କେନାଲ କାମ ପାଇଁ ଶିକ୍ଷାନୁଷ୍ଠାନ ପଡ଼ିଆ ଜବରଦଖଲ

ଜଗତସିଂହପୁର ଅଫିସ, ୨୬।୩: ଜଗତ୍‌ସିଂହପୁରର ପୁରାତନ ତଥା ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ହେଉଛି ଶ୍ରୀକୃଷ୍ଣ(ଏସ୍‌କେ) ଏକାଡେମୀ। ଏହି ଉଚ୍ଚ ବିଦ୍ୟାଳୟରେ ବହୁ ଛାତ୍ରୀଛାତ୍ର କେବଳ ଜିଲା ନୁହେଁ ରାଜ୍ୟ, ଦେଶ ତଥା ବାହାରେ ସୁନାମ ଅର୍ଜନ କରିଛନ୍ତି। ଏହାର ବିକାଶ ପାଇଁ ପୁରାତନ ଛାତ୍ରସଂଘ ଉଦ୍ୟମ ଜାରି ରଖିଛି। କିନ୍ତୁ ଶିକ୍ଷାନୁଷ୍ଠାନର ଖେଳପଡ଼ିଆକୁ ପାଖାପାଖି ୧ ମାସ ହେବ କେତେଜଣ ଲୋକ ବେଆଇନ ଭାବେ ଦଖଲ କରି ସେମାନଙ୍କ ବ୍ୟବହାରରେ ଲଗାଉଥିବା ଅଭିଯୋଗ ହୋଇଛି। ଏହି ପଡ଼ିଆରେ ବାଲି, ଗୋଡ଼ି, ମେଟାଲ, ରଡ୍‌ ଆଦି ଗଚ୍ଛିତ ରଖାଯିବା ସହ ସିମେଣ୍ଟ ଓ ବାଲି ଆଦି ମିଶ୍ରଣ କରାଯାଇ ଜଗତ୍‌ସିଂହପୁର ସହରରେ ଚାଲିଥିବା କେନାଲ କାମରେ ବ୍ୟବହାର କରାଯାଉଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଯିବ ବୋଲି ଚେତାବନୀ ଦିଆଯାଇଛି।
ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୁକଦେବ ସାହୁଙ୍କୁ ପଚାରିବାରୁ ସେ ଉପରୋକ୍ତ ଅଭିଯୋଗକୁ ସ୍ବୀକାର କରିବା ସହ କହିଛନ୍ତି, ପଡ଼ିଆକୁ ଜବରଦଖଲ ସହ ସେଥିରେ ବହୁ ପରିମାଣର ନିର୍ମାଣ ସାମଗ୍ରୀ ଗଚ୍ଛିତ ରଖାଯାଇଛି। ଏପରି କି ଜଗତ୍‌ସିଂହପୁର କେନାଲ କାମ ପାଇଁ ରଡ୍‌ କଟାଠାରୁ ଅନ୍ୟାନ୍ୟ କାମ ଏହି ପଡ଼ିଆରେ ହେଉଛି । ସିମେଣ୍ଟ, ବାଲି ଓ ଗୋଡ଼ି ଆଦି ମିଶ୍ରଣ କରାଯାଇ କେନାଲ କାମ ପାଇଁ ପରିବହନ ହେଉଛି। ଏ ସମ୍ପର୍କରେ ପଚାରିଲେ ସେମାନେ ଶୁଣୁନାହାନ୍ତି। ଦୀର୍ଘଦିନ ହେବ ଏଭଳି ଚାଲିବାରୁ ଖେଳପଡ଼ିଆ ନଷ୍ଟ ହେଉଛି। ଫଳରେ ପିଲାମାନଙ୍କ କ୍ରୀଡ଼ା ପ୍ରଭାବିତ ହେଉଛି । ବାଧ୍ୟହୋଇ ସେ ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ଓ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ ଭାବେ ପଡ଼ିଆ ବ୍ୟବହାରକୁ ପ୍ରଶ୍ରୟ ଦିଆଯିବନାହିଁ। ତେଣୁ ସେ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ଚିଠି କରିଥିବା କହିଛନ୍ତି। ଏ ସମ୍ପର୍କରେ ଶିକ୍ଷାନୁଷ୍ଠାନ ପୁରାତନ ଛାତ୍ର ସଂଘ କାର୍ଯ୍ୟକାରୀ କମିଟି ସଦସ୍ୟ ବିପ୍ଳବ ଚୌଧୁରୀ ପ୍ରତିକ୍ରିୟାରେ କହିଛନ୍ତି, ସରକାର ୫-ଟିରେ ବିଦ୍ୟାଳୟ ରୂପାନ୍ତରୀକରଣ କରୁଛନ୍ତି। ବିଦ୍ୟାଳୟର ଶୈକ୍ଷିକ ଓ କ୍ରୀଡ଼ାର ବିକାଶ ପାଇଁ ଆହ୍ବାନ ଦେଉଛନ୍ତି। ଏସ୍‌କେ ଏକାଡେମୀକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇଛି। ଏନେଇ ଅନୁଦାନ ଆସୁଛି। କିନ୍ତୁ ପଡ଼ିଆକୁ ଜବରଦଖଲ କରାଯିବା ଦୁର୍ଭାଗ୍ୟଜନକ କଥା। ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରିର ଦେଉଳୀ ଗ୍ରାମେଶ୍ୱରଠାରୁ ରଶ୍ମି ହଲ୍‌ ମଧ୍ୟସ୍ଥ ପୋଷ୍ଟଅଫିସ ସ୍କୋୟାରରୁ ଏଲ୍‌ଆଇସି ଅଫିସ ପର୍ଯ୍ୟନ୍ତ ବକ୍ସ କଲଭର୍ଟ ନିର୍ମାଣ କାମ ଚାଲିଛି । ଏ ସମ୍ପର୍କରେ କଲଭର୍ଟ ପାର୍ଶ୍ୱରେ ଲଗାଯାଇଥିବା ହୋର୍ଡିଂରେ ପ୍ରକଳ୍ପ ପରିମାଣ ୩,୬୦,୬୮,୫୩୯ ଟଙ୍କା ଉଲ୍ଲେଖ ଅଛି। ଏହି କାମ ପାଇଁ ଆବଶ୍ୟକ ସାମଗ୍ରୀ ଆଦି ଶ୍ରୀକୃଷ୍ଣ ଏକାଡେମୀ ଖେଳପଡିଆରେ ଜବରଦସ୍ତ ରଖାଯାଇଛି । ସେଠାରେ ରଡ୍‌ ବାଇଡିଂ ଓ କଟାଯିବା ସହ ମିକ୍ସଚର୍‌ ମେଶିନରେ ମସଲା ଗୋଳାଯାଇ ହାଇୱା ମାଧ୍ୟମରେ ନିର୍ମାଣ ସ୍ଥାନକୁ ଅଣାଯାଉଛି। ଏଭଳି ବେଆଇନ ଦଖଲକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନାହିଁ। ନିକଟରେ ଅନୁଷ୍ଠିତ ପୁରାତନ ଛାତ୍ର ସଂଘ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଧାନ ଶିକ୍ଷକ ତୁରନ୍ତ ଜିଲା ଶିକ୍ଷା ଅଧିକାରୀ ଓ ଜିଲାପାଳଙ୍କୁ ଅବଗତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହାସତ୍ତ୍ବେ ପଡ଼ିଆରୁ ଜବରଦଖଲ ହଟୁନି। ତେଣୁ ଏ ସମ୍ପର୍କରେ ଜଗତ୍‌ସିଂହପୁର ଥାନା ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହେବା ସହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri