ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ଗିରଫ

ଭୁବନେଶ୍ୱର,୪।୬(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଆଉଜଣେ ବଡ଼ ବାବୁ। ସେ ହେଲେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ବୟ ବିଭାଗର ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ। ଶୁକ୍ରବାର ଜଣେ କମ୍ପ୍ୟୁଟର ଫାର୍ମ ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଟିମ୍‌ ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ତାଙ୍କ ନାମରେ ଏକ ମାମଲା (ନଂ.୧୩/୨୦୨୨) ରୁଜୁ କରାଯାଇ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରାଯାଇଛି। ଏହାପରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ୟୁନିଟ-୧ସ୍ଥିତ ତାଙ୍କ ସରକାରୀ ବାସଭବନ, ଭରତପୁର ଥାନା ଦୁର୍ଗାମାଧବ ନଗରସ୍ଥିତ ଘର, ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅଞ୍ଚଳରେ ପୈତୃକ ଘର ଓ ଲୋକସେବା ଭବନରେ ଥିବା ତାଙ୍କ କାର୍ଯ୍ୟାଳୟ ସମେତ ୪ ସ୍ଥାନରେ ଚଢ଼ାଉ କରାଯାଇଛି। ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଏକ ସରକାରୀ କାର୍ଯ୍ୟରେ ୧୦ଟି କମ୍ପ୍ୟୁଟର ଯୋଗାଇବାକୁ ଲୁଇସ୍‌ ରୋଡ୍‌ର ଜଣେ ଫାର୍ମ ମାଲିକ ଟେଣ୍ଡର ପାଇଥିଲେ। ଏହାର ବିଲ୍‌ ସହ ଅନ୍ୟ ଏକ ଟେଣ୍ଡର ଅର୍ଡର ଦେବାକୁ ଅନୁସଚିବ ୬୫ହଜାର ୫୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରତି କମ୍ପ୍ୟୁଟର ପାଇଁ ୩ ହଜାର ଟଙ୍କା ଲେଖାଏ ମୋଟ ୩୦ ହଜାର ଟଙ୍କା ନେବାକୁ କହିଥିଲେ। ଏଥିସହ ୫୫ଟି ୟୁପିଏସ୍‌ ଟେଣ୍ଡରର ଅର୍ଡର ପାଇଁ ୨୬ ହଜାର ୫୦୦ ଟଙ୍କା ମାଗିଥିଲେ। ଟଙ୍କା ନ ମିଳିଲେ ୫୫ଟି ୟୁପିଏସ୍‌ର ଟେଣ୍ଡର ଅର୍ଡରକୁ ରୋକିଦେବାକୁ ପୂର୍ଣ୍ଣଚନ୍ଦ୍ର ଧମକ ଦେଇଥିଲେ। ଏନେଇ କମ୍ପ୍ୟୁଟର ଫାର୍ମ ମାଲିକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଲାଞ୍ଚ କାରବାର ଧରିବାକୁ ଭିଜିଲାନ୍ସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଶୁକ୍ରବାର ପୂର୍ଣ୍ଣଚନ୍ଦ୍ର ତାଙ୍କ ସରକାରୀ ବାସଭବନରେ ଉକ୍ତ ଫାର୍ମ ମାଲିକଙ୍କଠାରୁ ୩୦ ହଜାର ଲାଞ୍ଚ ନେଉଥିବାବେଳେ ପୂର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଆଜି ୩୦୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୧।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୧୮...

ଘୂର୍ଣ୍ଣିବଳୟ: ୫ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨।୭(ବ୍ୟୁରୋ): ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ଅନ୍ୟ ଏକ ଘୂର୍ଣ୍ଣିବଳୟ ପୂର୍ବ ଉତ୍ତରପ୍ରଦେଶ ଉତ୍ତର ଏବଂ...

ଟାର୍ଗେଟ୍‌ କୁକୁଡ଼ାଗାଲି, ଚଢ଼ାଉ ଜୋରଦାର କରୁଛି ପୋଲିସ

ବୋରିଗୁମ୍ମା,୨୫ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା କୁକୁଡ଼ା ଗାଲି ଓ ସେଠାକାର ଜୁଆଖେଳ ଉପରେ ଲଗାତାର ଚଢ଼ାଉ ଜାରି ରଖିଛି ପୋଲିସ। ଗତ ୩/୪...

ଦୈତ ନଗରୀରେ କଡ଼ା କଟକଣା: ଅଯଥା ଯାତାୟାତ ରୋକିବାକୁ ନିଆଗଲା ପଦକ୍ଷେପ

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳ କଟକରୁ ଜଣେ ପଜିଟିଭି ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ଆଶଙ୍କାକୁ ଏଡ଼ାଇବା ପାଇଁ...

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌: ଆଉ ଜଣେ ଅଧିକାରୀ ନିଲମ୍ବିତ

ରାଉରକେଲା ଅଫିସ, ୭।୧: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି) ଗ୍ୟାସ୍‌ ଦୁର୍ଘଟଣା ନେଇ ଗୁରୁବାର ଆଉ ଜଣେ ଆର୍‌ଏସ୍‌ପି ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେ ହେଉଛନ୍ତି...

‘କରୋନା’ ଗୀତ ଗାଇ ଟ୍ରୋଲ ହେଲେ ହ୍ୟୁମାନ ସାଗର

ଭୁବନେଶ୍ୱର, ୧୭।୩(ବ୍ୟୁରୋ)/କଟକ ଅଫିସ : ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’। ଏହି ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ଓଡ଼ିଶାର...

ସୂର୍ଯ୍ୟୋଦୟରୁ ରାତି ୯ ଯାଏ ଖୋଲାରହିବ ଦେଶର ୧୦ କୀର୍ତ୍ତିରାଜି: ତାଲିକାରେ ଭୁବନେଶ୍ୱରର ରାଜାରାଣୀ ମନ୍ଦିର

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଦେଶର ୧୦ ପ୍ରମୁଖ ଐତିହାସିକ କୀର୍ତ୍ତିରାଜିକୁ ସୂର୍ଯ୍ୟୋଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ।...

ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୧୩୪୬ ସଂକ୍ରମିତ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୧୩୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୧୨୬, କଟକରୁ...

Advertisement
Archives

Model This Week