୧୨ ବର୍ଷରେ ୩୦ ଗୁଣ ଠିକାଦାର ବୃଦ୍ଧି

ଯାଜପୁର ଅଫିସ,୨୭ା୧୨: ରାଜ୍ୟ ପୂର୍ତ୍ତ ବିଭାଗରେ ସରକାରୀ ସ୍ବୀକୃତିପ୍ରାପ୍ତ ମୋଟ ଠିକାଦାର ସଂଖ୍ୟା ୪୧,୨୩୭ ରହିଥିବାବେଳେ ସେଥିରୁ ୪୨୨ ଜଣ ରାଜ୍ୟ ବାହାରର ଠିକାଦାର ଅଛନ୍ତି। ଗତ ୧୨ ବର୍ଷରେ ୩୦ ଗୁଣରୁ ଅଧିକ ଠିକାଦାର ସଂଖ୍ୟା ବୃଦ୍ଧି ପାଇଛି। ତେବେ ଗତ ୫ ବର୍ଷ ମଧ୍ୟରେ ଅଣଓଡ଼ିଆ ଠିକାଦାରଙ୍କୁ ସର୍ବାଧିକ ମୂଲ୍ୟରେ କାମ ମିଳିଆସୁଛି। ଗତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ନିର୍ମାଣ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷେ ଚିଫ୍‌ ଇଞ୍ଜିନିୟର ୱାଲ୍ଡ ବ୍ୟାଙ୍କ ପ୍ରୋଜେକ୍ସ(ଡବ୍ଲ୍ୟୁବିପି)ରେ ଠିକାସଂସ୍ଥା ଆଶୀର୍ବାଦ କନଷ୍ଟ୍ରକ୍ସନକୁ ଅଧିକ ଟଙ୍କାର କାମ ଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ୁଛି। ଏହାବାଦ୍‌ ଡବ୍ଲ୍ୟୁବିପିରେ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ବିଭିନ୍ନ ସ୍ତରରେ ଅଭିଯୋଗ ହୋଇ ଆସୁଛି। ଠିକାଦାରି ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ନିମ୍ନମାନର କାମ ଯୋଗୁ ଅନେକ ରାସ୍ତା ଅଳ୍ପଦିନରେ ଶୋଚନୀୟ ହୋଇପଡ଼ୁଛି, ଯାହାର ଉଦାହରଣ ରାଜ୍ୟର ଯେକୌଣସି ରାସ୍ତାକୁ ନିଆଯାଇପାରେ। ସେହିପରି ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ଭଳି କେତେକ ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ ଭୁଶୁଡ଼ି ପଡ଼ିଥିବା ନଜିର ରହିଛି।
ରିପୋର୍ଟ ଅନୁସାରେ ୨୦୦୯-୧୦ ବର୍ଷରେ ପୂର୍ତ୍ତ ବିଭାଗ ଅଧୀନରେ ୧,୩୪୯ ଜଣ ଠିକାଦାର ପଞ୍ଜୀକୃତ ହୋଇଥିଲେ। ୨୦୨୧-୨୨ ବର୍ଷରେ ଏହି ସଂଖ୍ୟା ୪୧,୨୩୭ରେ ପହଞ୍ଚିଛି। ଏଥିରେ ସୁପରକ୍ଲାସ୍‌ ୪୧୬, ସ୍ପେଶାଲ କ୍ଲାସ୍‌ ୮୫୭, ଏ କ୍ଲାସ୍‌ ୫,୦୨୦, ବି କ୍ଲାସ୍‌ ୯,୯୫୬, ସି କ୍ଲାସ୍‌ ୨୪,୫୩୭ ଏବଂ ଡି କ୍ଲାସ୍‌ ୪୫୧ ଜଣ ଠିକାଦାର ରହିଛନ୍ତି। ସମୁଦାୟ ଠିକାଦାରଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୪,୧୬୨ ଜଣ ଅଛନ୍ତି। ଏଠାରେ ୱାଲ୍ଡ ବ୍ୟାଙ୍କ ପ୍ରୋଜେକ୍ସରେ ୧୦ ଜଣ ଠିକାଦାରଙ୍କ ମଧ୍ୟରୁ ଆଶୀର୍ବାଦ କନଷ୍ଟ୍ରକ୍ସନକୁ ସର୍ବାଧିକ ୩୬,୧୫୩ ଲକ୍ଷ ଟଙ୍କାର କାମ ମିଳିଛି। ଏଥିରେ ସୁନ୍ଦରଗଡ଼ ଜିଲାର କୋଇଡ଼ା-ଦେଙ୍ଗୁଳା-ଟେନସା-ବରସୁଆଁ-କୋଲେଇପଷି ରାସ୍ତାରେ ୨ଟି ପ୍ରକଳ୍ପ ଓ କୋଇଡ଼ା-ବାଇପାସ ରୋଡ, ବାଲେଶ୍ୱର ଜିଲାର ଜଳେଶ୍ୱର-ଅମର୍ଦ୍ଦା ରୋଡ ରେଳଷ୍ଟେଶନ ରୋଡ୍‌ ଓଭରବ୍ରିଜ ଓ ଜଳେଶ୍ୱର-ଲକ୍ଷ୍ମଣନାଥ ରୋଡ୍‌ ରେଳଷ୍ଟେଶନ ରାସ୍ତା ଓଭରବ୍ରିଜ୍‌, ଯାଜପୁର ଜିଲାର ବୈତରଣୀ ନଦୀର ଲାଲବାଗ-ନୂଆପାଟଣା-ଦତ୍ତପୁର ରାସ୍ତାରେ ହାଇଲେଭଲ ବ୍ରିଜ୍‌, ସୁକିନ୍ଦା ରୋଡ୍‌ ଷ୍ଟେଶନ ନିକଟ ମାନଗୋବିନ୍ଦପୁରଠାରେ ରାସ୍ତା ଓଭରବ୍ରିଜ, କୁଟାସିଂହା-କପସିରା ରାସ୍ତାରେ ହାଇଲେଭଲ ବ୍ରିଜ୍‌ ଇତ୍ୟାଦି କାର୍ଯ୍ୟ ରହିଛି। ଏଷ୍ଟିମେଟ ଅନୁସାରେ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହୋଇ ନ ଥିବାରୁ ପ୍ରକଳ୍ପଗୁଡିକର ଦୀର୍ଘସ୍ଥାୟୀ ନେଇ ପ୍ରଶ୍ନ ଉଠିଛି। ଏହାବାଦ ୱାଲ୍ଡ ବ୍ୟାଙ୍କ ପ୍ରକଳ୍ପରେ ଏସ.ପି. ସିଙ୍ଗଲା କନଷ୍ଟ୍ରକ୍ସନକୁ ୧୮,୩୪୬ ଲକ୍ଷ ଟଙ୍କା, ଏଲ ଆଣ୍ଡ ଟି ଜିଓ-ଏଲ ଆଣ୍ଡ ଟି ୟୁଜେଭିକୁ ୧୭,୪୦୪ ଲକ୍ଷ ଟଙ୍କା, ରଞ୍ଜିତ ବିଲ୍ଡକନକୁ ୧୬,୮୯୧ ଲକ୍ଷ ଟଙ୍କା, ରାଜଲକ୍ଷ୍ମୀ କନ୍‌ଷ୍ଟ୍ରକ୍ସନକୁ ୩ ପ୍ରକଳ୍ପରେ ୧୭,୨୯୮ ଲକ୍ଷ, ବିରଜା କନଷ୍ଟ୍ରକ୍ସନକୁ ୫ଟି ପ୍ରକଳ୍ପରେ ୧୯,୦୫୧ ଲକ୍ଷ, ବ୍ରିଜେଶ ଅଗ୍ରୱାଲକୁ ୨ଟି ପ୍ରକଳ୍ପରେ ୬,୪୮୨ ଲକ୍ଷ, ଏଆରଏସଏସ୍‌କୁ ୩ଟି ପ୍ରକଳ୍ପରେ ୮୯୬୯ ଲକ୍ଷ, ଶ୍ରୀଦୁର୍ଗା ଠିକାସଂସ୍ଥାକୁ ୬ଟି ପ୍ରକଳ୍ପରେ ୧୪୮୨୭ ଲକ୍ଷ, ଶ୍ରୀ ବାଲାଜୀ ଇଞ୍ଜିକନ୍ସକୁ ୪ଟି ପ୍ରକଳ୍ପରେ ୧୦୯୪୧ ଲକ୍ଷ ଟଙ୍କାର ବିଭିନ୍ନ କାମ ଦିଆଯାଇଛି। ଏହାବାଦ ୨୦୧୮-୧୯ ବର୍ଷରୁ ଏଯାଏ ଭଦ୍ରକ, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ବିଜୁ ଏକ୍ସପ୍ରେସ, ଡିଏମ୍‌ଏଫ୍‌, ଏମ୍‌ସିଏଲ ଆଦି ଯୋଜନାରେ ୧୦ଟି ରାସ୍ତା କାର୍ଯ୍ୟରେ ସର୍ବାଧିକ ୧,୧୭,୨୨୪.୫୮ ଲକ୍ଷ ଟଙ୍କା ଚୁକ୍ତି ହୋଇଛି। ସେଥିରୁ ଗୋଟିଏ ବି ରାସ୍ତା କାର୍ଯ୍ୟ ଏଯାଏ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହାବାଦ ୨୦୧୯-୨୦ ବର୍ଷରୁ ଆରମ୍ଭ ହୋଇଥିବା କୋରାପୁଟ ମେଡିକାଲ କଲେଜ, ଯାଜପୁର ମେଡିକାଲ କଲେଜ, ପୁରୀ ମେଡିକାଲ କଲେଜ, ଯାଜପୁର ଜିଲା ସଦର ଡାକ୍ତରଖାନା, ବାଲେଶ୍ୱର ମେଡିକାଲ କଲେଜ, କେନ୍ଦୁଝର ଜିଲା ସଦର ମେଡିକାଲ, ଝାରସୁଗୁଡ଼ା ନୂତନ ବସଷ୍ଟାଣ୍ଡ, କଳିଙ୍ଗ ଷ୍ଟାଡିୟମ ପରିସରରେ ସୁଇମିଂ ପୁଲ ଇତ୍ୟାଦି କାର୍ଯ୍ୟରେ ସୁପର ଓ ସ୍ପେଶିଆଲ କ୍ଲାସ୍‌ ଠିକାଦାରମାନଙ୍କୁ ନିଯୁକ୍ତ କରାଯାଇଥିଲେ ହେଁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ବିଭିନ୍ନସ୍ତରରେ ଠିକାଦାର ସଂଖ୍ୟା ବୃଦ୍ଧି ହୋଇଥିଲେ ହେଁ କାର୍ଯ୍ୟର ମାନ ଉପରେ ସର୍ବଦା ଅଙ୍ଗୁଳି ନିର୍ଦ୍ଦେଶ ହେଉଥିବାରୁ ବିଭାଗୀୟ କାର୍ଯ୍ୟଦକ୍ଷତା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?