ସୋସିଆଲ ମିଡିଆରୁ ସ୍ବାବଲମ୍ବୀ

ବାରିପଦା ଅଫିସ, ୨୪ା୧-ଆତ୍ମବିଶ୍ୱାସ, ଆନ୍ତରିକତା ଓ କଠିନ ପରିଶ୍ରମ ମାଧ୍ୟମରେ ସ୍ବାବଲମ୍ବୀ ହୋଇପାରଛନ୍ତି ଜଣେ ମହିଳା। ସୋସିଆଲ ମିଡିଆରେ ମନ ପସନ୍ଦର ସାମଗ୍ରୀକୁ ଉପସ୍ଥାପନା କରି ସେ ବେଶ୍‌ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହା ଦ୍ୱାରା ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଦୁର୍ଦ୍ଦିନ ସମୟରେ ରୋଜଗାରର ମାଧ୍ୟମ ଖୋଲି ପରିବାର ମୁଁହରେ ହସ ଫୁଟାଇ ପାରିଥିବା ଏହି ସଫଳ ମହିଳା ହେଲେ ମୟୂରଭଞ୍ଜ ଜିଲା ବାରିପଦାର ମୁର୍ଗାବାଡ଼ିସ୍ଥିତ ସୁନୀତା ମରିଆଲ(ଡଲୋନ)।
ପଶ୍ଚିମବଙ୍ଗ ରାଜ୍ୟ ଝାଡ଼ଗ୍ରାମ ଅଞ୍ଚଳରେ ରହୁଥିବା ଡଲୋନା ଓଡ଼ିଶାରେ ବିବାହ କରିଥିଲେ। ହସଖୁସିରେ ରହୁଥିବା ତାଙ୍କ ପରିବାର ପାଇଁ ମହାମାରୀ ଦେଇଥିଲା ତାଡ଼ନା। ଏହି ସମୟରେ ସ୍ବାମୀ ଦିଲ୍ଲୀପଙ୍କ ରୋଜଗାରରେ ପଡ଼ିଲା ଭଟ୍ଟା। ପିଲାଟି ଦିନରୁ ଡଲୋନଙ୍କ ବିଭିନ୍ନ ଡିଜାଇନର ପୋଷାକ ପ୍ରତି ରୁଚି ଥିଲା। ସୁନ୍ଦର ଡିଜାଇନରର ପୋଷାକ, ଶାଢ଼ିି ଏବଂ ଇମିଟେଶନ ଗହଣା ପରିଧାନ କରୁଥିବା ବେଳେ ସାହିପଡ଼ିଶାଙ୍କ ଆକର୍ଷଣ ସାଜୁଥିଲେ। କ୍ରମେ ସାଙ୍ଗସାଥି ଓ ଆତ୍ମୀୟ ସ୍ବଜନଙ୍କ ପାଇଁ କୋଲକାତାରୁ ପସନ୍ଦଯୋଗ୍ୟ ଗାର୍ମେଣ୍ଟ ସଂଗ୍ରହ କରି ଯୋଗାଉଥିଲେ। ତେବେ ସ୍ବାମୀଙ୍କ ସହଯୋଗରେ ସେ ବିଭିନ୍ନ ଡିଜାଇନ୍‌ର ପୋଷାକ ସହିତ ଇମିଟେଶନ ଗହଣା ବିକ୍ରିି କରିବାକୁ ମନବଳାଇଥିଲେ। ପ୍ରଥମେ ଫେସବୁକ୍‌ ଫ୍ରେଣ୍ଡଙ୍କ ସହିତ ଲାଇଭ୍‌ ଭିଡିଓ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ଉପସ୍ଥାପନ କଲେ। ଏହାର ଚାହିଦା ବୃଦ୍ଧି ପାଇବାରୁ ସାଙ୍ଗସାଥିମାନେ ବିଭିନ୍ନ ସାମଗ୍ରୀ କିଣିବାକୁ ଅର୍ଡର କରିବା ଆରମ୍ଭ କଲେ। ଯୁବତୀ ଓ ମହିଳାଙ୍କ ଅର୍ଡର ମୁତାବକ ସାମଗ୍ରୀକୁ ପାର୍ଶଲ ଯୋଗେ ଘରକୁ ପଠାଇଲେ ଡଲୋନ। ଧିରେ ଧିରେ ସୋସିଆଲ ମିଡିଆରେ ତାଙ୍କର ଚର୍ଚ୍ଚା ଜୋର ଧରିବାରୁ ଫେସ୍‌ବୁକ, ହ୍ବାଟସଆପ୍‌, ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ହଜାର ହଜାର ମହିଳା ଏବେ ତାଙ୍କ ସହିତ ଯୋଡ଼ି ହୋଇଛନ୍ତି। ସପ୍ତାହକୁ ଦୁଇଥର ଅନ୍‌ଲାଇନ ମାଧ୍ୟମରେ ଶାଢ଼ି, ଇମିଟେଶନ, ଲେହେଙ୍ଗା, କୁର୍ତ୍ତି, ଦୁପଟ୍ଟା, ବେଡ୍‌ସିଟ, ସ୍କ୍ରିନ ସହିତ ବିଭିନ୍ନ ଉପକରଣ ପ୍ରଦର୍ଶନ କରିଥାନ୍ତି ଡଲୋନ। ବାହାଘର, ବ୍ରତଘର, ପୂଜାପାର୍ବଣ, ମହୋତ୍ସବ ଆଦିରେ ଅର୍ଡର ନେଇ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମେଦିନପୁର, ଖଡ଼ଗପୁର ଆଦି ଅଞ୍ଚଳକୁ ପାର୍ସଲ ଯୋଗେ ପଠାଇ ଅନ୍‌ଲାଇନ ମାଧ୍ୟମରେ ଅର୍ଥ ସଂଗ୍ରହ କରିପାରୁଛନ୍ତିି। ବାରିପଦା ସହରରୁ ମିଳୁଥିବା ଅର୍ଡରକୁ ନିଶୁଳ୍କ ଭାବେ ଘରେ ପହଞ୍ଚାଇ ଦେଉଛନ୍ତି। ଏହା ଦ୍ୱାରା ତାଙ୍କୁ ଆତ୍ମସନ୍ତୋଷ ମିଳିବା ସହିତ ଦୁଇ ମହିଳା କର୍ମଚାରୀଙ୍କୁ ମଧ୍ୟ ସେ ରୋଜଗାର ଯୋଗାଇ ଦେଇପାରିଛନ୍ତି। ଘରେ ବସି ସମୟକୁ ଅପଚୟ ନ କରି ୟୁଟ୍ୟୁବ୍‌ ଓ ଇଣ୍ଟରନେଟ୍‌ ମାଧ୍ୟମରେ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଡଲୋନ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri