କେନାଲ କାମ ପାଇଁ ଶିକ୍ଷାନୁଷ୍ଠାନ ପଡ଼ିଆ ଜବରଦଖଲ

ଜଗତସିଂହପୁର ଅଫିସ, ୨୬।୩: ଜଗତ୍‌ସିଂହପୁରର ପୁରାତନ ତଥା ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ହେଉଛି ଶ୍ରୀକୃଷ୍ଣ(ଏସ୍‌କେ) ଏକାଡେମୀ। ଏହି ଉଚ୍ଚ ବିଦ୍ୟାଳୟରେ ବହୁ ଛାତ୍ରୀଛାତ୍ର କେବଳ ଜିଲା ନୁହେଁ ରାଜ୍ୟ, ଦେଶ ତଥା ବାହାରେ ସୁନାମ ଅର୍ଜନ କରିଛନ୍ତି। ଏହାର ବିକାଶ ପାଇଁ ପୁରାତନ ଛାତ୍ରସଂଘ ଉଦ୍ୟମ ଜାରି ରଖିଛି। କିନ୍ତୁ ଶିକ୍ଷାନୁଷ୍ଠାନର ଖେଳପଡ଼ିଆକୁ ପାଖାପାଖି ୧ ମାସ ହେବ କେତେଜଣ ଲୋକ ବେଆଇନ ଭାବେ ଦଖଲ କରି ସେମାନଙ୍କ ବ୍ୟବହାରରେ ଲଗାଉଥିବା ଅଭିଯୋଗ ହୋଇଛି। ଏହି ପଡ଼ିଆରେ ବାଲି, ଗୋଡ଼ି, ମେଟାଲ, ରଡ୍‌ ଆଦି ଗଚ୍ଛିତ ରଖାଯିବା ସହ ସିମେଣ୍ଟ ଓ ବାଲି ଆଦି ମିଶ୍ରଣ କରାଯାଇ ଜଗତ୍‌ସିଂହପୁର ସହରରେ ଚାଲିଥିବା କେନାଲ କାମରେ ବ୍ୟବହାର କରାଯାଉଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଯିବ ବୋଲି ଚେତାବନୀ ଦିଆଯାଇଛି।
ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୁକଦେବ ସାହୁଙ୍କୁ ପଚାରିବାରୁ ସେ ଉପରୋକ୍ତ ଅଭିଯୋଗକୁ ସ୍ବୀକାର କରିବା ସହ କହିଛନ୍ତି, ପଡ଼ିଆକୁ ଜବରଦଖଲ ସହ ସେଥିରେ ବହୁ ପରିମାଣର ନିର୍ମାଣ ସାମଗ୍ରୀ ଗଚ୍ଛିତ ରଖାଯାଇଛି। ଏପରି କି ଜଗତ୍‌ସିଂହପୁର କେନାଲ କାମ ପାଇଁ ରଡ୍‌ କଟାଠାରୁ ଅନ୍ୟାନ୍ୟ କାମ ଏହି ପଡ଼ିଆରେ ହେଉଛି । ସିମେଣ୍ଟ, ବାଲି ଓ ଗୋଡ଼ି ଆଦି ମିଶ୍ରଣ କରାଯାଇ କେନାଲ କାମ ପାଇଁ ପରିବହନ ହେଉଛି। ଏ ସମ୍ପର୍କରେ ପଚାରିଲେ ସେମାନେ ଶୁଣୁନାହାନ୍ତି। ଦୀର୍ଘଦିନ ହେବ ଏଭଳି ଚାଲିବାରୁ ଖେଳପଡ଼ିଆ ନଷ୍ଟ ହେଉଛି। ଫଳରେ ପିଲାମାନଙ୍କ କ୍ରୀଡ଼ା ପ୍ରଭାବିତ ହେଉଛି । ବାଧ୍ୟହୋଇ ସେ ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ଓ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ ଭାବେ ପଡ଼ିଆ ବ୍ୟବହାରକୁ ପ୍ରଶ୍ରୟ ଦିଆଯିବନାହିଁ। ତେଣୁ ସେ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ଚିଠି କରିଥିବା କହିଛନ୍ତି। ଏ ସମ୍ପର୍କରେ ଶିକ୍ଷାନୁଷ୍ଠାନ ପୁରାତନ ଛାତ୍ର ସଂଘ କାର୍ଯ୍ୟକାରୀ କମିଟି ସଦସ୍ୟ ବିପ୍ଳବ ଚୌଧୁରୀ ପ୍ରତିକ୍ରିୟାରେ କହିଛନ୍ତି, ସରକାର ୫-ଟିରେ ବିଦ୍ୟାଳୟ ରୂପାନ୍ତରୀକରଣ କରୁଛନ୍ତି। ବିଦ୍ୟାଳୟର ଶୈକ୍ଷିକ ଓ କ୍ରୀଡ଼ାର ବିକାଶ ପାଇଁ ଆହ୍ବାନ ଦେଉଛନ୍ତି। ଏସ୍‌କେ ଏକାଡେମୀକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇଛି। ଏନେଇ ଅନୁଦାନ ଆସୁଛି। କିନ୍ତୁ ପଡ଼ିଆକୁ ଜବରଦଖଲ କରାଯିବା ଦୁର୍ଭାଗ୍ୟଜନକ କଥା। ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରିର ଦେଉଳୀ ଗ୍ରାମେଶ୍ୱରଠାରୁ ରଶ୍ମି ହଲ୍‌ ମଧ୍ୟସ୍ଥ ପୋଷ୍ଟଅଫିସ ସ୍କୋୟାରରୁ ଏଲ୍‌ଆଇସି ଅଫିସ ପର୍ଯ୍ୟନ୍ତ ବକ୍ସ କଲଭର୍ଟ ନିର୍ମାଣ କାମ ଚାଲିଛି । ଏ ସମ୍ପର୍କରେ କଲଭର୍ଟ ପାର୍ଶ୍ୱରେ ଲଗାଯାଇଥିବା ହୋର୍ଡିଂରେ ପ୍ରକଳ୍ପ ପରିମାଣ ୩,୬୦,୬୮,୫୩୯ ଟଙ୍କା ଉଲ୍ଲେଖ ଅଛି। ଏହି କାମ ପାଇଁ ଆବଶ୍ୟକ ସାମଗ୍ରୀ ଆଦି ଶ୍ରୀକୃଷ୍ଣ ଏକାଡେମୀ ଖେଳପଡିଆରେ ଜବରଦସ୍ତ ରଖାଯାଇଛି । ସେଠାରେ ରଡ୍‌ ବାଇଡିଂ ଓ କଟାଯିବା ସହ ମିକ୍ସଚର୍‌ ମେଶିନରେ ମସଲା ଗୋଳାଯାଇ ହାଇୱା ମାଧ୍ୟମରେ ନିର୍ମାଣ ସ୍ଥାନକୁ ଅଣାଯାଉଛି। ଏଭଳି ବେଆଇନ ଦଖଲକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନାହିଁ। ନିକଟରେ ଅନୁଷ୍ଠିତ ପୁରାତନ ଛାତ୍ର ସଂଘ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରଧାନ ଶିକ୍ଷକ ତୁରନ୍ତ ଜିଲା ଶିକ୍ଷା ଅଧିକାରୀ ଓ ଜିଲାପାଳଙ୍କୁ ଅବଗତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହାସତ୍ତ୍ବେ ପଡ଼ିଆରୁ ଜବରଦଖଲ ହଟୁନି। ତେଣୁ ଏ ସମ୍ପର୍କରେ ଜଗତ୍‌ସିଂହପୁର ଥାନା ଓ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହେବା ସହ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri