୫୩୧ ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ୱର, ୪।୬(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିଛନ୍ତି। ତନ୍ମଧ୍ୟରେ ଢେଙ୍କାନାଳ ଜିଲାର ୧୦୫, ଗଞ୍ଜାମର ୨୩୦, କନ୍ଧମାଳର ୭୩, ନବରଙ୍ଗପୁରର ୭୩ ଏବଂ ଅନୁଗୋଳ ଜିଲାର ୫୦ ହାଇସ୍କୁଲ ରହିଛି। ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ବ୍ୟକ୍ତିତ୍ୱ ବିକାଶରେ ସହାୟକ ହେଉଛି। ପ୍ରତ୍ୟେକ ପିଲା ସ୍ବତନ୍ତ୍ର। ସେମାନଙ୍କ ମଧ୍ୟରେ ଭରିରହିଛି ବିପୁଳ ସମ୍ଭାବନା। ପିଲାମାନଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ସ୍କୁଲ ରୂପାନ୍ତରଣ ଏହି ସ୍ବପ୍ନରେ ଡେଣା ଯୋଡ଼ିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ। ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍‌ ଭାବେ ଉପଯୋଗ କରିବା ସହ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଢେଙ୍କାନାଳରୁ ତ୍ରିଶା ପ୍ରିୟଦର୍ଶିନୀ, ଗଞ୍ଜାମରୁ ଅର୍ପିତା ଚୌଧୁରୀ, କନ୍ଧମାଳରୁ ସୋନାଲି କହଁର, ଅନୁଗୋଳରୁ ବିଷ୍ଣୁ ପ୍ରସାଦ ଚଇନି ପ୍ରମୁଖ ଛାତ୍ରୀଛାତ୍ର ସ୍କୁଲ ରୂପାନ୍ତର ସମ୍ପର୍କିତ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ। ବିଦ୍ୟାଳୟ ରୂପାନ୍ତରଣ ଛାତ୍ରୀଛାତ୍ରଙ୍କ ପାଇଁ ବରଦାନ। ଏହା ପାଠପଢ଼ା ସହ କ୍ରୀଡ଼ାର ବିକାଶ ଲାଗି ସୁଯୋଗ ଆଣିଛି ବୋଲି ସେମାନେ ମତ ଦେଇଛନ୍ତି। ଏହି ଅବସରରେ ନବରଙ୍ଗପୁରର ଛାତ୍ରୀ ଜୁଇସ ସୁନା ଗମନାଗମନରେ ଭୋଗୁଥିବା ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଅଧିକ ହଷ୍ଟେଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭର୍ଚୁଆଲ୍‌ ମୋଡ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ଅଙ୍ଗଦ କହଁର, ବିଧାୟକ ମନୋହର ରନ୍ଧାରୀ ପ୍ରମୁଖ ଯୋଡ଼ିହୋଇ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦୂରଦର୍ଶୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଶୋକ ମୀନା, ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରାଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆର ତିନି ଗ୍ରାମରେ ଆନ୍ଧ୍ର କରିବ ଜିଲା ପରିଷଦ ନିର୍ବାଚନ

ପଟ୍ଟାଙ୍ଗୀ,୫।୪(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ତିନି ଗ୍ରାମ ତଳ ଗଞ୍ଜେଇ ପଦର, ଫଗୁଣସିନେରି ଓ ଫାଟୁସିନେରିରେ ଆନ୍ଧ୍ର...

ବ୍ୟାନ୍‌ ସତ୍ତ୍ୱେ ଗୁଟ୍‌ଖା ଖୁଲମଖୁଲା ବିକ୍ରି : ଯାଞ୍ଚ ରିପୋର୍ଟ ଦେବେ ଅତିରିକ୍ତ ଡିଜି

ଭୁବନେଶ୍ୱର,୧୩।୯(ବ୍ୟୁରୋ) : ରାଜ୍ୟରେ ଗୁଟ୍‌ଖା ବ୍ୟାନ୍‌ ସତ୍ତ୍ୱେ ଖୁଲମ୍‌ଖୁଲା ବିଭିନ୍ନ ସ୍ଥାନରେ ବିକ୍ରି ଚାଲିଛି। ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗ ଆଇନ୍‌ ମୁତାବକ ସ୍ବାସ୍ଥ୍ୟ...

ଆଜି ସୁଆର ମହାସୁଆର ନିର୍ବାଚନ

ପୁରୀ ଅଫିସ, ୯ା୮: ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ମୋଟ ୩୭ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ...

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ କୋଭିଡ ଯୋଦ୍ଧା: ସଙ୍ଗୀତା ସମସ୍ତଙ୍କ ପାଇଁ ଉଦାହରଣ ଟୁଇଟ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ଶିକ୍ଷୟିତ୍ରୀ ତଥା କରୋନା ଯୋଦ୍ଧା ସଙ୍ଗୀତା ପାଣିଗ୍ରାହୀ କରୋନାରୁ ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏ ନେଇ...

ସମସ୍ତ ସହରାଞ୍ଚଳରେ ହେବ ଅସ୍ଥାୟୀ କ୍ୱାରାଣ୍ଟାଇନ୍‌

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରବିବାର ବିଳମ୍ବିତ ରାତିରେ ଜଣେ ୩୩ ବର୍ଷୀୟ ଯୁବକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।...

ମଇଦାନରେ ୩ ଦଳର ନେତା, ଜମୁଛି ପ୍ରଚାର

ଖୋର୍ଦ୍ଧା ଅଫିସ, ୭ା୨: ଖୋର୍ଦ୍ଧା ମାଟିରେ ୩୦ ଜୋନ ବିଶିଷ୍ଟ ଜିଲା ପରିଷଦ ଆସନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସର...

୮୮ ବର୍ଷରେ ଓଡ଼ିଶା ଦିବସ

କଳିଙ୍ଗ, ଉତ୍କଳ ପରେ ଓଡ଼ିଶା ନାମରେ ପରିଚିତ ଏହି ପବିତ୍ର ଭୂଖଣ୍ଡ ୧୯୩୬ ଏପ୍ରିଲ ୧ରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ସେବେଠାରୁ ଏହି ଦିବସକୁ...

ଡାକ୍ତର ସୁମିତଙ୍କୁ ଖୋଜି ପାଉନାହାନ୍ତି ତପସ୍ବିନୀ

ଆସିକା,୧୦।୧୨(ଡି.ଏନ୍‌.ଏ.): ବ୍ରହ୍ମପୁର ବ୍ରହ୍ମାନଗରଠାରେ ଶାଶୁ ଘରେ ସ୍ବାମୀଙ୍କ ସହ ରହିବାକୁ ଦାବି କରି ତପସ୍ବିନୀ ଦୀର୍ଘ ଦିନ ଧରି ଶଶୁର ଘର ବାରଣ୍ଡାରେ ଧାରଣା ଦେଇଥିଲେ।...

Advertisement
Archives

Model This Week