‘ମୋ ଦେଶବାସୀଙ୍କଠାରୁ ନ୍ୟାୟ ଚାହୁଁଛି’, ପଳାୟନ ପରେ ପ୍ରଥମ ଥର ମୁହଁ ଖୋଲିଲେ ଶେଖ ହସିନା

ନୂଆଦିଲ୍ଲୀ,୧୩।୮: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡିବା ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ପ୍ରଥମ ମନ୍ତବ୍ୟରେ ହସିନା କହିଛନ୍ତି ଯେ ଦେଶରେ ଦଙ୍ଗାକାରୀଙ୍କୁ ଦଣ୍ଡ ଦିଆଯାଉ। ଏଥିସହିତ ସେ ତାଙ୍କ ପିତା ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା ପାଇଁ ନ୍ୟାୟ ଲୋଡିଛନ୍ତି, ଯିଏକି ବାଂଲାଦେଶର ପ୍ରତିଷ୍ଠାତା ତଥା ଦେଶର ଜନକ ଅଟନ୍ତି।

ହସିନାଙ୍କ ପୁଅ ଏକ୍ସ’ରେ ପୋଷ୍ଟ କରିଥିବା ଏକ ତିନି ପୃଷ୍ଠାର ଭାବପ୍ରବଣ ବିବୃତ୍ତିରେ ଶେଖ ହସିନା ୧୫ ଅଗଷ୍ଟ ୧୯୭୫ ରେ ତାଙ୍କ ପିତାଙ୍କୁ ହତ୍ୟା କରାଯିବା ପରେ ସେ ହରାଇଥିବା ପରିବାର ସଦସ୍ୟଙ୍କ ବିଷୟରେ ମନେ ପକାଇଛନ୍ତି। ମୁଜିବୁର ରହମାନଙ୍କ ପୁଅ ଏବଂ ପତ୍ନୀ, ଭାଇଙ୍କ ପରିବାର, ଘନିଷ୍ଠ ସହକର୍ମୀ ଏବଂ ସହଯୋଗୀମାନଙ୍କୁ ସେଦିନ ରାତିରେ ସେନା ହତ୍ୟା କରିଥିଲା।

ଏହାପରେ ସେ କହିଛନ୍ତି ଯେ ବିରୋଧ ନାମରେ ସାରା ଦେଶରେ ବିନାଶର ନୃତ୍ୟରେ ଛାତ୍ର, ପୋଲିସ, ସାମ୍ବାଦିକ, ସାମାଜିକ କର୍ମୀ, ସାଧାରଣ ଲୋକ , ଆୱାମୀ ଲିଗ୍ ର ନେତା ଏବଂ କର୍ମୀ, ପଥଚାରୀ ଏବଂ ଅଫିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।”

“ଯେଉଁମାନେ ମୋ ପରି ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପାଇଁ ମୁଁ ମୋର ଗଭୀର ସମବେଦନା ଜଣାଉଛି। ଏହି ହତ୍ୟା, ଏହି ବିନାଶରେ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଦାବି କରୁଛି ଯେ ଅନୁସନ୍ଧାନ କରାଯାଉ ଏବଂ ସେମାନଙ୍କୁ ଧରାଯିବା ଉଚିତ ଏବଂ ଉପଯୁକ୍ତ ଦଣ୍ଡ ଦିଆଯାଉ।”

ବିକ୍ଷୋଭକାରୀମାନେ କେବଳ ତାଙ୍କୁ ଟାର୍ଗେଟ କରିନଥିଲେ, ସେ ଯେଉଁ ଘରେବାଢ଼ିଥିଲେ ସେହି ଘରକୁ ମଧ୍ୟ ଟାର୍ଗେଟ କରିଥିଲେ, ଯାହା ସଂଗ୍ରହାଳୟରେ ପରିଣତ ହୋଇଥିଲା ଏବଂ ବିଦେଶୀ ଉପକୂଳରୁ ବହୁ ମହାନ ତଥା ଶକ୍ତିଶାଳୀ ଲୋକ ଏହାକୁ ପରିଦର୍ଶନ କରିଥିଲେ।

“ତାହା ବର୍ତ୍ତମାନ ମାଟିରେ ମିଶି ଯାଇଛି,,, ଏବଂ ଆମର ସ୍ମୃତି – ଯାହା ପାଉଁଶ ହୋଇଯାଇଛି … । ମୁଜିବୁର ରହମାନଙ୍କ ପ୍ରତି କରାଯାଇଥିବା ଅସମ୍ମାନ ସହିତ, ଯାହାଙ୍କର ନେତୃତ୍ୱରେ ଆମେ ଆମର ସ୍ୱାଧୀନତା, ସ୍ୱୀକୃତି, ଆତ୍ମ ସମ୍ମାନ ପାଇଁ ରକ୍ତ ବୁହାଇଥିବା ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରାଯାଇଛି …। ମୁଁ ମୋର ଦେଶବାସୀଙ୍କ ପାଇଁ ଏଥିପାଇଁ ନ୍ୟାୟ ଦାବି କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

ଲୋହିତ ସାଗରର ପ୍ରମୁଖ ଦ୍ୱୀପ ଦଖଲକଲେ ହାଉତି ବିଦ୍ରୋହୀ

କାଏରୋ, ୧୫।୯: ଇରାନ ସମର୍ଥିତ ହାଉତି ବିଦ୍ରୋହୀମାଦେ ଦକ୍ଷିଣ ଲୋହିତ ସାଗରରେ ଅଧିକ ରଣନୈତିକ ଦ୍ୱୀପଗୁଡ଼ିକୁ କବଜା କରିଛନ୍ତି ବୋଲି ସରକାରୀ ଏବଂ ହାଉତି ଅଧିକାରୀମାନେ ସୋମବାର…

ଓଡ଼ିଶାରେ କମୁଛି ବର୍ଷା; ଏହା ତାରିଖରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?