ସୋସିଆଲ ମିଡିଆରୁ ସ୍ବାବଲମ୍ବୀ

ବାରିପଦା ଅଫିସ, ୨୪ା୧-ଆତ୍ମବିଶ୍ୱାସ, ଆନ୍ତରିକତା ଓ କଠିନ ପରିଶ୍ରମ ମାଧ୍ୟମରେ ସ୍ବାବଲମ୍ବୀ ହୋଇପାରଛନ୍ତି ଜଣେ ମହିଳା। ସୋସିଆଲ ମିଡିଆରେ ମନ ପସନ୍ଦର ସାମଗ୍ରୀକୁ ଉପସ୍ଥାପନା କରି ସେ ବେଶ୍‌ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହା ଦ୍ୱାରା ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଦୁର୍ଦ୍ଦିନ ସମୟରେ ରୋଜଗାରର ମାଧ୍ୟମ ଖୋଲି ପରିବାର ମୁଁହରେ ହସ ଫୁଟାଇ ପାରିଥିବା ଏହି ସଫଳ ମହିଳା ହେଲେ ମୟୂରଭଞ୍ଜ ଜିଲା ବାରିପଦାର ମୁର୍ଗାବାଡ଼ିସ୍ଥିତ ସୁନୀତା ମରିଆଲ(ଡଲୋନ)।
ପଶ୍ଚିମବଙ୍ଗ ରାଜ୍ୟ ଝାଡ଼ଗ୍ରାମ ଅଞ୍ଚଳରେ ରହୁଥିବା ଡଲୋନା ଓଡ଼ିଶାରେ ବିବାହ କରିଥିଲେ। ହସଖୁସିରେ ରହୁଥିବା ତାଙ୍କ ପରିବାର ପାଇଁ ମହାମାରୀ ଦେଇଥିଲା ତାଡ଼ନା। ଏହି ସମୟରେ ସ୍ବାମୀ ଦିଲ୍ଲୀପଙ୍କ ରୋଜଗାରରେ ପଡ଼ିଲା ଭଟ୍ଟା। ପିଲାଟି ଦିନରୁ ଡଲୋନଙ୍କ ବିଭିନ୍ନ ଡିଜାଇନର ପୋଷାକ ପ୍ରତି ରୁଚି ଥିଲା। ସୁନ୍ଦର ଡିଜାଇନରର ପୋଷାକ, ଶାଢ଼ିି ଏବଂ ଇମିଟେଶନ ଗହଣା ପରିଧାନ କରୁଥିବା ବେଳେ ସାହିପଡ଼ିଶାଙ୍କ ଆକର୍ଷଣ ସାଜୁଥିଲେ। କ୍ରମେ ସାଙ୍ଗସାଥି ଓ ଆତ୍ମୀୟ ସ୍ବଜନଙ୍କ ପାଇଁ କୋଲକାତାରୁ ପସନ୍ଦଯୋଗ୍ୟ ଗାର୍ମେଣ୍ଟ ସଂଗ୍ରହ କରି ଯୋଗାଉଥିଲେ। ତେବେ ସ୍ବାମୀଙ୍କ ସହଯୋଗରେ ସେ ବିଭିନ୍ନ ଡିଜାଇନ୍‌ର ପୋଷାକ ସହିତ ଇମିଟେଶନ ଗହଣା ବିକ୍ରିି କରିବାକୁ ମନବଳାଇଥିଲେ। ପ୍ରଥମେ ଫେସବୁକ୍‌ ଫ୍ରେଣ୍ଡଙ୍କ ସହିତ ଲାଇଭ୍‌ ଭିଡିଓ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ଉପସ୍ଥାପନ କଲେ। ଏହାର ଚାହିଦା ବୃଦ୍ଧି ପାଇବାରୁ ସାଙ୍ଗସାଥିମାନେ ବିଭିନ୍ନ ସାମଗ୍ରୀ କିଣିବାକୁ ଅର୍ଡର କରିବା ଆରମ୍ଭ କଲେ। ଯୁବତୀ ଓ ମହିଳାଙ୍କ ଅର୍ଡର ମୁତାବକ ସାମଗ୍ରୀକୁ ପାର୍ଶଲ ଯୋଗେ ଘରକୁ ପଠାଇଲେ ଡଲୋନ। ଧିରେ ଧିରେ ସୋସିଆଲ ମିଡିଆରେ ତାଙ୍କର ଚର୍ଚ୍ଚା ଜୋର ଧରିବାରୁ ଫେସ୍‌ବୁକ, ହ୍ବାଟସଆପ୍‌, ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ହଜାର ହଜାର ମହିଳା ଏବେ ତାଙ୍କ ସହିତ ଯୋଡ଼ି ହୋଇଛନ୍ତି। ସପ୍ତାହକୁ ଦୁଇଥର ଅନ୍‌ଲାଇନ ମାଧ୍ୟମରେ ଶାଢ଼ି, ଇମିଟେଶନ, ଲେହେଙ୍ଗା, କୁର୍ତ୍ତି, ଦୁପଟ୍ଟା, ବେଡ୍‌ସିଟ, ସ୍କ୍ରିନ ସହିତ ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥାନ୍ତି ଡଲୋନ। ବାହାଘର, ବ୍ରତଘର, ପୂଜାପାର୍ବଣ, ମହୋତ୍ସବ ଆଦିରେ ଅର୍ଡର ନେଇ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମେଦିନପୁର, ଖଡ଼ଗପୁର ଆଦି ଅଞ୍ଚଳକୁ ପାର୍ସଲ ଯୋଗେ ପଠାଇ ଅନ୍‌ଲାଇନ ମାଧ୍ୟମରେ ଅର୍ଥ ସଂଗ୍ରହ କରିପାରୁଛନ୍ତିି। ବାରିପଦା ସହରରୁ ମିଳୁଥିବା ଅର୍ଡରକୁ ନିଶୁଳ୍କ ଭାବେ ଘରେ ପହଞ୍ଚାଇ ଦେଉଛନ୍ତି। ଏହା ଦ୍ୱାରା ତାଙ୍କୁ ଆତ୍ମସନ୍ତୋଷ ମିଳିବା ସହିତ ଦୁଇ ମହିଳା କର୍ମଚାରୀଙ୍କୁ ମଧ୍ୟ ସେ ରୋଜଗାର ଯୋଗାଇ ଦେଇପାରିଛନ୍ତି। ଘରେ ବସି ସମୟକୁ ଅପଚୟ ନ କରି ୟୁଟ୍ୟୁବ୍‌ ଓ ଇଣ୍ଟରନେଟ୍‌ ମାଧ୍ୟମରେ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଡଲୋନ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏମ୍‌ସି ଗୋଦାମରେ ନିଆଁ

ଜୁନାଗଡ,୨୩।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ସାପ୍ତାହିକ ବଜାରରେ ଥିବା ଆର୍‌ଏମ୍‌ସି ଗୋଦାମରେ ନିଆଁ ଲାଗିଯାଇଥିଲା। ଖବର ପାଇ ଜୁନାଗଡ, ଧର୍ମଗଡ, କୋକସରା, କଲମପୁର ଓ...

ଗାଡି ଯାଞ୍ଚ ବେଳେ ମିଳିଲା ୧୧୯୬ କେଜି ଭାଙ୍ଗ

ସୋରଡା,୩୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଥାନା ପୋଲିସ ସୋମବାର ସ୍ଥାନୀୟ ଜରଉ ଛକରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ୧୧୯୬ କେଜି ଭାଙ୍ଗ ଜବତ କରିଛି।...

ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ସରୁନି

ନାଉଗାଁ,୧୨ା୭(ସ୍ବ.ପ୍ର):ନାଉଗାଁ ବ୍ଲକ ତିରୁଣା ପଞ୍ଚାୟତ ଦହିପାଳଠାରେ ସରକାରଙ୍କ ତରଫରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି। ୮ ଫେବୃୟାରୀ ୨୦୨୧ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର...

ଆଦର୍ଶ ବିଦ୍ୟାଳୟ ରାସ୍ତା ମରଣଯନ୍ତା :ଆକ୍‌ଶନ ପ୍ଲାନ ସରିଛି

ଆନନ୍ଦପୁର, ୨୩। ୮(ସ୍ବ.ପ୍ର.)- ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆନନ୍ଦପୁରର ଭିତ୍ତିଭୂମି ବିକାଶ ପାଇଁ ୧୭ କୋଟି ୬୪ ଲକ୍ଷର ଆକ୍‌ଶନ ପ୍ଲାନ୍‌ ଆପ୍ରୁଭ ସରିଛି, ବାକି...

ରାସ୍ତା ମରାମତି କଲେ ଗାଁ ଲୋକେ

ବନ୍ତ, ୨ା୬(ଡି.ଏନ୍‌.ଏ./ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଆଡିଆ ପଞ୍ଚାୟତ ଜିରିଣା ଛକ ଠାରୁ ବରଗଢିଆ ଗ୍ରାମକୁ ଯାଇଥିବା ୮ ଶହ ମିଟର ରାସ୍ତା ଦୀର୍ଘ ୧୫...

ହେଲମେଣ୍ଟ, ମାସ୍କ ଚେକିଂ ବେଳେ ପୋଲିସ ମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା; କନଷ୍ଟେବଳ ନିଲମ୍ବିତ, ଡ୍ରାଇଭର କାର୍ଯ୍ୟରୁ ପ୍ରତ୍ୟାହାର

ଠାକୁରମୁଣ୍ଡା, ୩୦।୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ପୋଲିସର ଏକ ଅମାନୁଷିକତା ଘଟଣା ପଦାକୁ ଆସିଛି। ହେଲମେଣ୍ଟ ଓ ମାକ୍ସ ଚେକିଂ ସମୟରେ ପୋଲିସର ଲାଠି...

ଧର୍ମଘଟ ଯୋଗୁ ବ୍ୟାଙ୍କ ସେବା ବାଧାପ୍ରାପ୍ତ

ବାରିପଦା ଅଫିସ,୩୦ା୧- ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ(ୟୁଏଫବିୟୁ) ତରଫରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି। ଶୁକ୍ରବାର ୟୁନିୟନର କର୍ମକର୍ତ୍ତାମାନେ ବାରିପଦାର ବ୍ୟାଙ୍କ...

ମା’ଙ୍କ ରୋଗ ଉପଶମ କରିବାକୁ ଯାଇ ପୁଅ ତିଆରି କଲେ ଅଣ୍ଡାରୁ ଚିଆଁ ଫୁଟା ଯନ୍ତ୍ର

ଖୋର୍ଦ୍ଧା ଅଫିସ,୧୬।୧୦:ମା’ଙ୍କ ରୋଗ ଉପଶମର ପଥ ଦେଖାଇଲା ନୂଆ ଉପାୟ। ପୁଅ ତିଆରି କରି ପକାଇଲେ ଅଣ୍ଡାରୁ ଚିଆଁ ଫୁଟା ଯନ୍ତ୍ର। ତାହା କୁକୁଡ଼ା ଅଣ୍ଡାରୁ...

Advertisement
Archives

Model This Week