‘ଜେନ୍‌-ଜି ନୁହେଁ, ଜେନ୍‌-ସି ହେବା ଦରକାର’

ପରିବେଶ ପ୍ରଦୂଷଣ ବହୁ ପରିମାଣରେ ବଢ଼ିଗଲାଣି। ମୁଁ ଯଦି ସଚେତନ ନ ହେବି, ମୁଁ ମରିବି, ମୋ ଆଖପାଖ ଲୋକମାନେ ମଧ୍ୟ ମରିବେ। ଏବେ ଡରିବାର ସମୟ ଆସିଗଲାଣି। ପରିବେଶ ପ୍ରଦୂଷଣ ପାଇଁ ଆମକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଲୋକେ ଡରିଲେ ହିଁ ସଚେତନ ହେବେ। ଆମକୁ ଜେନ୍‌-ଜି ନୁହେଁ, ଜେନ୍‌-ସି (ଜେନେରେଶନ କ୍ଲାଇମେଟ୍‌) ହେବାକୁ ପଡ଼ିବ। ପରିବେଶର ଗୁରୁତ୍ୱ, ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ। ଉଲ୍ଲଂଘନକାରୀଙ୍କୁ ସ୍ବତନ୍ତ୍ର ଦଣ୍ଡ ଦିଆଗଲେ, ପରିବେଶ ସୁରକ୍ଷା ପାଇଁ ସଚେତନ ରହି କାର୍ଯ୍ୟ କରିବେ।

କୁନା ତ୍ରିପାଠୀ, ଅଭିନେତା

ଟ୍ରାଫିକ ପୋଷ୍ଟରେ ଗାଡ଼ି ବନ୍ଦ କରନ୍ତୁ
ଛୋଟ ଛୁଆଙ୍କଠାରୁ ପରିବେଶ ସୁରକ୍ଷାର ବାର୍ତ୍ତା ଆରମ୍ଭ କରିବା। ବ୍ୟବହାର କରୁଥିବା ଜରିକୁ ଏଣେତେଣେ ନ ପକାଇ ଡଷ୍ଟବିନ ବ୍ୟବହାର କରନ୍ତୁ। ଗାଡ଼ିରୁ ବାହାରୁ ଥିବା ଧୂଆଁ ପରିବେଶକୁ ବେଶି ପ୍ରଦୂଷିତ କରୁଛି। ତେଣୁ ବିଶେଷକରି ଟ୍ରାଫିକ ପୋଷ୍ଟରେ ଗାଡିକୁ ଷ୍ଟାର୍ଟରେ ନ ରଖି ବନ୍ଦ କରିଦିଅନ୍ତୁ। ଏବେଠାରୁ ଛୋଟ ପିଲାଙ୍କୁ ପରିବେଶ ପ୍ରତି ସଚେତନ କରନ୍ତୁ। ବହୁ ଲୋକ ପରିବେଶ ପ୍ରଦୂଷଣ ଓ ଏଥିଜନିତ ବିପଦ ସମ୍ପର୍କରେ ବେଶିକିଛି ଜାଣିନାହାନ୍ତି। ସେମାନଙ୍କୁ ସଚେତନ କରିବା ଜରୁରୀ।

ଐଶ୍ୱର୍ଯ୍ୟା ବେହେରା, ଅଭିନେତ୍ରୀ

୧୦ ବର୍ଷ ପରେ ପୃଥିବୀ ଆହୁରି ସବୁଜମୟ ହେବ
ବର୍ତ୍ତମାନ ଆମେ ଟେକ୍ନୋଲୋଜି ଉପରେ ବହୁ ନିର୍ଭରଶୀଳ ହୋଇଯାଇଛୁ। ଗାଡି ଚଲେଇବାଠାରୁ ଆରମ୍ଭ କରି ଏଆଇ ପର୍ଯ୍ୟନ୍ତ, ସବୁକିଛି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଫଳରେ ଧୂଅଁା ଛାଡିବା, ଖଣି ଖୋଳିବା, ଅଳିଆ ଏଣେତେଣେ ପକାଇବା ଦ୍ୱାରା ପ୍ରଦୂଷଣ ବଢ଼ୁଛି। ଏହାସତ୍ତ୍ୱେ ଏବେ ଲୋକେ ସଚେତନ ହେଲେଣି। ପରିବେଶ ସୁରକ୍ଷା ପାଇଁ ଯୁବପିଢ଼ିମାନେ ଚିନ୍ତା କଲେଣି। ମାଟି ମାଆ ଓ ପରିବେଶର ସୁରକ୍ଷା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚତ୍ବା ଆରମ୍ଭ ହେଲାଣି। ଲୋକେ ସଚେତନ ହୋଇ କାମ କଲେ ୧୦ ବର୍ଷ ପରେ ଆମ ପୃଥିବୀ ଆହୁରି ସବୁଜମୟ ହେବ ବୋଲି ଆଶା ରହିଛି।

ଶୁଭମ ବେହେରା, ଆଙ୍କର

ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କ ପ୍ରୟାସ ଜରୁରୀ
ପରିବେଶ ପ୍ରଦୂଷଣ ରୋକିବାକୁ ହେଲେ ସମସ୍ତ ପ୍ରୟାସ ଜରୁରୀ। ଏଥିପାଇଁ ନିଜକୁ ପରିବର୍ତ୍ତନ କରିବା ଦରକାର। କେବଳ ସରକାର ଚାହିଁଲେ ହେବନି, ଆମ ସମସ୍ତଙ୍କୁ ସହଯୋଗ କରିବାକୁ ପଡ଼ିବ। ଛୋଟ ଛୋଟ ଚେଷ୍ଟା ହିଁ ପରିବେଶକୁ ସୁରକ୍ଷା ଦେବ। ଗଛ ଲଗାଇବା, କୃତ୍ରିମ ଜଙ୍ଗଲ ତିଆରି କରିବା ସହିତ ତା’ର ଯତ୍ନ ନେବା। ରାଜ୍ୟରେ ପ୍ରଦୂଷଣ ହାର ବଢ଼ିବାରେ ଲାଗିଛି। ସମସ୍ତଙ୍କ ଚେଷ୍ଟା ଓ ପ୍ରୟାସ ରହିଲେ ହିଁ ପରିବେଶ ପ୍ରଦୂଷଣ ରୋକିପାରିବା। ଆମର ଭବିଷ୍ୟତ ପିଢ଼ି ସୁରକ୍ଷିତ ରହିପାରିବେ।

ଦେବ ମହାନ୍ତି, ଅଭିନେତା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ , ବିଧାୟକ କହିଲେ…

ତୁମୁଡ଼ିବନ୍ଧ,୧୫।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍‌ ତୁଟୁଲୁବାଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାଷୀ…

ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

ବାଲିଶଙ୍କରା,୧୫ା୧୧(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ଛଟ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଶଙ୍କରା ଡୁଡୁଙ୍ଗନାଳା…

ହାତୀପଲରୁ ଅଲଗା ହୋଇଥିବା ଅସୁସ୍ଥ ଛୁଆ ହାତୀର ମୃତ୍ୟୁ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବନ ବିଭାଗ ଅଧୀନ ଭାଲେରି ପାହାଡ଼ରେ ହାତୀପଲରୁ ଅଲଗା ହୋଇଯାଇଥିଲା ଛୁଆ ହାତୀର ରବିବାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

ଗଞ୍ଜାମ ବିଇଓଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ୟୁନିଟ୍‌-୩ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ପୁରସ୍କୃତ ହୋଇଛନ୍ତି ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ…

ସିନୁ-ତ୍ରିଶଙ୍କଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି, ନବୀନଙ୍କୁ କୃତଜ୍ଞତା ଜଣାଇ…

ରିଷିଡ଼ା,୧୫ା୧୧(ସୁଶାନ୍ତ ମଲ୍ଲିକ): ଜିଲା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପଞ୍ଚାୟତ ସମିତି ସଭ୍ୟ ତଥା ଯୁବନେତା…

ଧାନମଣ୍ଡି ଖୋଲିନି, ମାତିଲେଣି ବେପାରୀ

ବରଗଡ଼,୧୫।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ ପ୍ରକ୍ରିୟା ଜୋର୍‌ ଧରିଛି। ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ଅମଳ କାର୍ଯ୍ୟରେ ଲାଗି ପଡ଼ିଛନ୍ତି।…

ସରକାରୀ ଆକାଉଣ୍ଟକୁ ଆସୁନି ରୟାଲିଟି, ପ୍ରଶାସନ ନୀରବଦ୍ରଷ୍ଟା

କଟକ ସଦର,୧୫ା୧୧(ସୁଶାନ୍ତ କୁମାର ଜେନା): କଟକ ଜିଲାର ଏକ ନମ୍ବର ବ୍ଲକ ଭାବେ ପରିଚିତ ସଦର ବ୍ଲକ। ଏହି କଟକ ସଦର ବ୍ଲକଟି ସହର ତଳି ଅଞ୍ଚଳ…

ମଧ୍ୟରାତ୍ରିରେ ହାତୀର ଆତଙ୍କ, ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବଲାଙ୍ଗୀର/କଣ୍ଟାବାଞ୍ଜି, ୧୫।୧୧ (ସୁନିଲ କୁମାର ମହାନ୍ତି/ଗୁରୁଦ୍ୱାଲ ହଂସ): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ ଲାଠୋର ରେଞ୍ଜର ଘାଗୁର୍ଲି ଗ୍ରାମ ନିକଟ ଘାଘରା ରାସ୍ତାରେ ହାତୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?