Posted inଖେଳ

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ୩୮୧ରେ ଅଲ୍‌ଆଉଟ

ଗାଲେ,୨୪।୧(ଏପି): ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମ ଇନିଂସରେ ୧୩୯.୩ ଓଭରରେ ୩୮୧ ରନକରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଇଂଲଣ୍ଡ ଦୁଇ ଓପନରଙ୍କୁ ହରାଇ ପ୍ରାରମ୍ଭିକ ଝଟକା ଖାଇଥିଲା। ତେବେ ଅଧିନାୟକ ଜୋ ରୁଟ୍‌ ଓ ଜନୀ ବେୟାରଷ୍ଟୋଙ୍କ ଲଢୁଆ ବ୍ୟାଟିଂ ବଳରେ ସ୍ଥିତି ସମ୍ଭାଳିଛନ୍ତି। ଶନିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୩୦ ଓଭରରେ ୨ ଉଇକେଟ ହରାଇ ୯୮ ରନ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡ ୮ ଉଇକେଟ ହାତରେ ଥାଇ ୨୮୩ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ରୁଟ୍‌ ୬୭ (୭୭ ବଲ, ୧୦ ଚୌକା) ଓ ବେୟାରଷ୍ଟୋ ୨୪ ରନକରି ଅପରାଜିତ ରହିଛନ୍ତି। ଦୁଇ ଓପନର ଜ୍ୟାକ କ୍ରଲି ୫ ଓ ଡୋମ୍‌ ସିବ୍‌ଲି ଖାତା ଖୋଲିବା ପୂର୍ବରୁ ସ୍ଲୋ ବାମହାତୀ ଅର୍ଥୋଡକ୍ସ ବୋଲର ଲାସିଥ ଏମ୍ବୁଲଡେନିୟାଙ୍କ ଦ୍ୱାରା ଆଉଟ ହୋଇଛନ୍ତି। କ୍ରଲି ଲାହିରୁ ଥିରିମାନେଙ୍କୁ କ୍ୟାଚ୍‌ ଦେଇଥିବା ବେଳେ ସିବ୍‌ଲି ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୨୯/୪ ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ଶନିବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ ୧୦୭ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୩ ରନ ଅଧିକ ସଂଗ୍ରହ କରି ୧୧୦ ରନ କରି ଆଉଟ ହୋଇଥିଲେ। ତେବେ ଉଇକେଟକିପର ବ୍ୟାଟ୍ସମ୍ୟାନ ନିରୋଶାନ ଡିକ୍‌ଓ୍ବେଲା ୧୯ ରନରୁ ଖେଳ ଆରମ୍ଭ କରି ୯୨ ରନର ଲଢୁଆ ଇନିଂସ ଖେଳି ଆଉଟ ହୋଇଥିଲେ। ଦିଲରୁଓ୍ବାନ ପେରେରା ୬୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ରମେଶ ମେଣ୍ଡିସ୍‌ ଓ ସୁରଙ୍ଗା ଲାକମଲ ଖାତା ଖୋଲିପାରି ନ ଥିଲେ। ଅସିଥା ଫର୍ଣ୍ଣାଣ୍ଡୋ ବିନା ସ୍କୋରରେ ଅପରାଜିତ ରହିଥିଲେ। ସେହିପରି ଏମ୍ବୁଲଡେନିୟା ୭ ରନ କରି ଆଉଟ ହୋଇଥିଲେ। ପୂର୍ବରୁ ଅଧିନାୟକ ଦୀନେଶ ଚାଣ୍ଡିମଲ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ଓପନର ଲାହିରୁ ଥିରିମାନେ ଆଉଟ ହେବା ପୂର୍ବରୁ ୪୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜେମ୍ସ ଆଣ୍ଡରସନ ସର୍ବାଧିକ ୬, ମାର୍କ ଉଡ୍‌ ୩, ସାମ କୁରାନ ୧ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ- ୧୩୯.୩ ଓଭରରେ ୩୮୧ରେ ଅଲଆଉଟ
(ମାଥ୍ୟୁସ୍‌- ୧୧୦, ଡିକ୍‌ଓ୍ବେଲା- ୯୨, ଚାଣ୍ଡିମଲ- ୫୨, ପେରେରା- ୬୭, ଆଣ୍ଡରସନ- ୬/୪୦, ଉଡ- ୩/୮୪, ସାମ କୁରାନ- ୧/୬୦)।
ଇଂଲଣ୍ଡ ପ୍ରଥମ ଇନିଂସ- ୩୦ ଓଭରରେ ୯୮/୨
(ରୁଟ୍‌- ୬୭*, ବେୟାରଷ୍ଟୋ- ୨୪, ଏମ୍ବୁଲଡେନିୟା- ୨/୩୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଶ୍ମୀର ଖେଳାଳିଙ୍କୁ ମାଗଣା ଟ୍ରେନିଂ ଦେବାକୁ ଚାହୁଁଛନ୍ତି ଧୋନୀ

ରାଞ୍ଚି, ୧୩।୮:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ଜମ୍ମୁ-କଶ୍ମୀରରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ନେଉଛନ୍ତିି। ଧୋନୀ...

ଦୌଡ଼ରେ ସ୍ମିଥ୍‌ଙ୍କ ସହ ଏକାଧିକ ଯୁବ ଖେଳାଳି ରହିଛନ୍ତି: ସିଏ

ମେଲବୋର୍ନ,୨୩।୧୨ (ପି.ଟି.): ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପଦରେ ପୁଣି ଥରେ ବ୍ୟାଟିଂ ସୁପରଷ୍ଟାର ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ନିଯୁକ୍ତି ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ...

ଷ୍ଟିରିଆନ୍‌ ଗ୍ରାଁ ପ୍ରି: ହାମିଲଟନ୍‌ଙ୍କୁ ପୋଲ୍‌ ପୋଜିଶନ

ଷ୍ଟିରିଆ,୧୨।୭: ଅଷ୍ଟ୍ରିଆର ଷ୍ଟିରିଆରେ ଚାଲିଥିବା ବର୍ଷା ବାଧାପ୍ରାପ୍ତ ଫର୍ମୁଲା-୧ ରେସ୍‌ରେ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଏଥି ସହିତ ମର୍ସିଡିଜ୍‌...

ଦିଲ୍ଲୀ ବୋଲରଙ୍କ ଚମତ୍କାର ବୋଲିଂ: ୧୧୫ ରନ୍‌ରେ ପଞ୍ଜାବ ଅଲ୍‌ଆଉଟ୍‌

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ଏବଂ ପଞ୍ଜାବ କିଙ୍ଗସ (ପିବିକେଏସ) ମଧ୍ୟରେ ଖେଳାଯାଉଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଭାରତୀୟ ଅଭିଯାନ ଶେଷ

ମେଲବୋନା,୧୪।୨(ପି.ଟି.): ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ନାମେଣ୍ଟରେ ଅଭିଜ୍ଞ ଭାରତୀୟ ଖେଳାଳି ରୋହନ ବୋପାନ୍ନା ମିକ୍ସଡ ଡବଲ୍ସ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ପ୍ରଥମ ରାଉଣ୍ଡରେ ବୋପାନ୍ନା...

କୋଟି କୋଟି ଟଙ୍କାର ଚାକିରି ଛାଡି ସମାଜ ସେବା କରୁଛନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସ୍ତ୍ରୀ ପ୍ରିୟଙ୍କା ରାଇନା ଆଜି ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କ ଝିଅଙ୍କ ନାମରେ ଏକ ଫାଉଣ୍ଡେଶନ୍‌ ଅଛି, ଯାହାକୁ...

ଆଗାମୀ ୩ ଜନ୍ମ ପାଇଁ ଏହି କାମ କରିବାକୁ ଚାହୁଁଛନ୍ତି ଦାଦା

କୋଲକାତା,୧୯।୫: ବିସିସିଆଇର ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ବହୁତ ବ୍ୟସ୍ତ ଅଛନ୍ତି। ଆଇପିଏଲ ୨୦୨୧ ସ୍ଥଗିତ ହେବା ଏବଂ ଭାରତୀୟ...

ଏସିଆର ପ୍ରଥମ ସେଲିବ୍ରିଟି ଭାବେ ଏହି କୀର୍ତ୍ତିମାନ ହାସଲ କଲେ କୋହଲି

ନୂଆଦିଲ୍ଲୀ, ୨୬।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର୍‌ ଭାବେ ବିବେଚନା କରାଯାଏ। ବିଶ୍ୱରେ କୋହଲିଙ୍କ ଲୋକପ୍ରିୟତାର କୌଣସି...

Advertisement
Archives

Model This Week