ଲଢ଼େଇ ଲକ୍ଷ୍ୟରେ ପୁରୁଖା ନେତାଙ୍କ ମେଳି: ୨୩ ଫେବୃଆରୀରେ ସମାବେଶ ପାଇଁ ସଜବାଜ

ରସୁଲପୁର,୩୧ା୧(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତର ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ମା’ ତାରିଣୀ ମନ୍ଦିର ପରିସରରେ ବନ୍ଧୁମିଳନ ଆଳରେ ଧର୍ମଶାଳା ନିର୍ବାଚନମଣ୍ଡଳୀ ବିଜେଡିର ପୁରୁଖା ନେତାମାନଙ୍କ ଏକ ମେଳି ନିକଟରେ ଦେଖିବାକୁ ମିଳିଥିଲା। ୨୩ ଫେବୃଆରୀରେ ଏକ ସମାବେଶ ଆୟୋଜନ କରାଯିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିବା ଶୁଣିବାକୁ ମିଳିଛି। ଏପରିକି ଏହାକୁ ସର୍ବଦଳୀୟ ସଭାରେ ପରିଣତ ପାଇଁ ନେତୃମଣ୍ଡଳୀ ମନସ୍ଥ କରିଛନ୍ତି।
ବରିଷ୍ଠ ନେତାମାନେ କଂଗ୍ରେସ, ବିଜେଡି, ଭାଜପା ଭଳି ପ୍ରମୁଖ ଦଳର ଅବହେଳିତ ପୁରୁଖାଙ୍କୁ ଏଥିରେ ସାମିଲ କରିବା ପାଇଁ ଯୋଗାଯୋଗ କରୁଛନ୍ତି। ଏଭଳି ପ୍ରସ୍ତାବକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ତେବେ ଆଗକୁ ସମାବେଶ କେଉଁ ରୂପ ଧାରଣ କରୁଛି ଓ ତାହା ଧର୍ମଶାଳାର ରାଜନୀତିକୁ କେତେ ପ୍ରଭାବିତ କରୁଛି ତାହା ସମୟକ୍ରମେ ସ୍ପଷ୍ଟ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ନିର୍ବାଚନରେ ଧର୍ମଶାଳାରେ ୩୦ବର୍ଷର ପରିବାରବାଦ ରାଜନୀତିରେ ରୋକ୍‌ ଲାଗିଛି। ଏଠି ସ୍ବାଧୀନ ପ୍ରାର୍ଥୀ ଜିତିବା ପରେ ଭାଜପାରେ ସାମିଲ ହୋଇ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ବିଜେଡି ଶାସନ କାଳରେ ଅଲୋଡ଼ା ହୋଇଥିବା ପୁରୁଖା ନେତା ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲେ। ଏଥିଯୋଗୁ ଧର୍ମଶାଳା ବିଜେଡିର ପରାଜୟ ହୋଇଥିବା ଲୋକେ ଟୁପୁରଟାପୁର ହୋଇଥିଲେ। ନିର୍ବାଚନମଣ୍ଡଳୀରେ ନେତା ପରିବର୍ତ୍ତନ ହେବା ସହ ରାଜ୍ୟରେ ସରକାର ବଦଳିଥିଲା।
ରାଜନୈତିକ ପରିବର୍ତ୍ତନରେ ପୁରୁଖାମାନେ ଖୁସି ପ୍ରକଟ କରିଥିଲେ। ଭାବିଥିଲେ ସେମାନଙ୍କ ଗୁରୁତ୍ୱ ବଡ଼ିଯିବ। ରାଜ୍ୟରେ ସରକାର ଗଠନ ହେବାର ୮ମାସ ହେଲାଣି, କିନ୍ତୁ ସେମାନେ ପ୍ରାଧାନ୍ୟ ପାଉ ନ ଥିବା ଲକ୍ଷ୍ୟ କରାଯାଉଛି। କେତେକ କହୁଛନ୍ତି, ଭାଜପା ସଙ୍ଗଠନରେ ପୁରୁଖାଙ୍କୁ ସେତେଟା ଗୁରୁତ୍ୱ ଦିଆଯାଇନାହିଁ। ବିଜେଡି ସରକାର ଅମଳରେ ସେମାନଙ୍କ ସ୍ଥିତି ଯାହାଥିଲା ନେତୃତ୍ୱ ପରିବର୍ତ୍ତନ ପରେ ସେଥିରେ କୌଣସି ପରିବର୍ତ୍ତନ ଘଟିଲା ନାହିଁ।
ଏତେ ସତ୍ତ୍ୱେ ବିଭିନ୍ନ ପଞ୍ଚାୟତର ପୂର୍ବତନ ସରପଞ୍ଚ, ସମିତିସଭ୍ୟଙ୍କୁ ସମାବେଶ ଆଳରେ ପୁରୁଣା ନେତା ଏକାଠି କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏହି ସମାବେଶରେ ଧର୍ମଶାଳାର ପୂର୍ବତନ ବିଧାୟକ ଗୁରୁଚରଣ ଟିକାୟତଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ଥିବା ଆଲୋଚନା ହେଉଛି। ଏହାଛଡା ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ୱାନ ନେସନ ୱାନ ଇଲେକ୍ସନ ନିୟମ ଲାଗୁ ହେଲେ ସମଗ୍ର ଭାରତବର୍ଷରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ହେବ ବୋଲି ଜଣାଯାଇଛି।
ଏହି ଆଧାରରେ ରସୁଲପୁର ବ୍ଲକକୁ ନିର୍ବାଚନମଣ୍ଡଳୀ ମାନ୍ୟତା ମିଳିବାର ସମ୍ଭାବନା ରହିଛି ବୋଲି କେତେ ଜଣ ପୁରୁଖା ନେତା କହୁଛନ୍ତି। ଏବେଠାରୁ ସଙ୍ଗଠନ ପ୍ରସ୍ତୁତ କରାଯାଇ ରସୁଲପୁର ବ୍ଲକ ଅଞ୍ଚଳରୁ ଜଣେ ଜନନେତାଙ୍କୁ ନିର୍ବାଚିତ କରିବା ପାଇଁ ପୁରୁଖା ନେତାମାନେ ମନସ୍ଥ କରୁଛନ୍ତି। ଧର୍ମଶାଳା ନିର୍ବାଚନମଣ୍ଡଳୀ ଓ ଆଗକୁ ଯଦି ରସୁଲପୁର ନିର୍ବାଚନମଣ୍ଡଳୀ ହୁଏ ତାହା ହେଲେ ଦୀର୍ଘବର୍ଷ ଧରି ସମ୍ପୃକ୍ତ ଅଞ୍ଚଳକୁ ରାଜନୈତିକ ଦୃଷ୍ଟିକୋଣରୁ ଅକ୍ତିଆର କରିଥିବା ବ୍ୟକ୍ତିଙ୍କୁ ପ୍ରତିହତ କରିବା ପାଇଁ ପୁରୁଖାମାନେ ଲଢ଼େଇ କରିବେ ବୋଲି ଶୁଣିବାକୁ ମିଳିଛି।
ଏଠାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ପୂର୍ବତନ ଜିଲାପରିଷଦ ସଦସ୍ୟ ସୁଧୀର ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ସରପଞ୍ଚ ରବି ସାହୁ, ବରିଷ୍ଠ ନେତା ବିରଳ ଦାଶ, ପ୍ରମୋଦ ପ୍ରଧାନ, କାର୍ତ୍ତିକ ପଣ୍ଡାଙ୍କ ସମେତ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଧୀନ ରସୁଲପୁର ବ୍ଲକ ଅଞ୍ଚଳରୁ ୩୦ରୁ ଊର୍ଦ୍ଧ୍ୱ ପୁରୁଖା ନେତା ଯୋଗ ଦେଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଚାଲିଗଲେ ‘ଗଛର ମଣିଷ’ ବିଶୁ ଭାଇ: କଥା ହେଉ ହେଉ ଟଳିପଡ଼ିଲେ, ଗଞ୍ଜାମ ସହରରେ ଶୋକର ଛାୟା

ଗଞ୍ଜାମ (ବିଦ୍ୟାଧର ସାହୁ): ଏମିତି ବି ଆସେ ମୃତ୍ୟୁ! ନିଜ ଦାଣ୍ଡ ପିଣ୍ଡାରେ ବସି ଗଛ ଲଗାଇବା ଓ ଅଞ୍ଚଳର ଉନ୍ନତି ପାଇଁ ଚର୍ଚ୍ଚା କରୁଥିବା ବେଳେ…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri