କ୍ଷତି ସହୁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ

ବ୍ରହ୍ମପୁର ଅଫିସ,୧୯ ।୬: ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ମିନାକ୍ଷୀ ନଗରଠାରେ ମିଶନ ଶକ୍ତି ମଲ ନିର୍ମାଣ କରାଯାଇଛି। ଯେଉଁଠାର ଆଚାର ପ୍ରସ୍ତୁତ କରିବା ନିମନ୍ତେ ବିଘ୍ନେଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀ-୨କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେଠାରେ ୧୦ ମହିଳା କର୍ମଚାରୀ ନିୟୋଜିତ ରହିଛନ୍ତି। ଏହି କେନ୍ଦ୍ରଟି ୨୦୨୧ ଏପ୍ରିଲରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦୪ କୁଇଣ୍ଟାଲ ଆଚାର ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ଆଚାର ଉପତ୍ାଦନ କ୍ଷେତ୍ରରେ ବର୍ତ୍ତମାନ ନିୟୋଜିତ ସ୍ବୟଂ ସହାୟକ ଗୋଷ୍ଠୀ କ୍ଷତି ସହୁଛନ୍ତି।
ଆଚାର ପ୍ରସ୍ତୁତି ଦାୟିତ୍ୱ ନେଇଥିବା ବିଘ୍ନେଶ୍ୱର ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ଯେ, ବ୍ରହ୍ମପୁର ବଜାରରେ ମିଶନ ଶକ୍ତି ଦ୍ୱାରା ପ୍ରସ୍ତୁତ ଆଚାରର ଚାହିଦା ରହୁନି। ଯାହାଫଳରେ ବ୍ୟୟ ତୁଳନାରେ ଆୟ ହ୍ରାସ ପାଇଛି। ସ୍ବୟଂ ସହାୟିକା ଗୋଷ୍ଠୀ କ୍ଷତି ସହୁଥିବା କହିଛନ୍ତି। ଆଚାର ଉପତ୍ାଦନ ସାଙ୍ଗକୁ ଆଚାର ବିକ୍ରୟ ପାଇଁ ଏହି କୋଠାରେ ୧୨ଟି ଦୋକାନ ଗୃହ ରହିଛି। ବର୍ତ୍ତମାନ ଗୋଟିଏ ଦୋକାନ ଗୃହରେ ଆଚାର ବିକ୍ରୟ ହେଉଛି। ବିକ୍ରୟ ବୃଦ୍ଧି ପାଇଲେ ବାକି ଗୃହଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ତେବେ ଉପତ୍ାଦନ କେନ୍ଦ୍ରଠାରେ ଲ୍ୟାବ ନ ଥିବା କାରଣରୁ ଆଚାରର ଗୁଣବତ୍ତା ପରୀକ୍ଷାରେ ବାଧା ଉପୁଜୁଛି। ଆଚାରର ଗୁଣବତ୍ତା ପାଇଁ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ କଲ୍ୟାଣ ଲେବ୍ରୋଟୋରୀ ଉପରେ ନିର୍ଭର କରିବାକୁ ପଡୁଛି। ଏଠାରେ ଲ୍ୟାବ କରାଗଲେ ଆଚାରର ଗୁଣବତ୍ତା ସାଙ୍ଗକୁ ଆଚାରରରେ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ସାମଗ୍ରୀର ଗୁଣବତ୍ତା ମଧ୍ୟ ପରୀକ୍ଷା କରାଯାଇପାରିବ ବୋଲି କୁହାଯାଇଛି। ଅନ୍ୟପଟେ ଏହି କୋଠାରେ ୫ଟି ଟର୍ବୋ ଭେଣ୍ଟିଲେଟର ରହିଥିବା ବେଳେ ଆଉ ୫ଟି ଟର୍ବୋ ଭେଣ୍ଟିଲେଟର ଆବଶ୍ୟକ। ବର୍ତ୍ତମାନ ଏହି କେନ୍ଦ୍ରରୁ ମାନା ଟ୍ରଷ୍ଟ ଜରିଆରେ ଭଞ୍ଜନଗର, ବ୍ରହ୍ମପୁରଠାରେ ରହିଥିବା ଆହାର କେନ୍ଦ୍ରକୁ ଆଚାର ପଠାଯାଉଛି। ମିଶନ ଶକ୍ତି ପକ୍ଷରୁ ସିଧାସଳଖ ରାୟଗଡା, ଗଜପତିି, ମାଲକାନଗିରି ଓ କନ୍ଧମାଳକୁ ଆଚାର ପଠାଯାଉଛି। ଏ ନେଇ ବିଏମସି ସିଟି ମିଶନ ମ୍ୟାନେଜର ଏନ.ଅରୁଣ କୁମାରଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି ଯେ, ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଆଚାର ବିକ୍ରି ସହ ଏସଏଚଜିମାନଙ୍କୁ ଆଚାରର କିଭଳି ଅଧିକା ବିକ୍ରୟ ହେବ ସେ ନେଇ ମାର୍କେଟିଂ ପାଇଁ କୁହାଯାଇଛି। ଯାହାଦ୍ୱାରା ଚାହିଦା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?