ବିପଦ ସାଜିଛି ଜବତ ଗାଡ଼ି

ଭୁବନ, ୨।୧୨(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା ଭୁବନ ଥାନା ପୋଲିସ ପକ୍ଷରୁ ଜବତ କରାଯାଉଥିବା ଗାଡ଼ିଗୁଡ଼ିକ ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଅସୁରକ୍ଷିତ ଭାବେ ରଖାଯାଉଛି। ଫଳରେ ଥାନା ସମ୍ମୁଖ ଭୁଷଳ ଛକ ଏବେ ଦୁର୍ଘଟଣା ଜୋନ୍‌ରେ ପରିଣତ ହୋଇଛି। ଗୁରୁବାର ସକାଳେ ଥାନା ସମ୍ମୁଖରେ ଏକ ଟ୍ରେଲର ଧକ୍କାରେ ଜଣେ ସ୍କୁଟି (ନଂ. ଓଡି ୦୬ ଜି ୪୫୪୪) ଆରୋହୀ ଗୁରୁତର ହୋଇଛନ୍ତି। ସେ ହେଲେ ଚଣ୍ଡୀପାଳ ଗ୍ରାମର ରବି ବେହେରା (୬୭)। ରବି କୌଣସି କାର୍ଯ୍ୟରେ ଭୁବନ ଯାଉଥିବାବେଳେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରେଲର (ନଂ. ଡବ୍ଲ୍ୟୁବି ୧୧ ଏଫ୍‌ ୦୮୦୭) ଧକ୍କା ଦେଇଥିଲା। ଏଥିରେ ତାଙ୍କ ଗୋଡ଼ ଭାଙ୍ଗିଯିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ପ୍ରଥମେ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଉଦ୍‌ବେଗଜନକ ଥିବାରୁ ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସର ଖାମଖିଆଲ ମନୋଭାବ ଯୋଗୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିବା ସହ ଥାନା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ।
ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ପୋଲିସ ଜବତ କରି ଆଣୁଥିବା ଗାଡ଼ିଗୁଡ଼ିକୁ ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ମନଇଚ୍ଛା ରଖୁଛି। ଫଳରେ ଭୁଷଳରୁ ଥାନା ଛକକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାରେ ଆସୁଥିବା ଯାତ୍ରୀ ବ୍ୟସ୍ତବହୁଳ ଜାତୀୟ ରାଜପଥର ଉଭୟ ପାର୍ଶ୍ୱକୁ ଦେଖିପାରୁନାହାନ୍ତି। ତେଣୁ ଦ୍ରୁତଗତିରେ ଆସୁଥିବା ଭାରିଯାନ ସହ ଦୁର୍ଘଟଣା ଘଟୁଛି। ସମାନ ସ୍ଥାନରେ ସମାନ କାରଣରୁ ଦୀର୍ଘଦିନ ତଳେ ଜଣେ ହୋମଗାର୍ଡଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏଭଳି ଅଘଟଣା ବାରମ୍ବାର ଘଟୁଛି। ଏ ସଂକ୍ରାନ୍ତରେ ବୁଦ୍ଧିଜୀବୀମାନେ ବିଭିନ୍ନ ସମୟରେ ପୋଲିସ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ସୁଫଳ ମିଳୁନାହିଁ। ଏହାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ କୁହନ୍ତି, ଜବତ ଗାଡ଼ି ରଖିବା ଲାଗି ସୁବିଧା ନ ଥିବାରୁ ୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ରଖାଯାଉଛି। ବୁଧବାର ତହସିଲ ପ୍ରଶାସନ ପକ୍ଷରୁ ଜବତ କରାଯାଇଥିବା ଏକ ହାଇଓ୍ବାକୁ ସେଠାରେ ରଖାଯାଇଥିଲା। ତେଣୁ ଏଭଳି ଦୁର୍ଘଟଣା ଘଟିଛି। ଜବତ ଗାଡ଼ି ରଖିବା ପାଇଁ ସ୍ଥାନ ନିରୂପଣ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବା ସେ କହିଛନ୍ତି। ଅନ୍ୟପଟେ ଦୁର୍ଘଟଣା ବଢ଼ିବା ପରେ ପୋଲିସ ପକ୍ଷରୁ ସେଠାରେ ଏକ ହମ୍ପ୍‌ସ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?