Posted inଖେଳ

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ୩୮୧ରେ ଅଲ୍‌ଆଉଟ

ଗାଲେ,୨୪।୧(ଏପି): ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମ ଇନିଂସରେ ୧୩୯.୩ ଓଭରରେ ୩୮୧ ରନକରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଇଂଲଣ୍ଡ ଦୁଇ ଓପନରଙ୍କୁ ହରାଇ ପ୍ରାରମ୍ଭିକ ଝଟକା ଖାଇଥିଲା। ତେବେ ଅଧିନାୟକ ଜୋ ରୁଟ୍‌ ଓ ଜନୀ ବେୟାରଷ୍ଟୋଙ୍କ ଲଢୁଆ ବ୍ୟାଟିଂ ବଳରେ ସ୍ଥିତି ସମ୍ଭାଳିଛନ୍ତି। ଶନିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୩୦ ଓଭରରେ ୨ ଉଇକେଟ ହରାଇ ୯୮ ରନ ସଂଗ୍ରହ କରିଛି। ଫଳରେ ଇଂଲଣ୍ଡ ୮ ଉଇକେଟ ହାତରେ ଥାଇ ୨୮୩ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ରୁଟ୍‌ ୬୭ (୭୭ ବଲ, ୧୦ ଚୌକା) ଓ ବେୟାରଷ୍ଟୋ ୨୪ ରନକରି ଅପରାଜିତ ରହିଛନ୍ତି। ଦୁଇ ଓପନର ଜ୍ୟାକ କ୍ରଲି ୫ ଓ ଡୋମ୍‌ ସିବ୍‌ଲି ଖାତା ଖୋଲିବା ପୂର୍ବରୁ ସ୍ଲୋ ବାମହାତୀ ଅର୍ଥୋଡକ୍ସ ବୋଲର ଲାସିଥ ଏମ୍ବୁଲଡେନିୟାଙ୍କ ଦ୍ୱାରା ଆଉଟ ହୋଇଛନ୍ତି। କ୍ରଲି ଲାହିରୁ ଥିରିମାନେଙ୍କୁ କ୍ୟାଚ୍‌ ଦେଇଥିବା ବେଳେ ସିବ୍‌ଲି ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୨୯/୪ ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ଶନିବାର ଅଲଆଉଟ ହୋଇଥିଲା। ଓଭରନାଇଟ ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ ୧୦୭ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୩ ରନ ଅଧିକ ସଂଗ୍ରହ କରି ୧୧୦ ରନ କରି ଆଉଟ ହୋଇଥିଲେ। ତେବେ ଉଇକେଟକିପର ବ୍ୟାଟ୍ସମ୍ୟାନ ନିରୋଶାନ ଡିକ୍‌ଓ୍ବେଲା ୧୯ ରନରୁ ଖେଳ ଆରମ୍ଭ କରି ୯୨ ରନର ଲଢୁଆ ଇନିଂସ ଖେଳି ଆଉଟ ହୋଇଥିଲେ। ଦିଲରୁଓ୍ବାନ ପେରେରା ୬୭ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ରମେଶ ମେଣ୍ଡିସ୍‌ ଓ ସୁରଙ୍ଗା ଲାକମଲ ଖାତା ଖୋଲିପାରି ନ ଥିଲେ। ଅସିଥା ଫର୍ଣ୍ଣାଣ୍ଡୋ ବିନା ସ୍କୋରରେ ଅପରାଜିତ ରହିଥିଲେ। ସେହିପରି ଏମ୍ବୁଲଡେନିୟା ୭ ରନ କରି ଆଉଟ ହୋଇଥିଲେ। ପୂର୍ବରୁ ଅଧିନାୟକ ଦୀନେଶ ଚାଣ୍ଡିମଲ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ଓପନର ଲାହିରୁ ଥିରିମାନେ ଆଉଟ ହେବା ପୂର୍ବରୁ ୪୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜେମ୍ସ ଆଣ୍ଡରସନ ସର୍ବାଧିକ ୬, ମାର୍କ ଉଡ୍‌ ୩, ସାମ କୁରାନ ୧ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ- ୧୩୯.୩ ଓଭରରେ ୩୮୧ରେ ଅଲଆଉଟ
(ମାଥ୍ୟୁସ୍‌- ୧୧୦, ଡିକ୍‌ଓ୍ବେଲା- ୯୨, ଚାଣ୍ଡିମଲ- ୫୨, ପେରେରା- ୬୭, ଆଣ୍ଡରସନ- ୬/୪୦, ଉଡ- ୩/୮୪, ସାମ କୁରାନ- ୧/୬୦)।
ଇଂଲଣ୍ଡ ପ୍ରଥମ ଇନିଂସ- ୩୦ ଓଭରରେ ୯୮/୨
(ରୁଟ୍‌- ୬୭*, ବେୟାରଷ୍ଟୋ- ୨୪, ଏମ୍ବୁଲଡେନିୟା- ୨/୩୩)।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା DA

ନୂଆଦିଲ୍ଲୀ,୬ା୯: ପ୍ରାୟ ୫୪ ହଜାର କର୍ମଚାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

ଚାଲାଣ କରୁଥିଲେ କଫ୍ ସିରପ୍, ମାଡ଼ି ବସିଲା ପୋଲିସ

ଭେଡେନ, ୬/୯ (ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ପୋଲିସ ଶନିବାର ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

ଜୋହିରି ମୋଲା ମିସ୍ ୱାର୍ଲ୍ଡ

ହାନୋଇ,୬ା୯: ଭିଏଟନାମ୍‌ର ନା ତ୍ରାଙ୍ଗ୍‌ ସହରରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ୍‌ ରିପବ୍ଲିକ୍‌ର ଜୋହିରି ମୋଲା ମିସ୍‌ ଓ୍ୱାଲର୍‌ଡ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri