ମନ୍ଦିରରେ ଝଣ୍ଡା ଲଗାଇବା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଯୋଡାରେ ୧୪୪ ଧାରା ଜାରି

ଯୋଡ଼ା, ୧୧।୪ (ଡି.ଏନ.ଏ.): ରାମନବମୀ ଅବସରରେ ଏକ ଶିବ ମନ୍ଦିରରେ ଝଣ୍ଡା ଲଗାଇବାକୁ ନେଇ କେନ୍ଦୁଝର ଜିଲା ଯୋଡ଼ା ସହରରେ ସୋମବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀ ମାର୍‌ପିଟ୍‌ ହେବା ସହ ପରସ୍ପରକୁ ଟେକାପଥର ମାଡ କରିଥିଲେ। ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ଲାଗି ଉଦ୍ୟମ କରିଥିଲେ ଉତ୍ତେଜନା ଥମି ନ ଥିଲା। ଅଳ୍ପସଂଖ୍ୟକ ପୋଲିସ ଫୋର୍ସ ଥିବାରୁ ବାମେବାରୀ ଥାନା ଅଧିକାରୀ ମନୋରଞ୍ଜନ ବିଶି ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। କେତେକାଂଶରେ ଉତ୍ତେଜନା ଥମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ନ ହେବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଘଟଣାସ୍ଥଳରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର, ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ, ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ଭୂଷଣ ବେହେରା, ତହସିଲଦାର ଆଲୋକ ପଟେଲ, ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନଙ୍କ ସମେତ ବିଭିନ୍ନ ଥାନାର ଆଇଆଇସି ଓ ପୋଲିସ ଫୋର୍ସ ମୁତୟନ ଅଛନ୍ତି।
ସୂଚନା ଅନୁଯାୟୀ, ରବିବାର ରାମନବମୀ ଅବସରରେ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା। ଗୋଟିଏ ଗୋଷ୍ଠୀର ଲୋକେ ୪ନଂ. ୱାର୍ଡରେ ଥିବା ଏକ ଶିବ ମନ୍ଦିରକୁ ଝଣ୍ଡା ନେଇଯିବାକୁ ଚାହିଁଥିଲେ। ହେଲେ ପୋଲିସ ସେମାନଙ୍କୁ ଅନୁମତି ଦେଇ ନ ଥିଲା। ସୋମବାର ସକାଳେ ମାତ୍ର ୫ଜଣ ବ୍ୟକ୍ତି ଝଣ୍ଡା ନେଇଯିବେ ବୋଲି ପୋଲିସକୁ ଅନୁମତି ମାଗିଥିଲେ ମଧ୍ୟ ନ ମିଳିବାରୁ ଉତ୍ତେଜନାମୂଳକ ପରିସ୍ଥିତ ଉପୁଜିଥିଲା। ଉକ୍ତ ଗୋଷ୍ଠୀର ଲୋକେ ଷ୍ଟେଟ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରିଥିଲେ। କିଛି ସମୟ ପରେ ଝଣ୍ଡା ନେଇ ସେମାନେ ମନ୍ଦିର ଉଦ୍ଦେଶ୍ୟରେ ଯାଉଥିବା ବେଳେ ବଜାର ଗଳିରେ ଅନ୍ୟ ଏକ ଗୋଷ୍ଠୀର ଲୋକ ଏହାକୁ ବିରୋଧ କରିଥିଲେ। ଫଳରେ ଉତ୍ତେଜନା ଉଗ୍ରରୂପ ଧାରଣ କରିଥିଲା। ଉଭୟପକ୍ଷ ଭଙ୍ଗାରୁଜା କରିବା ସହ ଟେକାପଥର ଓ କାଚ ବୋତଲ ମାଡ଼ କରିଥିଲେ। ପଥର ମାଡ଼ରେ ସ୍ଥାନୀୟ ଲୋକଙ୍କ ଘର ଝରକା, କବାଟ, ବାଇକ୍‌ ଭାଙ୍ଗିରୁଜି ଯାଇଥିଲା। ଏପରିକି ଏକ ବାଇକ୍‌ରେ ମଧ୍ୟ ନିଅଁା ଲଗାଇ ଦିଆଯାଇଥିଲା। ପଥର ମାଡ଼ରେ ପୋଲିସ କର୍ମୀ, ଖବରଦାତା ଓ ଲୋକଙ୍କ ସହ ଉଭୟ ଗୋଷ୍ଠୀର ୧୨ଜଣରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଖବରଦାତା ସମୀର ଦାସଙ୍କ ମୁଣ୍ଡରେ ଟେକା ବାଜିବାରୁ ସେ ଆହତ ହୋଇ ଟାଟାଷ୍ଟିଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେହିପରି ଖବରଦାତା ପୃଥ୍ବୀରାଜ ପାତ୍ର ଢେଲା ପଥର ମାଡ଼ରେ ଆହତ ହୋଇଛନ୍ତି। ଖବରଦାତା ମାନସ ରଞ୍ଜନ ମହାନ୍ତି, ସଞ୍ଜୀତ ବାରିକ, ପବିତ୍ର ଦାସ, ମଣିନ୍ଦ୍ର ସୁନ୍ଦରବାରିକ ଓ ପ୍ରକାଶ ମହାନ୍ତି ଖବର ସଂଗ୍ରହ କରୁଥିବା ବେଳେ ଢେଲା ପଥରମାଡ଼ ଓ ଉତ୍ତେଜନାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। କେନ୍ଦୁଝର ଏସ୍‌ପି ମହାପାତ୍ର ପୋଲିସ ଫୋର୍ସ ସହ ଦୁଇଗୋଷ୍ଠୀ ମୁଖ୍ୟଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ଡାକିଥିଲେ ମଧ୍ୟ ସମାଧାନ ହୋଇ ପାରି ନ ଥିଲା। ଗୋଟିଏ ଗୋଷ୍ଠୀ ଲୋକେ ନମାଜ ପରେ ଆଲୋଚନା କରିବେ ବୋଲି ପ୍ରଶାସନକୁ ଜଣାଇଥିଲେ। ପରେ ଉଭୟ ଗୋଷ୍ଠୀର ମୁଖ୍ୟଙ୍କୁ ନେଇ ପ୍ରଶାସନ ଆଲୋଚନା କରିଥିଲା। ରାତିର ସ୍ଥିତିକୁ ନେଇ ୧୪୪ ଧାରା ଜାରି ରହିବ କି ନାହିଁ ମଙ୍ଗଳବାର ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ଉଭୟ ଗୋଷ୍ଠୀଙ୍କ ମୁରବୀଙ୍କ ସହ ଆଲୋଚନା କରାଯାଇ ଆସନ୍ତା ହନୁମାନ ଜୟନ୍ତୀରେ ୪ଜଣ ଲୋକଙ୍କ ଉପସ୍ଥିତିରେ ଉକ୍ତ ଶିବ ମନ୍ଦିରରେ ପତାକା ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଖଣି ସହର ଯୋଡାରେ ଭାଇଚାରା ଫେରାଇ ଆଣିବାକୁ ପ୍ରଶାସନ ଚେଷ୍ଟା କରିବ ବୋଲି ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri