷ୍ଟାଗକୁ ହଟାଇବା ଏବଂ ଧାନବିକ୍ରି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ ତଥା ସାଟେଲାଇଟ ସର୍ଭେକୁ ବନ୍ଦ କରି ଅକ୍ଟୋବର ଶେଷ ପର୍ଯ୍ୟନ୍ତ ପଞ୍ଜୀକରଣ ଅବଧି ବୃଦ୍ଧି କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ସଂଯୁକ୍ତ କୃଷକ ସଙ୍ଗଠନର ରମେଶ ମହାପାତ୍ର, ସୁଦାମ ପାତ୍ର, ସୁରେନ୍ଦ୍ର ସାହୁ, ସୁରେଶ ନିକେଣ୍ଟି, ଧନପତି ରଣା ଏବଂ ଲଷ୍ମୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

କନ୍ୟା ରାଶିରେ ସୂର୍ଯ୍ୟଙ୍କ ଏଣ୍ଟ୍ରି: ମାସେ ଯାଏ ୫ ରାଶିଙ୍କୁ ଫାଇଦା ହିଁ ଫାଇଦା, ମାଲାମାଲ ହେବେ…

ନବଗ୍ରହଙ୍କ ମଧ୍ୟରେ ରାଜାର ପଦବୀ ପାଇଥିବା ସୂର୍ଯ୍ୟଦେବ ୧୭ ସେପ୍ଟେମ୍ୱରରେ ନିଜର ମିତ୍ର ଗ୍ରହ ବୁଧଙ୍କ ରାଶି କନ୍ୟାରେ ପ୍ରବେଶ କରିସାରିଛନ୍ତି। ସେ ୧୭ ଅକ୍ଟୋବର ୨୦୨୬…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ସେପ୍ଟେମ୍ୱର ଶେଷ ସପ୍ତାହରେ ଗୋଟିଏ ଦିନ ଖୋଲା ରହିବ ବ୍ୟାଙ୍କ୍‌, ଜରୁରୀ କାମ ଥିଲେ…

ନୂଆଦିଲ୍ଲୀ,୨୦।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI)ର ଛୁଟି ତାଲିକା (ହଲିଡେ କ୍ୟାଲେଣ୍ଡର) ଦେଖିଲେ ମନେହେଉଛି ଯେ ଆସନ୍ତା ସପ୍ତାହରେ ବ୍ୟାଙ୍କ କେବଳ ଗୋଟିଏ ଦିନ ହିଁ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?