ଜୁଲାଇରେ ଶେଷ ହେବ ଦ୍ୱିତୀୟ ଲହର

ନୂଆଦିଲ୍ଲୀ, ୨୦।୫: କରୋନାର ଦ୍ୱିତୀୟ ଲହର ଚଳିତ ବର୍ଷ ଜୁଲାଇ ସୁଦ୍ଧା ଶେଷ ହୋଇଯିବ। ଏହାର ୬ରୁ ୮ ମାସ ପରେ ମହାମାରୀର ତୃତୀୟ ଲହର ଆସିବା ଆକଳନ କରାଯାଉଛି ବୋଲି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ୩ ଜଣିଆ ବୈଜ୍ଞାନିକ କମିଟି କହିଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ନିଯୁକ୍ତ କମିଟି ଏସ୍‌ୟୁଟିଆର୍‌ଏ ପଦ୍ଧତି ଆପଣାଇ ମେ’ ଶେଷ ବେଳକୁ ଦୈନିକ ସଂକ୍ରମଣ ୧.୫ ଲକ୍ଷ ଏବଂ ଜୁନ୍‌ ଶେଷ ବେଳକୁ ୨୦,୦୦୦ରେ ପହଞ୍ଚତ୍ବ ବୋଲି ପୂର୍ବାନୁମାନ କରିଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, କେରଳ, ସିକ୍କିମ, ଉତ୍ତରାଖଣ୍ଡ, ଗୁଜରାଟ, ହରିୟାଣା, ଦିଲ୍ଲୀ ଏବଂ ଗୋଆ ସଂକ୍ରମଣର ଶୀର୍ଷରେ ପହଞ୍ଚତ୍ ସାରିଥିବା କମିଟି ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ବାଲ କହିଛନ୍ତି। ତାମିଲନାଡୁ ମେ’ ୨୯ରୁ ୩୧ ମଧ୍ୟରେ ଏବଂ ପଣ୍ଡିଚେରୀ ମେ‘ ୧୯ରୁ ୨୦ ମଧ୍ୟରେ ଶୀର୍ଷ ଛୁଇଁବ ବୋଲି କୁହାଯାଇଛି। ଭାରତର ପୂର୍ବ ଏବଂ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ସଂକ୍ରମଣ ଏପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ ନାହିଁ। ଆସାମରେ ୨୦ରୁ ୨୧ ମଧ୍ୟରେ ଏବଂ ମେଘାଳୟରେ ମେ’ ୩୦ ବେଳକୁ ଶୀର୍ଷ ଛୁଇଁବାକୁ ଥିବାବେଳେ ତ୍ରିପୁରାରେ ମେ’ ୨୬-୨୭ରେ ସଂକ୍ରମଣ ଶିଖର ଛୁଇଁପାରେ ବୋଲି କୁହାଯାଇଛି। ସେହିପରି ହିମାଚଳପ୍ରଦେଶ ଓ ପଞ୍ଜାବରେ ଯଥାକ୍ରମେ ମେ’ ୨୪ ଓ ୨୨ରେ ସଂକ୍ରମଣ ସର୍ବାଧିକ ସ୍ତରରେ ପହଞ୍ଚତ୍ବା ଆକଳନ କରାଯାଇଛି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ତୃତୀୟ ଲହର ନିର୍ଦ୍ଦିଷ୍ଟ ସ୍ଥାନରେ ହେବ। ସେତେବେଳକୁ ଅଧିକାଂଶ ଟିକା ନେଇସାରିଥିବାରୁ ବିଶେଷ ପ୍ରଭାବିତ ହେବେନାହିଁ। ତୃତୀୟ ଲହର ୨୦୨୨ ଅକ୍ଟୋବର ବେଳକୁ ଶେଷ ହୋଇଯାଇଥିବ ବୋଲି ପ୍ରଫେସର ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦରକାର ନ ଥିଲେ ଆର୍‌ଟି-ପିସିଆର୍‌ ଟେଷ୍ଟ କରନ୍ତୁ ନାହିଁ

ନୂଆଦିଲ୍ଲୀ, ୫ା୫: କୋଭିଡ ପରୀକ୍ଷା ପାଇଁ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ପକ୍ଷରୁ ନୂତନ ଗାଇଡ୍‌ଲାଇନ ଜାରି ହୋଇଛି। ଆବଶ୍ୟକ ନ ଥିଲେ...

ମଧ୍ୟପ୍ରଦେଶ କ୍ୟାବିନେଟର ହେଲା ସମ୍ପ୍ରସାରଣ

ଭୋପାଳ,୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଗୁରୁବାର ସମ୍ପ୍ରସାରଣ ହୋଇଛି। ଏଥିରେ ୨୮ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୦...

୮୮ ମିନିଟର ଭାଷଣରେ ୨୯ ଥର କୃଷକ ଶବ୍ଦର ବ୍ୟବହାର କଲେ ମୋଦି

ନୂଆଦିଲ୍ଲୀ,୧୫ ।୮: ଦେଶର ୭୫ତମ ସ୍ୱାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲାଲକିଲାରେ ଦେଶକୁ ସମ୍ବୋଧିତ କରିଛନ୍ତି । ଆଉ ଏକ ଲମ୍ବା...

ଆଧାର କାର୍ଡ ଦେଖାଇଲେ ମିଳିବ କରୋନା ଔଷଧ ‘ରେମଡେସିଭିର୍‌’

ମୁମ୍ବାଇ, ୧୨।୭: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଥମିବାର ନା ଧରୁନି। କରୋନା ମହାମାରୀ ସମୟରେ ରାଜ୍ୟରେ ମାସ୍କ, ସାନିଟାଇଜର ଏବଂ କରୋନା ଔଷଧ ‘ରେମଡେସିଭିର୍‌’ର କଳାବଜାରି...

ବ୍ରିଟେନକୁ ଟପିଲା ବ୍ରାଜିଲ

ଓ୍ବାଶିଂଟନ/ମସ୍କୋ/ ବ୍ରାଜିଲିଆ,୧୯।୫: ବିଶ୍ୱରେ ସୋମବାର ସୁଦ୍ଧା ୪୮.୪୧ ଲକ୍ଷରୁ ଅଧିକ ଲୋକ କରୋନା କବଳିତ ହୋଇଥିବା ଜଣାପଡ଼ିଛି। ୩ ଲକ୍ଷ ୧୭ ହଜାରରୁ ଅଧିକ ଲୋକ...

ଶିବସେନାକୁ ଘାରିଛି ବାଡ଼ ଡିଆଁ ଭୟ: ମାତୋଶ୍ରୀରେ ମନ୍ଥନ ପରେ ରଙ୍ଗଶାରଦା ହୋଟେଲ ପହଞ୍ଚିଲେ ବିଧାୟକ

ମୁମ୍ବାଇ,୭।୧୧: ମହାରାଷ୍ଟ୍ର ରାଜନୀତି ଏବେ ସଙ୍କଟ ଦେଇ ଗତି କରୁଛି। ବିଧାନସଭା ଫଳାଫଳ ଘୋଷଣାକୁ ଇତିମଧ୍ୟରେ ୧୩ ଦିନ ବିତିଥିଲେ ମଧ୍ୟ ରାଜ୍ୟରେ ସରକାର ଗଠନ...

ପାକିସ୍ତାନରୁ ମୋଦିଙ୍କୁ ଆସିଲା ହତ୍ୟା ଧମକ

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆସିଛି ହତ୍ୟା ଧମକ। ପାକିସ୍ତାନରୁ କେହି ଅଜଣା ବ୍ୟକ୍ତି ହ୍ବାଟସ୍‌ ଆପ୍‌ ମାଧ୍ୟମରେ ମୋଦିଙ୍କୁ ମାରିବାକୁ ଧମକ ଦେଇ...

ବଦଳିଲା ବ୍ୟାଙ୍କ କାର୍ଯ୍ୟ ସମୟ: ଅକ୍ଟୋବର ୧ରୁ ପୂର୍ବାହ୍ନ ୧୦ରୁ ଅପରାହ୍ନ ୪ ପର୍ଯ୍ୟନ୍ତ ରହିବ ଖୋଲା

ନୂଆଦିଲ୍ଲୀ,୩୦।୯: ଅକ୍ଟୋବର ୧ରୁ ଦେଶର ରାଷ୍ଟ୍ରାୟାତ ବ୍ୟାଙ୍କ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ  ଖୋଲା ରହିବ। ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି...

Advertisement


Archives

Model This Week