ଭିମ୍‌ସାରରେ ଦ୍ୱିତୀୟ ଅକ୍ସିଜେନ୍‌ ପ୍ଲାଣ୍ଟ

ସମ୍ବଲପୁର,୧୦ା୭(ବ୍ୟୁରୋ): ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ଆଣ୍ଡ ରିସର୍ଚ ସେଣ୍ଟର (ଭିମ୍‌ସାର)ରେ ଆଉ ଏକ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ହେବ। ଏହା ସ୍ବତନ୍ତ୍ର ଭାବେ ଯଷ୍ମା ଓ ଛାତି ବିଭାଗ ମେଡିସିନ ୱାର୍ଡ ପାଇଁ କାର୍ଯ୍ୟ କରିବ। ପ୍ରାରମ୍ଭିକ ଭାବେ ଭିତ୍ତିଭୂମି କାମ ଆରମ୍ଭ ହୋଇଛି। ପ୍ଲାଣ୍ଟ ପାଇଁ ଆବଶ୍ୟକ ଯନ୍ତ୍ରାଂଶ କିଣିବା ପ୍ରକ୍ରିୟା ଚାଲିଛି। ଅଗଷ୍ଟ ଶେଷ ସୁଦ୍ଧା ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଷ୍ଟୋର ମେଡିକାଲ ଅଧିକାରୀ ଡାକ୍ତର ଅଶୋକ ପାଣିଗ୍ରାହୀ କହିଛନ୍ତି, ଭିମ୍‌ସାରର ଏହି ବିଭାଗ ୯୦ ଶଯ୍ୟା ବିଶିଷ୍ଟ ରହିଛି। ପ୍ରାୟ ସମୟରେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ପ୍ରତିଦିନି ପ୍ରାୟ ୧୦୦ ମେଗା ସିଲିଣ୍ଡର ଆବଶ୍ୟକ ହୋଇଥାଏ। ଏବେ ଅକ୍ସିଜେନ୍‌ ଘରୋଇ କମ୍ପାନୀରୁ କିଣିବାକୁ ପଡୁଛି। ଝାରସୁଗୁଡା ଜିଲାରେ ଥିବା ରିଫିଲିଂ ପ୍ଲାଣ୍ଟ ଓ ସମ୍ବଲପୁରର ଜଣେ ଡିଲର ଯୋଗାଇ ଦେଉଛନ୍ତି। ୨ ହଜାର ଲିଟର କ୍ଷମତା ବିଶିଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଅକ୍ସିଜେନ୍‌ ଅଭାବ ପୂରଣ ହେବ। ବିଭାଗ ନିକଟରେ ଏହି ପ୍ଲାଣ୍ଟ ନିର୍ମାଣ ହେବ। ଜାଗା ଚିହ୍ନଟ ହୋଇ ନିର୍ମାଣ କାମ ଆରମ୍ଭ ହୋଇଛି। ପ୍ଲାଣ୍ଟରୁ ସିଧାସଳଖ ପାଇପ୍‌ ଯୋଗେ ଅକ୍ସିଜେନ୍‌ ବିଭାଗକୁ ଯିବ। ଏବେ ବ୍ୟବାହର ହେଉଥିବା ଜମ୍ବୋ ସିଲିଣ୍ଡର ଆଉ ସମସ୍ୟା ହେବ ନାହିଁ। ସେହିପରି ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର କହିଛନ୍ତି, ଅକ୍ସିଜେନ୍‌ ପ୍ଲାଣ୍ଟ କାମ ଆରମ୍ଭ ହୋଇଯାଇଛି। ଶୀଘ୍ର ସମ୍ପୂର୍ଣ୍ଣ ହୋଇଯିବ। ଏହା ବିଶେଷ ଭାବେ ଆଜ୍‌ମା ଭଳି ଶ୍ୱାସଜନିତ ରୋଗୀମାନଙ୍କୁ ଲାଭଦାୟକ ହେବ। ପୂର୍ବରୁ ଭିମ୍‌ସାରରେ କୋଭିଡ୍‌ ମେଡିକାଲ ପାଇଁ ସ୍ବତନ୍ତ୍ର ଭାବେ ୬୦୦ ଲିଟର ବିଶିଷ୍ଟ ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ହୋଇଛି। ଏହା ଦ୍ୱିତୀୟ ଅକ୍ସିଜେନ୍‌ ପ୍ଲାଣ୍ଟ ହେବ। ସୂଚନାଯୋଗ୍ୟ ଭିମ୍‌ସାରରେ ସମ୍ବଲପୁର ସମେତ ପଶ୍ଚିମ ଓଡିଶା ଓ ପଡୋଶୀ ରାଜ୍ୟ ଛତିଶଗଡ, ଝାଡଖଣ୍ଡର ରୋଗୀମାନେ ନିର୍ଭର କରନ୍ତି। ଏବେ କୋଭିଡ୍‌ ଓ ଅନ୍ୟାନ୍ୟ କାରଣରୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବମ୍ବେ ପୋଲିସ ଦ୍ୱାରା ନାବାଳିକା ଉଦ୍ଧାର ମାମଲା; ସମ୍ପର୍କୀୟଙ୍କ ସମେତ ୩ ଗିରଫ

ଢେଙ୍କାନାଳ ଅଫିସ, ୮ା୭: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ଜଣେ ୧୭ବର୍ଷର ନାବାଳିକାଙ୍କୁ ବମ୍ବେ ପୋଲିସ ଉଦ୍ଧାର କରି ଗତ ୨୭ ତାରିଖ ଦିନ ଢେଙ୍କାନାଳ...

ବକେୟା ଚାଉଳ ଦାବିକଲେ ହିତାଧିକାରୀ

ଚମ୍ପୁଆ,୨୭ା୪(ଡି.ଏନ୍‌.ଏ); କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ର ମୁକୁନ୍ଦପୁରଠାରେ ଅନ୍ତ୍ୟୋଦୟ କାର୍ଡରେ ଚାଉଳ ହେରଫେର ଘଟଣାର ତଦନ୍ତ ବେଳେ ଅସନ୍ତୋଷ ଦେଖାଯାଇଛି। ଅଭିଯୋଗ ଅନୁଯାୟୀ ଯୋଗାଣ ବିଭାଗର...

ସ୍ବଚ୍ଛ ସର୍ବେକ୍ଷଣ: ଚିକିଟି ଏନ୍‌ଏସି ରାଜ୍ୟରେ ପ୍ରଥମ

ଛତ୍ରପୁର,୮।୧୦(ଡି.ଏନ.ଏ): କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସ୍ବଚ୍ଛତା ସର୍ବେକ୍ଷଣ ମାଧ୍ୟମରେ ସହରାଞ୍ଚଳଗୁଡିକର ପରିମଳ ବ୍ୟବସ୍ଥା ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ସର୍ବେକ୍ଷଣ...

୨ଟି ବୁଥ୍‌ରେ ସାନି ମତଦାନ

ସୁନ୍ଦରଗଡ଼,୨୫ା୪(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲାର ୨ଟି ବୁଥ୍‌ରେ ଇଭିଏମ୍‌ରେ ତୃଟି ଯୋଗୁ ମତଦାନ ବାତିଲ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଏହି...

ବ୍ୟାପୁଛି ଜଣ୍ଡିସ୍‌, ୨ ମୃତ: ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବାଲେଶ୍ୱର ଅଫିସ,୧୯।୭-ବାଲେଶ୍ୱର ମ୍ୟୁନିସିପାଲିଟି ଅଧୀନ ୧ନଂ. ଓ ୨ନଂ. ୱାର୍ଡ଼ରେ ଜଣ୍ଡିସ୍‌ରେ ୨ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ‘ଆଚ୍ଛା’...

ସ୍ମାର୍ଟସିଟି ପ୍ରକଳ୍ପ ଅବଧି ବର୍ଷେ ବଢ଼ିଲା

ଭୁବନେଶ୍ୱର , ୭ା୫ (ବ୍ୟୁରୋ) ୨୦୧୫ରେ ‘୧୦୦ ସ୍ମାର୍ଟସିଟି ମିଶନ’ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ମିଶନରେ ଓଡ଼ିଶାର ଦୁଇଟି ପ୍ରମୁଖ ସହର...

ଚାକିରି ସ୍ଥାୟୀ ନ ହେବାରୁ ଆତ୍ମାହୁତି

ସମ୍ବଲପୁର, ୨୧।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)ରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର (୫୦) ମଙ୍ଗଳବାର ଆତ୍ମାହୁତି ଦେଇଛନ୍ତି। ବିଶ୍ୱବିଦ୍ୟାଳୟ...

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି। ରାଜ୍ୟରେ ବୁଧବାର ୫୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧ ଜଣ...

Advertisement
Archives

Model This Week