ନିର୍ଦ୍ଦେଶନାମା ଜାରି, ଜିଲାକୁ ଜିଲା ବୁଲି ସଚିବ କରିବେ…

ଭୁବନେଶ୍ୱର,୪ା୯: ଏଣିକି ସବୁ ଜିଲା ବୁଲିବେ ସଚିବ। ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ସରକାରଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲା ପରିଦର୍ଶନ କରିବେ ସମସ୍ତ ବିଭାଗର ସଚିବ। ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଗସ୍ତ ସମୟରେ ଜିଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବା ସହ ପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ ବି କରିବେ।

ଦିନକୁ ଅତିକମ୍‌ରେ ଥରେ କୌଣସି ଆହାର କେନ୍ଦ୍ର, ଅନୁସୂଚିତ ଜାତି/ଜନଜାତି ଛାତ୍ରାବାସ, ସ୍କୁଲକୁ ଯାଇ ମଧ୍ୟାହ୍ନଭୋଜନ ଖାଦ୍ୟର ଗୁଣବତ୍ତା ପରୀକ୍ଷା କରିବା ସହ ଭୋଜନ କରିବେ। କୌଣସି ଏକ ମେଡିକାଲକୁ ଯାଇ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟସେବା ବିଷୟରେ ପଚାରି ବୁଝିବେ। ଏଥିସହିତ ଅଙ୍ଗନଓ୍ବାଡ଼ି ହିତାଧିକାରୀଙ୍କ ସହ ଆଲୋଚନା କରିବେ। ବିଦ୍ୟାଳୟର ଛାତ୍ରୀ ନିବାସ ଯାଇ ବାଳିକାମାନଙ୍କ ସହ କଥା ହୋଇ ସେମାନଙ୍କର ମତାମତ ନେବେ। ୮ଟି ଡିଏମ୍‌ଏଫ୍‌ ଜିଲା ଗସ୍ତ କରି ସେଠାରେ ଡିଏମ୍‌ଏଫ ପାଣ୍ଠିର ବିନିଯୋଗ ବାବଦରେ ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ସରିବା ପରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ଜିଲାପାଳ ଓ ସବୁ ଜିଲା ଅଧିକାରୀଙ୍କ ସହ ଅତିକମ୍‌ରେ ଦିନର ଅଧା ଆଲୋଚନା କରିବେ। ଜିଲାରେ ଥିବା ବନ୍ଦର, ବିମାନ ବନ୍ଦର, ଶିଳ୍ପ , ପାର୍କ ଓ ମେଡିକାଲ କଲେଜ, ବୃହତ ଜଳସେଚନ ପ୍ରକଳ୍ପଗୁଡ଼ିକ ସମୀକ୍ଷା କରିବା ସହ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ପ୍ରକଳ୍ପଗୁଡ଼ିକର ବି ସମୀକ୍ଷା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ମୋଦି: ଏହି ୪ ପ୍ରସଙ୍ଗକୁ ଭାଜପାର ଗୁରୁତ୍ୱ

ଭୁବନେଶ୍ୱର, ୧୩।୯(ସୁନିତ୍‌ ମିଶ୍ର):ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ରାଜ୍ୟବାସୀଙ୍କ ପ୍ରିୟଭାଜନ ହୋଇପାରିଛି।...

ଧର୍ମେନ୍ଦ୍ରଙ୍କ ବଡ଼ ଭବିଷ୍ୟବାଣୀ: ଯୁବରାଜଙ୍କ ସ୍ବପ୍ନ ରହିଯିବ ଅଧୁରା, ତୃତୀୟଥର ପାଇଁ ଭାଜପା…

ଭୁବନେଶ୍ୱର, ୧୩।୯(ସୁନିତ୍‌ ମିଶ୍ର):ହରିୟାଣାରେ ୩ୟ ଥର ପାଇଁ ଭାଜପା ସରକାର ଗଠନ କରିବ। ଭାଜପାକୁ ଭୋଟ ଦେବା ପାଇଁ ହରିୟାଣାର ଜନସାଧାରଣ ମନ ବଳାଇସାରିଛନ୍ତି ବୋଲି...

କାଳିଆ ଯୋଜନାକୁ ନେଇ ଆସିଲା ବଡ଼ ଖବର, ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ…

ଭୁବନେଶ୍ୱର,୧୩।୯: କାଳିଆ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ୨୦୧୯ରୁ ୨୦୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ...

ବାର୍ଡ ଫ୍ଲୁ ସ୍ଥିତିରେ ସୁଧାର ଆସିଲା: ଖାଇପାରିବେ ଚିକେନ୍‌, ଅଣ୍ଡା

ଭୁବନେଶ୍ୱର, ୧୩ା୯ (ବନ୍ଦନା ସେଠୀ):ରାଜ୍ୟରେ ବାର୍ଡ ଫ୍ଲୁ ସ୍ଥିତିରେ ସୁଧାର ଆସିଛି। ଯେଉଁ ଅଞ୍ଚଳରେ ବାର୍ଡଫ୍ଲୁ ସଂକ୍ରମଣ ହୋଇଥିଲା, ସେଠାରେ କଲିଂ କରି ସମସ୍ତ କୁକୁଡାଙ୍କୁ...

ଆସୁଛି ଆଉ ଏକ ଲଘୁଚାପ: ୧୪ରୁ ୧୬ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୪।୯(ଅନିଲଦାସ):ବାଂଲାଦେଶ ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର...

ସୁଭଦ୍ରା ଯୋଜନା ଫର୍ମ ପାଇଁ ଟଙ୍କା ନେଉଥିଲେ ,ସ୍ବାମୀଙ୍କ ସ୍ତ୍ରୀଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୨ା୯(ସୂର୍ଯ୍ୟକାନ୍ତ ବେହେରା): ସୁଭଦ୍ରା ଯୋଜନା ଓ ଅନଲାଇନରେ ଜମା କରିବା ପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ...

ଚିଖିଲି ଗାଁକୁ ଛୁଇଁଲା ବନ୍ୟାଜଳ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଛତିଶଗଡ଼ର ଗାଙ୍ଗରେଲ, ସରଗୁଜା ଓ ସାରାଡିହି ଆଦି ଡ୍ୟାମରୁ ମହାନଦୀକୁ ମାତ୍ରାଧିକ ବର୍ଷାଜଳ ନିଷ୍କାସନ...

ଗଣେଶ ପୂଜା ଭସାଣୀରେ ବନ୍ଧୁକ ଧରି ନାଚିଲେ କର୍ପୋରେଟର: ବନ୍ଧୁକ ସହ ହାଜର ହେବାକୁ ଡିସିପିଙ୍କ ନୋଟିସ

ଭୁବନେଶ୍ୱର,୧୨ା୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ରାସ୍ତା ଉପରେ ଭସାଣି ବେଳେ ବନ୍ଧୁକ ଧରି ଜଣେ ରାଜନେତା ନାଚିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଲାଗିଛି। ସର୍ବସାଧାରଣରେ ବନ୍ଧୁକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri