ସିଡ୍‌ ଲେଡି

ଜଳବାୟୁ ପରିବର୍ତ୍ତନର ପ୍ରଭାବ କୃଷିକ୍ଷେତ୍ର ଉପରେ ବିଶେଷଭାବେ ପଡ଼ିଥିବା ଅନ୍ତର୍ଜାତୀୟ ସ୍ତରରେ ଏକ ଆଲୋଚ୍ୟ ବିଷୟ। ଭାରତରେ ମୌସୁମୀର ଅନିୟମିତତା ଯୋଗୁ ମରୁଡ଼ି ଭଳି ସ୍ଥିତି ଉପୁଜୁଛି। ଧାନ ଚାଷ ଲାଗି ପ୍ରଚୁର ପାଣିର ଆବଶ୍ୟକତା ଥିବା ବେଳେ ଏହାର ଅଭାବ ଅସ୍ବାଭାବିକତା ଆଣିଦେଉଛି। ସେଥିଲାଗି କୃଷି ବୈଜ୍ଞାନିକମାନେ ଅଧିକ ଅମଳକ୍ଷମ, କମ୍‌ ଜଳ ଓ ସ୍ଥଳବିଶେଷରେ ବନ୍ୟାପ୍ଲାବିତ ଅଞ୍ଚଳରେ ହୋଇପାରୁଥିବା ଚାଷ, ଲୁଣିପାଣି ମାଡ଼ିଯାଉଥିବା ଖେତକୁ ଦେଖି ବିଭିନ୍ନ ପ୍ରକାର ବିହନ ବିକଶିତ କରିବାରେ ଲାଗିଛନ୍ତି। ଭାରତ ଭଳି ବିଶାଳ ଜନସଂଖ୍ୟାବହୁଳ ଦେଶର ଲୋକଙ୍କୁ ଖାଦ୍ୟ ଯୋଗାଇବା ସର୍ବଦା ଆହ୍ବାନ ସୃଷ୍ଟି କରିଥାଏ। ତେଣୁ ଯେଉଁ କୃଷି ବିଜ୍ଞାନୀ ଏହି କ୍ଷେତ୍ରରେ ନୂତନ ଉଦ୍ଭାବନ କିମ୍ବା ନୂଆ କିଛି କରି ଲୋକଙ୍କ ଚାହିଦା ମେଣ୍ଟାଇବାରେ ସଫଳକାମ ହୋଇଥାଆନ୍ତି, ନିଶ୍ଚିତ ଭାବେ ସେମାନେ ପ୍ରଶଂସାଯୋଗ୍ୟ। ଓଡ଼ିଆ ବୈଜ୍ଞାନିକ ଡକ୍ଟର ସ୍ବାତୀ ନାୟକ ଖାଦ୍ୟ ଓ ପୁଷ୍ଟିଜନିତ ନିରାପତ୍ତା ଓ କ୍ଷୁଧା ନିବାରଣ ଦିଗରେ ଅସାଧାରଣ କାର୍ଯ୍ୟ କରିପାରିଥିବାରୁ ସେ ୪୦ ବର୍ଷରୁ କମ୍‌ ବୈଜ୍ଞାନିକ ବର୍ଗରେ ମର୍ଯ୍ୟାଦାଜନକ ‘ନର୍ମାନ ବୋରଲାଗ ଫିଲ୍ଡ ଆଓ୍ବାର୍ଡ ୨୦୨୩’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆମେରିକା ଆଇଓ୍ବାର ଦେସ୍‌ ମେଇନେସ୍‌ଠାରେ ଅକ୍ଟୋବର ୨୪-୨୬ରେ ଅନୁଷ୍ଠିତ ହେବାକୁ ଥିବା ନର୍ମାନ୍‌ ଇ. ବୋରଲାଗ ଇଣ୍ଟରନ୍ୟାଶନାଲ ସିମ୍ପୋଜିୟମ୍‌ରେ ତାଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ, ନୋବେଲ ପୁରସ୍କାରପ୍ରାପ୍ତ ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ମୁଖ୍ୟ ସ୍ଥପତି ଡକ୍ଟର ନର୍ମାନ୍‌ ବୋରଲାଗଙ୍କ ସ୍ମୃତିରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri