ପାଉଁରୁଟିକୁ ନେଇ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ,୨୭ା୧୨: ହାଲକା ଖାଦ୍ୟ ଭାବେ ପାଉଁରୁଟି ଜଣାଶୁଣା। ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ କାର୍ବୋହାଇଡ୍ରେଟ୍‌ ଓ ଅନ୍ୟାନ୍ୟ ଉପାଦାନ ମିଳିଥାଏ। ତେବେ ଏହି ପାଉଁରୁଟି ଏବେ ସୁରକ୍ଷିତ ନୁହେଁ। ବାସି ପାଉଁରୁଟି ଖାଇ କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ଦୁଇ ଛୋଟ ବାଳକ ଫୁଡ୍‌ ପଏଜନିଂ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଭର୍ତ୍ତି ହୋଇଛନ୍ତି। ଯାହା ଏବେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପାଇଁ ଆଲୋଚନାର ବିଷୟ ହୋଇଛି। କେନ୍ଦ୍ରାପଡ଼ା ଜିଲାର ପ୍ରତି ବ୍ଲକ ଅଞ୍ଚଳ ଓ ସହରରେ ଏହି କାରଖାନା ଗଢ଼ି ଉଠିଥିବା ବେଳେ ଏହାର ଉପତ୍ାଦ ମାନ ପରୀକ୍ଷଣ ହେଉନାହିଁ। ପ୍ୟାକିଂରେ ମାନୁଫାକଚରିଂ ଓ ଏକ୍ସପାଏରି ଡେଟ୍‌ ନ ଥିବାରୁ ଖାଦ୍ୟର ମାନ ଉପରେ ସର୍ବଦା ସନ୍ଦେହ ରହୁଛି। ଜିଲା ପ୍ରଶାସନ ପକ୍ଷରୁ ଏନେଇ ତନଖିର ଆବଶ୍ୟକତା ଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। କଂସାର ଗ୍ରାମର ନିରଞ୍ଜନ ପରିଡ଼ା କହିଛନ୍ତି, ଦୁଇବାଳକ ପାଉଁରୁଟି ଖାଇବାର କିଛି ସମୟ ପରେ ବାନ୍ତି ଆରମ୍ଭ ହୋଇଥିଲା। ପରେ ମୁଣ୍ଡ ବୁଲାଇବା ଆରମ୍ଭ ହେବାରୁ ଡାକ୍ତରଖାନାକୁ ଅଣାଯାଇଥିଲା। ଚିକିତ୍ସା ପରେ ସେମାନେ ଘରକୁ ଫେରିଥିଲେ ମଧ୍ୟ ଫୁଡ୍‌ ପଏଜନିଂ ଏହାର କାରଣ ବୋଲି ଜଣାପଡ଼ିଛି। ଏବେ ଜିଲାର ପ୍ରତି ଗଳି କନ୍ଦିରେ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ପାଉଁରୁଟି କାରଖାନା ଗଢ଼ିଉଠିଛି। ଖାଦ୍ୟର ମାନକୁ ନେଇ ଜିଲା ପ୍ରଶାସନ କେବେ ଚଢ଼ାଉ କରିନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ସହର ଓ ଗ୍ରାମାଞ୍ଚଳରେ ବେକେରି ଫାକ୍ଟ୍ରି ଉପରେ ସରକାରୀ ନଜର ନାହିଁ। ବାସି ସାମଗ୍ରୀ ବିକ୍ରି ସହ ଫାକ୍ଟ୍ରିରେ ଏଥିନେଇ ସାବଧାନତା ନାହିଁ। ଅପମିଶ୍ରିତ ଅଟା ଓ ଦୂଷିତ ପାଣି ପ୍ରତି ସତର୍କତା ନାହିଁ। ନିକଟରେ ଫାକ୍ଟ୍ରିରେ କାମ କରୁଥିବା କର୍ମଚାରୀ ପାଉଁରୁଟି ଉପରେ ଗୋଡ଼ ଥୋଇ ପାକିଂ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଖାଦ୍ୟ ସାମଗ୍ରୀ ନିରାପତ୍ତା ନେଇ ଆଇନ ଓ ତଦାରଖ ପାଇଁ କର୍ମଚାରୀ ନିଯୁକ୍ତ ଥିଲେ ମଧ୍ୟ ଏ ନେଇ କାର୍ଯ୍ୟାନୁଷ୍ଠାନ ନ ହେବା ଚିନ୍ତାର ବିଷୟ। ବର୍ଷକୁ ଥରେ ଖାଦ୍ୟ ନିରାପତ୍ତା ନେଇ ଫ୍ୟାକ୍ଟ୍ରି ମାଲିକଙ୍କୁ ସାର୍ଟିଫିକେଟ ଦେବା ପରେ ଜିଲା ପ୍ରଶାସନ ଚୁପ୍‌ ହୋଇ ବସି ରହୁଛନ୍ତି। ଆଇନଜୀବୀ ସରୋଜରାଜ ସିଂହ କୁହନ୍ତି, ୨୦୦୬ ମସିହାରେ ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା ଆଇନ ଅନୁଯାୟୀ ଦି ଫୁଡ୍‌ ସେଫ୍‌ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ (ଏଫଏସ୍‌ଏସ୍‌ଏଆଇ) ପ୍ରତିଷ୍ଠା ହୋଇଛି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ବିକ୍ରି ଆଦିକୁ ଏହା ମାଧ୍ୟମରେ ନିରୀକ୍ଷଣ କରାଯାଉଛି। ଖାଦ୍ୟର ଉତ୍ତମ ମାନ ଓ ଗୁଣବତ୍ତା ରକ୍ଷା ପାଇଁ ବହୁ ନିୟମ ରହିଛି। ତେବେ ସ୍ଥାନୀୟ ଅଞ୍ଚଳର କେତେଗୋଟି ଫ୍ୟାକ୍ଟ୍ରି ମାଲିକ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ପ୍ୟାକିଂ ଖାଦ୍ୟ ସାମଗ୍ରୀରେ ଅନୂ୍ୟନ ମାନୁଫାକ୍‌ଚରିଂ ଓ ଏକ୍ସପାଏରି ଡେଟ୍‌ ରହିବା କଥା। ଏହାଦ୍ୱାରା ଖାଦ୍ୟର ମାନ, ସମୟ ନିର୍ଦ୍ଧାରିତ ହୋଇପାରିବ। ଏଥିସହ ଖାଦ୍ୟ ମାନ ପରୀକ୍ଷା କେନ୍ଦ୍ର ଜିଲାରେ ନ ଥିବାରୁ ନକଲି ଓ ବାସି ଖାଦ୍ୟ ଉପଭୋକ୍ତାଙ୍କୁ ମିଳୁଛି। ହେଲେ ଆଇନର ଆଶ୍ରୟ ନିଆଯାଇ ପାରୁନାହିଁ। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ବାସି ପାଉଁରୁଟି ଖାଇବା ନେଇ କୌଣସି ଅଭିଯୋଗ ଜିଲା ପ୍ରଶାସନ ନିକଟରେ ପହଞ୍ଚତ୍ ନାହିଁ। ନିକଟରେ ବିଭିନ୍ନ ହୋଟେଲ ଉପରେ ବାସି ଖାଦ୍ୟ ପରିବେଷଣ ନ କରିବା ପାଇଁ ଚଢ଼ାଉ ହୋଇଛି। ପାଉଁରୁଟି ଫ୍ୟାକ୍ଟ୍ରି ସମ୍ପର୍କରେ ତନଖି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri