ମନ୍ଦିରରେ ଝଣ୍ଡା ଲଗାଇବା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଯୋଡାରେ ୧୪୪ ଧାରା ଜାରି

ଯୋଡ଼ା, ୧୧।୪ (ଡି.ଏନ.ଏ.): ରାମନବମୀ ଅବସରରେ ଏକ ଶିବ ମନ୍ଦିରରେ ଝଣ୍ଡା ଲଗାଇବାକୁ ନେଇ କେନ୍ଦୁଝର ଜିଲା ଯୋଡ଼ା ସହରରେ ସୋମବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀ ମାର୍‌ପିଟ୍‌ ହେବା ସହ ପରସ୍ପରକୁ ଟେକାପଥର ମାଡ କରିଥିଲେ। ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ଲାଗି ଉଦ୍ୟମ କରିଥିଲେ ଉତ୍ତେଜନା ଥମି ନ ଥିଲା। ଅଳ୍ପସଂଖ୍ୟକ ପୋଲିସ ଫୋର୍ସ ଥିବାରୁ ବାମେବାରୀ ଥାନା ଅଧିକାରୀ ମନୋରଞ୍ଜନ ବିଶି ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। କେତେକାଂଶରେ ଉତ୍ତେଜନା ଥମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ନ ହେବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଘଟଣାସ୍ଥଳରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର, ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ, ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ଭୂଷଣ ବେହେରା, ତହସିଲଦାର ଆଲୋକ ପଟେଲ, ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନଙ୍କ ସମେତ ବିଭିନ୍ନ ଥାନାର ଆଇଆଇସି ଓ ପୋଲିସ ଫୋର୍ସ ମୁତୟନ ଅଛନ୍ତି।
ସୂଚନା ଅନୁଯାୟୀ, ରବିବାର ରାମନବମୀ ଅବସରରେ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା। ଗୋଟିଏ ଗୋଷ୍ଠୀର ଲୋକେ ୪ନଂ. ୱାର୍ଡରେ ଥିବା ଏକ ଶିବ ମନ୍ଦିରକୁ ଝଣ୍ଡା ନେଇଯିବାକୁ ଚାହିଁଥିଲେ। ହେଲେ ପୋଲିସ ସେମାନଙ୍କୁ ଅନୁମତି ଦେଇ ନ ଥିଲା। ସୋମବାର ସକାଳେ ମାତ୍ର ୫ଜଣ ବ୍ୟକ୍ତି ଝଣ୍ଡା ନେଇଯିବେ ବୋଲି ପୋଲିସକୁ ଅନୁମତି ମାଗିଥିଲେ ମଧ୍ୟ ନ ମିଳିବାରୁ ଉତ୍ତେଜନାମୂଳକ ପରିସ୍ଥିତ ଉପୁଜିଥିଲା। ଉକ୍ତ ଗୋଷ୍ଠୀର ଲୋକେ ଷ୍ଟେଟ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରିଥିଲେ। କିଛି ସମୟ ପରେ ଝଣ୍ଡା ନେଇ ସେମାନେ ମନ୍ଦିର ଉଦ୍ଦେଶ୍ୟରେ ଯାଉଥିବା ବେଳେ ବଜାର ଗଳିରେ ଅନ୍ୟ ଏକ ଗୋଷ୍ଠୀର ଲୋକ ଏହାକୁ ବିରୋଧ କରିଥିଲେ। ଫଳରେ ଉତ୍ତେଜନା ଉଗ୍ରରୂପ ଧାରଣ କରିଥିଲା। ଉଭୟପକ୍ଷ ଭଙ୍ଗାରୁଜା କରିବା ସହ ଟେକାପଥର ଓ କାଚ ବୋତଲ ମାଡ଼ କରିଥିଲେ। ପଥର ମାଡ଼ରେ ସ୍ଥାନୀୟ ଲୋକଙ୍କ ଘର ଝରକା, କବାଟ, ବାଇକ୍‌ ଭାଙ୍ଗିରୁଜି ଯାଇଥିଲା। ଏପରିକି ଏକ ବାଇକ୍‌ରେ ମଧ୍ୟ ନିଅଁା ଲଗାଇ ଦିଆଯାଇଥିଲା। ପଥର ମାଡ଼ରେ ପୋଲିସ କର୍ମୀ, ଖବରଦାତା ଓ ଲୋକଙ୍କ ସହ ଉଭୟ ଗୋଷ୍ଠୀର ୧୨ଜଣରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଖବରଦାତା ସମୀର ଦାସଙ୍କ ମୁଣ୍ଡରେ ଟେକା ବାଜିବାରୁ ସେ ଆହତ ହୋଇ ଟାଟାଷ୍ଟିଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେହିପରି ଖବରଦାତା ପୃଥ୍ବୀରାଜ ପାତ୍ର ଢେଲା ପଥର ମାଡ଼ରେ ଆହତ ହୋଇଛନ୍ତି। ଖବରଦାତା ମାନସ ରଞ୍ଜନ ମହାନ୍ତି, ସଞ୍ଜୀତ ବାରିକ, ପବିତ୍ର ଦାସ, ମଣିନ୍ଦ୍ର ସୁନ୍ଦରବାରିକ ଓ ପ୍ରକାଶ ମହାନ୍ତି ଖବର ସଂଗ୍ରହ କରୁଥିବା ବେଳେ ଢେଲା ପଥରମାଡ଼ ଓ ଉତ୍ତେଜନାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। କେନ୍ଦୁଝର ଏସ୍‌ପି ମହାପାତ୍ର ପୋଲିସ ଫୋର୍ସ ସହ ଦୁଇଗୋଷ୍ଠୀ ମୁଖ୍ୟଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ଡାକିଥିଲେ ମଧ୍ୟ ସମାଧାନ ହୋଇ ପାରି ନ ଥିଲା। ଗୋଟିଏ ଗୋଷ୍ଠୀ ଲୋକେ ନମାଜ ପରେ ଆଲୋଚନା କରିବେ ବୋଲି ପ୍ରଶାସନକୁ ଜଣାଇଥିଲେ। ପରେ ଉଭୟ ଗୋଷ୍ଠୀର ମୁଖ୍ୟଙ୍କୁ ନେଇ ପ୍ରଶାସନ ଆଲୋଚନା କରିଥିଲା। ରାତିର ସ୍ଥିତିକୁ ନେଇ ୧୪୪ ଧାରା ଜାରି ରହିବ କି ନାହିଁ ମଙ୍ଗଳବାର ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସହ ଉଭୟ ଗୋଷ୍ଠୀଙ୍କ ମୁରବୀଙ୍କ ସହ ଆଲୋଚନା କରାଯାଇ ଆସନ୍ତା ହନୁମାନ ଜୟନ୍ତୀରେ ୪ଜଣ ଲୋକଙ୍କ ଉପସ୍ଥିତିରେ ଉକ୍ତ ଶିବ ମନ୍ଦିରରେ ପତାକା ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଖଣି ସହର ଯୋଡାରେ ଭାଇଚାରା ଫେରାଇ ଆଣିବାକୁ ପ୍ରଶାସନ ଚେଷ୍ଟା କରିବ ବୋଲି ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରୀତିମୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?