ସୁରକ୍ଷା-ନାରୀର ମୌଳିକ ଦାବି

ଅଗଷ୍ଟରେ ସ୍ବାଧୀନତା ହାସଲ କରିଥିବାରୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହି ମାସଟି ଅବିସ୍ମରଣୀୟ। ତ୍ରିରଙ୍ଗା ପତାକା ଲହରାଇବାର ଦାୟିତ୍ୱ ଓ ପତାକାର ସମ୍ମାନ ସୁରକ୍ଷା ଅବଶ୍ୟ ଦୁଇଟି ଭିନ୍ନ ପ୍ରସଙ୍ଗ। ଯେଉଁ ଦେଶରେ ମା’ ତା’ର ଶିଶୁକନ୍ୟାକୁ ପ୍ରାଥମିକ ସ୍କୁଲ ଓ ମଧ୍ୟବୟସ୍କ ପୁଅଝିଅମାନେ ସେମାନଙ୍କ ସତୁରି ବର୍ଷର ବୃଦ୍ଧା ମାଆକୁ ଘରେ ଏକାକୀ ଛାଡି ନିଶ୍ଚିନ୍ତରେ ରହିପାରୁନାହାନ୍ତି ସେଠାରେ ନାରୀ ସୁରକ୍ଷା ଏକ ଦିବାସ୍ବପ୍ନ! ୭୮ତମ ସ୍ବାଧୀନତା ଦିବସ ପାଳନ କରିସାରିଥିବା ପ୍ରତ୍ୟେକ ଭାରତୀୟ ସାମାଜିକ କର୍ତ୍ତବ୍ୟ ଓ ସଚେତନତା ଦୃଷ୍ଟିରୁ ଯଥେଷ୍ଟ ପରିପକ୍ୱ ତ ମନରେ ସନ୍ଦେହ ଆସୁଛି!

ଅଗଷ୍ଟରେ ଘଟିଯାଇଛି ଅନେକ ଅଘଟଣ। ଅଗଷ୍ଟ ୧୪ତାରିଖରେ ମହାରାଷ୍ଟ୍ର ଠାଣେ ଜିଲା ଅନ୍ତର୍ଗତ ବଦଲାପୁରର ନାମୀଦାମୀ ସ୍କୁଲରେ ଜଣେ ସଫେଇ କର୍ମଚାରୀ ଦ୍ୱାରା ୩, ୪ ବର୍ଷର ଦୁଇଝିଅଙ୍କ ବଳାକତ୍ାରା, ଚଳିତ ରାଖୀପୂର୍ଣ୍ଣିମା ଦିନ ଛତିଶଗଡର ରାୟଗଡ଼ ଜିଲାରେ ଜଣେ ଆଦିବାସୀ ମହିଳା ସହିତ ହୋଇଥିବା ଗଣବଳାତ୍କାର ମାନବତାକୁ ଦୋହଲାଇଦେଇଛି! ୨୦୧୨ ଡିସେମ୍ବର ୧୬ ତାରିଖର ନିର୍ଭୟା-କାଣ୍ଡର ବୀଭସତ୍ତା ମନରୁ ଲିଭିନାହିଁ । ପଶ୍ଚିମବଙ୍ଗରେ କାର୍ଯ୍ୟରତା ପିଜି ଡାକ୍ତର ଛାତ୍ରୀଙ୍କ ସହିତ ତଦନୁରୂପ ନାରକୀୟ କାଣ୍ଡ ବିଶ୍ୱଦରବାରରେ ଦେଶକୁ ନିନ୍ଦିତ ଓ ମାନବତାକୁ ହତ୍ୟା କଲା ସଦୃଶ। ବିଡମ୍ବନା ଯେ ନିର୍ଭୟାକାଣ୍ଡର ସାତବର୍ଷ ପରେ ଅପରାଧୀମାନଙ୍କୁ ଫାଶୀ ଦଣ୍ଡାଦେଶ ମିଳିଥିଲା! ଏଭଳି ଗୁରୁତର ଅଘଟଣର ତତ୍‌କ୍ଷଣାତ (ଫାଷ୍ଟଟ୍ରାକ୍‌ କୋର୍ଟ) ଶୁଣାଣି ନ ହୋଇ ବର୍ଷ ବର୍ଷ ଲାଗିଯାଉଥିବାରୁ ଯୌନ ନିର୍ଯାତନା-ବୃଦ୍ଧି ଉଦ୍‌ବେଗର କାରଣ ହୋଇଛି।

ଚଳିତ ମାସ ୨୦ରେ ଉତ୍ତରପ୍ରଦେଶର କୌଶାମ୍ବୀ ଜିଲାରେ ନାବାଳିକାଙ୍କୁ ବଳାତ୍କାର କରିବା ସହିତ କନୌଜଠାରେ ମଧ୍ୟ ଏଭଳି ଘଟଣା ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ଏତିକିରେ ଆମ ଲୋକଙ୍କ ବର୍ବରତା ସୀମିତ ନୁହେଁ, ଝାଡଖଣ୍ଡର ଦୁମ୍‌କାଠାରେ ବିଦେଶୀ ସ୍ପେନୀୟ ମହିଳା ବ୍ଲଗର୍‌ଙ୍କ ସହ ହୋଇଥିବା ଗଣବଳାତ୍କାର ସାରା ବିଶ୍ୱରେ ଆମକୁ ଲଜ୍ଜିତ କରିସାରିଛି। ଅପରାଧୀଙ୍କ ପାଇଁ କେବଳ ଫାଶୀଦଣ୍ଡ ଯଥେଷ୍ଟ ନୁହେଁ ବୋଲି ଭାବିବାର ସମୟ ଉପନୀତ। କାରଣ ଅସାମାଜିକଙ୍କ ବର୍ବରତା ସୀମା ଲଂଘୁଛି ଆଖିଦୃଶିଆ ଦଣ୍ଡବିଧାନ ନ ଥିବାରୁ। ଏଥିପାଇଁ ଆଇନକାନୁନ ଶକ୍ତ ହେବା ଜରୁରୀ। ତଦନ୍ତକୁ ବିଳମ୍ବିତ ନ କରି ସ୍ବତନ୍ତ୍ରତା ଦୃଷ୍ଟିରୁ ଶୀଘ୍ର ଶୁଣାଣି କରାଯିବା ଉଚିତ।

ପରିସଂଖ୍ୟାନ ଅନୁସାରେ ଭାରତରେ ପ୍ରତି ୧୫ ମିନିଟ୍‌ରେ ଗୋଟେ ବଳାକତ୍ାର ମାମଲା ଦାଏର ହୁଏ। ତଦନୁଯାୟୀ ଦିନକୁ ୮୬ ଓ ବର୍ଷକୁ ଅନୂ୍ୟନ ୩୩ ହଜାର ଯୌନଶୋଷଣର ମାମଲା ଯାହା ନାରୀ ସୁରକ୍ଷା ପାଇଁ ବିରାଟ ପ୍ରଶ୍ନବାଚୀ। ଶିଶୁ ଯୌନଶୋଷଣରେ ଆମ ଦେଶ ସାରା ବିଶ୍ୱର ୧୫ତମ ସ୍ଥାନରେ! ଏହାଠାରୁ ନିନ୍ଦନୀୟ ଓ ଲଜ୍ଜାକର ତଥ୍ୟ କ’ଣ ଥାଇପାରେ।

୨୦୧୮ରେ ଥମ୍ପସନ୍‌ ରାୟଟର୍ସ ଫାଉଣ୍ଡେଶନ୍‌ ଦ୍ୱାରା ମହିଳାମାନଙ୍କ ସ୍ଥିତିକୁ ନେଇ କାର୍ଯ୍ୟରତା ୫୫୦ ମହିଳା ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏକ ଗ୍ଲୋବାଲ୍‌ ରିପୋର୍ଟ ଅନୁଯାୟୀ, ମହିଳାମାନଙ୍କ ପାଇଁ ଭାରତ ସବୁଠାରୁ ବିପଜ୍ଜନକ ଦେଶ। ନାରୀ ସୁରକ୍ଷା କ୍ଷେତ୍ରରେ ଭାରତ ଆଫଗାନିସ୍ତାନ ଓ ସିରିଆଠାରୁ ମଧ୍ୟ ପଛୁଆ। ଏଭଳି ଅନେକ ଅଘଟଣ ଘଟୁଛି, ଯାହାକୁ ବିଭିନ୍ନ ଦୃଷ୍ଟିରୁ ଚପେଇ ଦିଆଯାଉଛି। ଯାହା ସାମ୍ନାକୁ ଆସୁଛି ସେଥିପାଇଁ ଯଥାଶୀଘ୍ର ଦୃଷ୍ଟାନ୍ତମୂଳକ ଓ ଐତିହାସିକ ପଦକ୍ଷେପ ନିଆଯାଉ ନ ଥିବାରୁ ଏସବୁର ପୁନରାବୃତ୍ତି ହେଉଛି।

ନାରୀକୁ ଉଚ୍ଛୃଙ୍ଖଳ ବୋଲି କହି ଆସୁଥିବା ଜ୍ଞାନୀଗୁଣୀମାନେ ନିର୍ଭୟା ବା ପଶ୍ଚିମବଙ୍ଗର ଡାକ୍ତରୀ ଛାତ୍ରୀଙ୍କ ଘଟଣା ଉପରେ କହିବା ଉଚିତ। ଅବଶ୍ୟ ଏ ଦୁଇଟି କାଣ୍ଡ ଦୁଇଟି ଭିନ୍ନ ଦିଗ। ନୃଶଂସତାର ପ୍ରତିବାଦ ହେବା ଜରୁରୀ। ବିଖ୍ୟାତ ଚିକିସତ୍କ ଡାକ୍ତର ରାଧାଗୋବିନ୍ଦ କରଙ୍କ ଦ୍ୱାରା ୧୮୮୬ରେ ପ୍ରତିଷ୍ଠିତ ଆର୍‌.ଜି. କର ମେଡିକାଲ କଲେଜର ଇତିହାସ ଉତ୍ସାହପ୍ରଦ। ଗୋଟେ ଭଡାଘରୁ ଆରମ୍ଭ ହୋଇଥିବା ଏସିଆ ମହାଦେଶର ପ୍ରଥମ ପ୍ରାଇଭେଟ୍‌ କଲେଜର ନାମ ଥିଲା- କାଲକାଟା ସ୍କୁଲ୍‌ ଅଫ୍‌ ମେଡିସିନ। ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୧୬ରେ ଡାକ୍ତର ରାଧାଗୋବିନ୍ଦ କରଙ୍କ ନାମାନୁସାରେ ଏହାକୁ ନାମିତ କରାଗଲା। ପ୍ଲେଗ୍‌, ଝାଡାବାନ୍ତି ପରି ରୋଗ ସଂକ୍ରମଣ ବେଳେ ସେ ଅଯାଚିତ ଭାବେ ସେବା ଯୋଗାଇ ଦେଉଥିଲେ। ବିଭିନ୍ନ ଅନୁସନ୍ଧାନମୂଳନ କାର୍ଯ୍ୟ କରିବାକୁ ଡାକ୍ତରମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ସ୍ବାସ୍ଥ୍ୟସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ। ଔଷଧ କିଣିବାକୁ ରୋଗୀ ପାଖରେ ଅର୍ଥାଭାବ ଥିଲେ ସେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିବା ସହିତ ବିଭିନ୍ନ ସଂଗଠନକୁ ସାଧ୍ୟମତେ ଆର୍ଥିକ ସାହାଯ୍ୟ କରୁଥିବାର ବିରଳ ଦୃଷ୍ଟାନ୍ତ ରହିଛି।

ସେଭଳି ସ୍ଥାନରେ ଡ୍ରଗ୍ସ କାରବାର, ଯୌନଶୋଷଣ, ଶବ ବିକ୍ରି, ଦଲାଲି, ପରୀକ୍ଷାରେ ଫେଲ୍‌ କରିବାର ଧମକ ଦେଖେଇ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ଭଳି ବ୍ୟଭିଚାର କିପରି ଚାଲୁଥିଲା ତାହା ଉଦ୍‌ବେଗଜନକ। ଦୁର୍ଘଟଣା ଘଟିଯିବା ପୂର୍ବରୁ ବ୍ୟବସ୍ଥା ବିରୋଧରେ ମୁହଁ ଖୋଲିଥିଲେ ଝିଅଟି ବଞ୍ଚିଯାଇଥାନ୍ତା। ଅପରାଧ ବଳୟରେ ନୀରବ ରହିବା ପଛରେ କାରଣ ଥାଇପାରେ, କିନ୍ତୁ ଅନ୍ୟାୟକୁ ଆଖିମୁଦି ସହ୍ୟ କରିବାରୁ ହିଁ ଅପରାଧ ବୃଦ୍ଧିପାଏ, ଏହା ମଞ୍ଜ କଥା। ଏସବୁ ତା’ ସହ ଘଟୁଛି ମୋ ସହ ନୁହେଁ- ଏଭଳି ମାନସିକତା ପାଇଁ ସମାଜରେ ନାନାପ୍ରକାର ବ୍ୟଭିଚାର ବୃଦ୍ଧି ପାଏ।

ଡାକ୍ତରୀ ପାଠ ଓ କାମ ଯେତିକି କଷ୍ଟସାଧ୍ୟ ସେତିକି ବିପଦପୂର୍ଣ୍ଣ। ଡାକ୍ତରମାନଙ୍କ ଡ୍ୟୁଟି ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ। ଅସମୟରେ କର୍ତ୍ତବ୍ୟରତ ଡାକ୍ତରଙ୍କ ପାଇଁ ଆଖିଦୃଶିଆ ନିରାପତ୍ତା ବ୍ୟବସ୍ଥା ନ ଥିବାରୁ ମହିଳା ଡାକ୍ତରମାନେ କିପରି ରୋଗୀ  ଚିକିତ୍ସିତ କରିପାରିବେ? ନା ସ୍ବତନ୍ତ୍ର ଗୃହ ଅଛି ସେମାନଙ୍କ ବିଶ୍ରାମ (ରାତି ଡ୍ୟୁଟିରେ ଥିବା) ପାଇଁ ନା ଶୌଚାଳୟ। ପ୍ରଥମେ ନିଜକୁ ସୁରକ୍ଷିତ ମଣିଲେ ହିଁ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କରିହେବ। ବେଟୀ ପଢାଓ ବେଟୀ ବଚାଓ ସ୍ଲୋଗାନ୍‌ରେ କିଛି ହେବନି। ସେଥିପାଇଁ ଆବଶ୍ୟକ ଆଇନ୍‌କାନୁନ ଓ ବ୍ୟବସ୍ଥାର ପରିବର୍ତ୍ତନ ଦରକାର।
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri