Posted inଫୁରସତ

ମାନଚିତ୍ରରୁ ହଟିଲା ଏହି ସହର

ବିଭିନ୍ନ କାରଣରୁ ଦୁନିଆର ଅନେକ ସ୍ଥାନ ପ୍ରସିଦ୍ଧି ଲାଭ କରିଥାନ୍ତି। କେଉଁ ସ୍ଥାନ ସୌନ୍ଦର୍ଯ୍ୟ ପାଇଁ ତ ଆଉ କିଏ ତା’ର ଇତିହାସ ଯୋଗୁ ପ୍ରସିଦ୍ଧ ହୋଇଥାଏ। ଆଜି ଏମିତି ଏକ ସ୍ଥାନ ବିଷୟରେ କହିବୁ ଯାହା ବର୍ତ୍ତମାନ ଜନଶୂନ୍ୟ ହୋଇଯାଇଛି। ସରକାର ଏହି ଅଗଷ୍ଟ ୩୧ରେ ଏହାକୁ ମାନଚିତ୍ରରୁ ହଟାଇ ଦେଇଛନ୍ତି। ଲୋକଙ୍କୁ କୁହାଯାଇଥିଲା, ସମୟସୀମା ସୁଦ୍ଧା ସହରକୁ ଖାଲି କରିବାକୁ ପଡ଼ିବ। ଏହାର କାରଣ ହେଉଛି ବର୍ତ୍ତମାନ ଏହି ସ୍ଥାନ ମଣିଷମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ। ଏହାକୁ ସବୁଦିନ ପାଇଁ ଖାଲି କରି ଦିଆଯାଇଛି।

ଅଷ୍ଟ୍ରେଲିଆର ଓ୍ବିଟେନମ ମାଇନିଂ ଟାଉନ ଭାବରେ ଏହା ଜଣାଶୁଣା। ବର୍ତ୍ତମାନ ଏହାକୁ ଅଷ୍ଟ୍ରେଲିଆର ଚେର୍ନୋବିଲ କୁହାଯାଉଛି। ଏହି ସହରର ବାୟୁ ଏତେ ବିଷାକ୍ତ ହୋଇଯାଇଥିଲା ଯେ, ଏଠାରେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା। ଏହି କାରଣରୁ ସମସ୍ତ ବାସିନ୍ଦାଙ୍କୁ ସହରରୁ ହଟାଇ ଦିଆଯାଇ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି।

ଓ୍ବିଟେନମ ବନ୍ଦ ଅଧିନିୟମ ଅନୁଯାୟୀ, ଅଗଷ୍ଟ ୩୧ ସୁଦ୍ଧା ଲୋକମାନେ ସହର ଖାଲି କରିବାକୁ ଏକ ନିର୍ଦ୍ଦେଶ ପାଇଥିଲେ। ଲୋକଙ୍କୁ ନିଜେ ସହର ଛାଡ଼ିବାକୁ ଚେତାବନୀ ଦିଆଯାଇଥିଲା। ୧୯୪୩ ପରଠାରୁ ଅନେକ ପରିବାର ଏହି ସହରରେ ବସବାସ କରିବା ଆରମ୍ଭ କରିଥିଲେ। ଏକ ଖଣି ଅଞ୍ଚଳ ହୋଇଥିବାରୁ ଅନେକ ସମୟରେ ବିଷାକ୍ତ ଗ୍ୟାସ ଲିକ୍‌ ହେଉଥିଲା। ଏହି କାରଣରୁ ଧୀରେ ଧୀରେ ଅନେକ ଲୋକ ପ୍ରାଣ ହରାଇଥିଲେ। କ୍ଷତି ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ୧୯୬୬ରେ ଓ୍ବିଟେନମ ଖଣି ବନ୍ଦ ହୋଇଯାଇଥିଲା। ଏଠାରେ ଖଣି ନିଷେଧ କରାଯାଇଥିଲା।

ସୂଚନାନୁସାରେ, ଏହି ଲୋକମାନେ ମଧ୍ୟ ଏହି ଅଞ୍ଚଳ ଖାଲି କରି ନ ଥିଲେ। ଫଳସ୍ବରୂପ, ଏଠାରେ ରହୁଥିବା ଲୋକଙ୍କ ମଧ୍ୟରେ ପ୍ରାୟ ୨ ହଜାର ଲୋକ ପ୍ରାଣ ହରାଇଥିଲେ। ଅଧ୍ୟୟନ ଅନୁଯାୟୀ, ଖଣିରେ କାର୍ଯ୍ୟ କରୁଥିବା ପ୍ରାୟ ପ୍ରତ୍ୟେକ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ପରବର୍ତ୍ତୀ ସମୟରେ ୨୦୦୬ରେ, ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଥିଲେ ଯେ ଓ୍ବିଟେନମ ଟାଉନ ମ୍ୟାପ୍‌ରୁ ହଟାଇବେ। ଏହି ଆଦେଶ ୨୦୦୭ରେ ଲାଗୁ କରାଯାଇଥିଲା। ବର୍ତ୍ତମାନ ଅଗଷ୍ଟ ୩୧ ଅର୍ଥାତ୍‌ ବୁଧବାର ଏହି ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri