ସିକ୍ୟୁରିଟି ଗାର୍ଡ ଦେଉଛନ୍ତି ରୋଗୀଙ୍କୁ ଇଞ୍ଜେକ୍‌ଶନ

ନାଉଗାଁ,୧।୯(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ପଞ୍ଚାୟତରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ୫ଟି ପଞ୍ଚାୟତର ୨୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂନ୍ନ କଥା ହେଉଛି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟ ବଦଳରେ ରୋଗୀଙ୍କୁ ନିଯୁକ୍ତ ସିକ୍ୟୁରିଟି ଗାର୍ଡ ଇଞ୍ଜକଶନ ଦେଉଥିବା ଦେଖିବାକୁ ମିଳିଛି। ଏହି ଇଞ୍ଜକସନ ଦେବା ଖବରଟି ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ ଇଞ୍ଜକସନ ଦେବା ପ୍ରସଙ୍ଗକୁ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ଫାର୍ମାସିଷ୍ଟ ଖଣ୍ଡନ କରିଛନ୍ତି। ଫାର୍ମାସିଷ୍ଟ ମିହିର ଲେଙ୍କାଙ୍କ କହିବା ମୁତାବକ, ଗତ ଶନିବାର ୨ଟା ପରେ ସ୍ଥାନୀୟ ମଝିପଡା ଗ୍ରାମର ଏହି ରୋଗୀ ଜଣଙ୍କ ବାଲିକୁଦାର ପ୍ରେସିକ୍ରିପସନ ଆଣି ଆସିଥିଲେ। ୨ ଟା ପରେ ସାର ଆଉଟଡୋର ବନ୍ଦ କରିଥିବା ବେଳେ ମୁଁ ଖାଇବା ପାଇଁ ଯାଇଥିଲି। ରୋଗୀ ଜଣଙ୍କ ତାଙ୍କୁ ଅନୁରୋଧ କରିବାରୁ ସେ ଇଞ୍ଜକସନ ଦେଇଥିବା କହିଥିଲେ। କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ ବର୍ତ୍ତମାନ ଦିନ ୧୦ ଟା ହୋଇଛି ବୋଲି ବ୍ୟକ୍ତି ଜଣଙ୍କ କହୁଛନ୍ତି। ତେଣୁ ଫାର୍ମାସିଷ୍ଟ ନିଜକୁ ଦୋଷ ମୁକ୍ତ କରିବା ପାଇଁ ଦିନ ୨ ଟା ବାଜି ଥିବା ମିଛରେ କହୁଥବା ଜଣାପଡୁଛି। ଏ ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଉନାହାନ୍ତି। ଏଠାରେ ପ୍ରଶ୍ନ ଉଠେ ଯଦି ଇଞ୍ଜକସନ ଦେବା ପରେ କିମ୍ବା ସମୟରେ ରୋଗୀର କିଛି ଅସୁବିଧା ହୋଇଥାନ୍ତା ତେବେ ଏଥିପାଇଁ ଦାୟୀ କିଏ ରହିଥାନ୍ତା।

ସୂଚନା ଯୋଗ୍ୟ, ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବାକୁ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି। କିନ୍ତୁ ଉକ୍ତ ବ୍ଲକରେ ରୋଗୀ ସେବା ଦେଖିଲେ ଗାଁ ଗହଳିରେ ରୋଗୀ ସେବା କିପରି ପାଉଛନ୍ତି ତାହା ସହଜରେ ଅନୁମେୟ। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୨ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ନିଯୁକ୍ତ ହୋଇଛନ୍ତି। ଫାର୍ମାସିଷ୍ଟ ଭାବେ ଲେଙ୍କା ଥିବା ବେଳେ ଡାକ୍ତର ଭାବେ ଆୟୁଷ ବିଭାଗର ଓମ ପ୍ରକାଶ ଲେଙ୍କା ଓ ଚିକିତ୍ସାଧିକାରୀ ଭାବେ ଡାକ୍ତର ଆଶିଷ ଦଳାଇ ନିଯୁକ୍ତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଅଧିକାଂଶ ସମୟ ଏଠାରେ ଡାକ୍ତର କିମ୍ବା ଫାର୍ମାସିଷ୍ଟ ରୁହନ୍ତି ନାହିଁ। ଫଳରେ ସିକ୍ୟୁରଟ ଗାର୍ଡ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଉଛନ୍ତି। ଏ ସମ୍ପର୍କରେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା. ମାନସ ମହାପାତ୍ରଙ୍କୁ ପଚାରିବାରେ ଏହି ରୋଗୀ ଜଣଙ୍କ ବାଲିକୁଦାର ପ୍ରେସିକ୍ରିପସନ ଆଣି ଡେରିକି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଇଞ୍ଜକସନ ଦେଇଥିବା କହି ହାଲକା ଭାବେ ପ୍ରସଙ୍ଗକୁ ଏଡାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri