ଲିବ୍ୟା ତଟରେ ୨୭ ମୃତଦେହ

କାରିଓ, ୨୭ା୧୨: ଶାନ୍ତି ଓ ଖୁସିର ସନ୍ଧାନରେ ୟୁରୋପ ମୁହାଁ ଶରଣାର୍ଥୀଙ୍କ ଜୀବନ କେତେ ବିପଦପୂର୍ଣ୍ଣ ତାହା ଦେଖିବାକୁ ମିଳିଛି ଲିବ୍ୟା ତଟରେ। ପଶ୍ଚିମ ଲିବ୍ୟା ଖୋମସ୍‌ ସହର ଦୁଇ ପୃଥକ ସ୍ଥାନରେ ଶନିବାର ଜଣେ ଶିଶୁ ଏବଂ ଦୁଇ ମହିଳାଙ୍କ ସମେତ ୨୭ ଶରଣାର୍ଥୀଙ୍କ ମୃତଦେହ ମିଳିଛି। ଆଉ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟମାନଙ୍କୁ ସନ୍ଧାନ କରାଯାଉଛି। ରେଡ୍‌ କ୍ରସ୍‌ ଭଳି ଏକ ମୁସଲମାନ ସଙ୍ଗଠନ ରେଡ୍‌ କ୍ରେସେଣ୍ଟ ଭୂମଧ୍ୟସାଗରରେ ମୃତଦେହଗୁଡ଼ିକ ଭାସୁଥିବାର ଫଟୋ ପ୍ରଥମେ ପୋଷ୍ଟ କରିଥିଲା। କେତେକ ଲୋକ ମୃତଦେହଗୁଡ଼ିକୁ ବ୍ୟାଗ୍‌ରେ ଭର୍ତ୍ତି କରୁଥିବା ସେଥିରେ ଦେଖିବାକୁ ମିଳିଥିଲା।
ଲିବ୍ୟା ଉପକୂଳରେ ଜାହାଜ ଦୁର୍ଘଟଣା ଯୋଗୁ ଶରଣାର୍ଥୀମାନେ ବୁଡ଼ିଯାଇଥିବା କୁହାଯାଉଛି। ଏଥିରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥାଇପାରେ। ରାଜଧାନୀ ତ୍ରିପୋଲିରେ ଶରଣାର୍ଥୀଙ୍କ ଉପରେ ଆକ୍ରମଣ, ଅତ୍ୟାଚାର ବୃଦ୍ଧି ଏବଂ ଅନେକ କଟକଣା ଯୋଗୁ ସେମାନେ ଲିବ୍ୟା ସୀମା ପାର୍‌ ହେବାକୁ ଅନବରତ ଉଦ୍ୟମ ଚଳାଇଛନ୍ତି। ଜାତିସଂଘର ମାଇଗ୍ରେସନ୍‌ ଏଜେନ୍ସି ଅନୁଯାୟୀ, ଚଳିତ ବର୍ଷ କେନ୍ଦ୍ରୀୟ ଭୂମଧ୍ୟସାଗରରେ ବହୁସଂଖ୍ୟାରେ ଜାହାଜ ଦୁର୍ଘଟଣା, ବୋଟ୍‌ ବୁଡ଼ି ଯୋଗୁ ପ୍ରାୟ ୧୫ଶହ ଶରଣାର୍ଥୀ ପ୍ରାଣ ହରାଇଛନ୍ତି। ଡିସେମ୍ବର ପ୍ରାରମ୍ଭରେ ଉତ୍ତର ଆଫ୍ରିକୀୟ ଦେଶରୁ ଦୁଇଟି ପୃଥକ୍‌ ଜାହାଜରେ ଆସୁଥିବା ୧୬୦ରୁ ଅଧିକ ଶରଣାର୍ଥୀ ଦୁର୍ଘଟଣାର ଶିକାର ହୋଇ ବୁଡ଼ି ଯାଇଥିଲେ। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ରହିଛନ୍ତି। ଏକଚ୍ଛତ୍ରବାଦୀ ଶାସକ ମୋଆମ୍ମର ଗଦ୍ଦାଫିଙ୍କ ମୃତ୍ୟୁ ପରେ ଲିବ୍ୟାରେ ଅଶାନ୍ତି ଲାଗି ରହିଛି। ୨୦୧୧ ଆରବ ବିପ୍ଳବବେଳେ ଗଦ୍ଦାଫିଙ୍କୁ ହତ୍ୟା କରାଯାଇଥିଲା। ସେବେଠାରୁ ୟୁରୋପ ମଧ୍ୟରେ ପ୍ରବେଶ ପାଇଁ ସବୁଠୁ ଜଣାଶୁଣା ଏବଂ ବିପଜ୍ଜନକ ମାର୍ଗ ପାଲଟିଛି। ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ଲୋକେ ଯୁଦ୍ଧ, ହିଂସା, ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଲିବ୍ୟା ଦେଇ ୟୁରୋପ ଯିବାକୁ ଉଦ୍ୟମ କରୁଛନ୍ତି। ତୈଳରେ ସମୃଦ୍ଧ ଦେଶ ଲିବ୍ୟାରେ ଲାଗି ରହିଥିବା ବିଶୃଙ୍ଖଳା ଏବଂ ୬ଟି ଦେଶ ସହ ଏହାର ସୀମୀ ସଂଲଗ୍ନ ଯୋଗୁ ମାଫିଆମାନେ ମାନବ ଚାଲାଣରେ ମାତିଛନ୍ତି। ସେମାନେ ଭୂମଧ୍ୟସାଗର ଦେଇ ଶରଣାର୍ଥୀଙ୍କୁ ବିପଜ୍ଜନକ ଅବସ୍ଥାରେ ପଠାଉଛନ୍ତି। ବର୍ତ୍ତି ଯାଉଥିବା ଲୋକଙ୍କୁ ବନ୍ଦୀ ଅବସ୍ଥାରେ ରଖାଯାଇ ସେମାନଙ୍କୁ ଜବରଦସ୍ତ ବିନା ପାରିଶ୍ରମିକରେ କାମରେ ଲଗାଯାଉଛି। ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ସହ ମହିଳାଙ୍କୁ ଚୋରା ଚାଲାଣ, ବଳାତ୍କାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

ଇରାନ୍‌କୁ ଆର୍ଥିକ ଫାଇଦା ପହଞ୍ଚାଇଲେ ପରିଣାମ ଭୋଗିବ: ଆମେରିକା

ୱାଶିଂଟନ୍‌,୪।୯ (ପି.ଟି.): କିର୍‌ଗିଜସ୍ଥାନର ବିଶ୍‌କେକ୍‌ଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ୍‌ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍‌ଙ୍କ…

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri