Posted inଖେଳ

ଦ୍ୱିତୀୟ ଦିନିକିଆ: ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଭାରତ

ସିଡ୍‌ନୀ,୨୯।୧୧(ପି.ଟି.): ଦ୍ୱିତୀୟ ଦିନିକିଆରେ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ରବିବାର ପରସ୍ପରକୁ ଭେଟିବେ। ପୁଣି ଥରେ ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ମ୍ୟାଚ୍‌ ଖେଳାଯିବ। ପ୍ରଥମ ଦିନିକିଆରେ ୬୬ ରନରେ ପରାସ୍ତ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ। ଫଳରେ ଭ୍ରମଣକାରୀ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ତେବେ ସୀମିତ ସମ୍ବଳରେ ପୁଣି ସଂଘବଦ୍ଧ ହୋଇ ଖେଳିବା ଓ ଅଷ୍ଟ୍ରେଲିଆକୁ ତା’ର ଘରୋଇ ମାଟିରେ ହରାଇବା ନେଇ ଭାରତ ପାଖରେ ଏକାଧିକ ଚ୍ୟାଲେଞ୍ଜ ରହିଛି।
ବୃହତ୍‌ ବ୍ୟବଧାନରେ ହାରିବାକୁ ନେଇ ସେତେଟା ସମାଲୋଚନା କରାଯାଇ ନ ପାରେ। ତେବେ ଯେଉଁ ଭଳି ଢଙ୍ଗରେ ଘରୋଇ ଦଳ ଭାରତର ଦୁର୍ବଳତାକୁ ପଦାରେ ପକାଇଲା ତାହାକୁ ଅଣଦେଖା କରାଯାଇ ନ ପାରେ। ଜଣେ କ୍ୱାଲିଟି ଅଲରାଉଣ୍ଡରଙ୍କ ଅଭାବ ପରିଲକ୍ଷିତ ହୋଇଥିଲା। ଏହା ଅଧିନାୟକ ବିରାଟ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀଙ୍କ ପାଇଁ ଚିନ୍ତା ସୃଷ୍ଟି କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୭୬ ବଲରୁ ୯୦ ରନ ସଂଗ୍ରହ କରି ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପ୍ରଦର୍ଶନର ପୁନରାବୃତ୍ତି କରିଥିଲେ। ତେବେ ତାଙ୍କ ଏହି ପ୍ରୟାସ ବିଜୟ ପାଇଁ ଆଦୌ ଯଥେଷ୍ଟ ନ ଥିଲା। ପୁଣି ପାଣ୍ଡ୍ୟା ବର୍ତ୍ତମାନ ବୋଲିଂ କରିବାକୁ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ସେ ଆଗାମୀ ୨୦ ବିଶ୍ୱକପ୍‌ରେ ବୋଲିଂ କରିପାରନ୍ତି। ତେଣୁ ବ୍ୟାକ୍‌ଅପ୍‌ ଅଲରାଉଣ୍ଡର ବିନା ଭାରତ ପ୍ଲାନ- ବି ବଦଳରେ ତା’ର ପ୍ଲାନ-ଏ’କୁ ନେଇ ପଡିଆକୁ ଓହ୍ଲାଇବ।
ଅପରପକ୍ଷରେ ଅଷ୍ଟ୍ରେଲିଆର ଟପ୍‌ ଥ୍ରୀ ଅଧିନାୟକ ଆରୋନ ଫିଞ୍ଚ୍‌, ଡେଭିଡ୍‌ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ୍‌ ଆଶାନୁରୂପ ପ୍ରଦର୍ଶନ କରିଥିଲେ। ଯଶପ୍ରୀତ ବୁମ୍‌ରା ଓ ଅନ୍ୟ ଭାରତୀୟ ବୋଲରମାନେ ବିଫଳ ହୋଇଥିଲେ। ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିବା ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ନବଦୀପ ସଇନି ଅନ୍‌ଫିଟ୍‌ ଘୋଷିତ ନ ହେଲା ପର୍ଯ୍ୟନ୍ତ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶା କରାଯାଉଛି। ଏହି ଦୁଇ ବୋଲର ମିଳିତ ଭାବେ ୨୦ ଓଭରରେ ୧୭୨ ରନ ବ୍ୟୟ କରିଛନ୍ତି। ବୋଲିଂ କରିବା ପରେ ଚହଲ ଆହତ ହୋଇଛନ୍ତି। ସଇନି ମଧ୍ୟ ଆହତ ହୋଇଛନ୍ତି। ବିକଳ୍ପ ବୋଲର ଭାବେ ଟି. ନଟରାଜନଙ୍କୁ ଦଳରେ ସାମିଲ କରାଯାଇଛି। ଯଦି ଚହଲ ଓ ସଇନି ବାଦ୍‌ ପଡନ୍ତ ତା’ହେଲେ ବ୍ୟାଟିଂ କରିବାର ଦକ୍ଷତା ରଖୁଥିବା ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବ ଦଳରେ ସ୍ଥାନ ପାଇପାରନ୍ତି। ସେହିପରି ପ୍ରଥମ ମ୍ୟାଚ୍‌ରେ ଆହତ ହୋଇଥିବା ମାର୍କସ ଷ୍ଟୋଇନିସ୍‌ଙ୍କ ବଦଳରେ ପ୍ରତିଭାସମ୍ପନ୍ନ ଯୁବ ଅଲରାଉଣ୍ଡର କାମେରନ ଗ୍ରୀନ୍‌ଙ୍କୁ ଦଳରେ ପଦାର୍ପଣ କରିବାର ସୁଯୋଗ ଦିଆଯାଇପାରେ।
୫ ବୋଲରଙ୍କୁ ନେଇ ଖେଳିବାର ମାନସିକତା ଭାରତକୁ ସମସ୍ୟାରେ ପକାଇ ଆସୁଛି। ଟପ୍‌ ଅର୍ଡରର କେତେଜଣ ବ୍ୟାଟ୍ସମ୍ୟାନ ଶଟ୍‌ ଚୟନରେ ସାଂଘାତିକ ଭୁଲ କରିଛନ୍ତି। ଶ୍ରେୟାସ ଆୟାରଙ୍କ ଶଟ୍‌ ଚୟନ ସବୁଠାରୁ ଖରାପ ଥିଲା। ସେହିପରି ଓପନର ମୟଙ୍କ ଅଗ୍ରଓ୍ବାଲ ଓ କୋହଲି ମଧ୍ୟ ସମାନ ତ୍ରୁଟି କରି ସମସ୍ତଙ୍କୁ ନିରାଶ କରିଥିଲେ। ବ୍ୟାଟିଂରେ ଆମେ ସୁଧାର ଆଣିବାକୁ ପ୍ରୟାସ କରିବୁ ବୋଲି କୋହଲି ଅବଶ୍ୟ ମ୍ୟାଚ୍‌ ପରେ କହିଛନ୍ତି। ଏ ନେଇ ଦଳ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଛି। ଜଣେ ଷଷ୍ଠ ବୋଲରଙ୍କ ଅନୁପସ୍ଥିତି ବୁମ୍‌ରାଙ୍କ ଉପରେ ପ୍ରବଳ ଚାପ ପକାଉଛି। ଇଞ୍ଜୁରିରୁ ଫେରିବା ପରେ ତାଙ୍କ ଦିନିକିଆ ଫର୍ମରେ ଅବନତି ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ଗତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତେବେ ଦ୍ୱିତୀୟ ଦିନିକିଆରେ ବୁମ୍‌ରା ପ୍ରଦର୍ଶନରେ ସୁଧାର ଆଣିଲେ ଭାରତ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି ହେବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ଶୁବମନ ଗିଲ୍‌, ଲୋକେଶ ରାହୁଲ (ଉପଅଧିନାୟକ ଓ ଉଇକେଟକିପର), ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ବାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ନବଦୀପ ସଇନି, ଶାର୍ଦ୍ଦୁଳ ଠାକୁର ଓ ଟି. ନଟରାଜନ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡେଭିଡ୍‌ ଓ୍ବାର୍ନର, ଷ୍ଟିଭ ସ୍ମିଥ୍‌, ମାର୍ନସ ଲାବୁସେନ, ଗ୍ଲେନ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ୍‌, ଆଲେକ୍ସ କାରେ (ଉଇକେଟ କିପର), ପ୍ୟାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହାଜେଲଉଡ, ସିନ ଆବୋଟ, ଆଷ୍ଟନ ଅଗର, କାମେରନ ଗ୍ରୀନ, ମୋଇସେସ୍‌ ହେନେରିକ୍ସ, ଆଣ୍ଡ୍ର୍ୟୁ ଟାଏ, ଡାନିଏଲ୍‌ ସାମ୍ସ ଓ ମାଥ୍ୟୁ ଓ୍ବେଡ୍‌ (ଉଇକେଟକିପର)।
ମ୍ୟାଚ୍‌ ଆରମ୍ଭ: ସକାଳ ୯.୩୦
ଭେନ୍ୟୁ: ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ
ପ୍ରସାରଣ: ସୋନୀ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?