Posted inଖେଳ

ଦ୍ୱିତୀୟ ଦିନିକିଆ: ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଭାରତ

ସିଡ୍‌ନୀ,୨୯।୧୧(ପି.ଟି.): ଦ୍ୱିତୀୟ ଦିନିକିଆରେ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ରବିବାର ପରସ୍ପରକୁ ଭେଟିବେ। ପୁଣି ଥରେ ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ମ୍ୟାଚ୍‌ ଖେଳାଯିବ। ପ୍ରଥମ ଦିନିକିଆରେ ୬୬ ରନରେ ପରାସ୍ତ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ। ଫଳରେ ଭ୍ରମଣକାରୀ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ତେବେ ସୀମିତ ସମ୍ବଳରେ ପୁଣି ସଂଘବଦ୍ଧ ହୋଇ ଖେଳିବା ଓ ଅଷ୍ଟ୍ରେଲିଆକୁ ତା’ର ଘରୋଇ ମାଟିରେ ହରାଇବା ନେଇ ଭାରତ ପାଖରେ ଏକାଧିକ ଚ୍ୟାଲେଞ୍ଜ ରହିଛି।
ବୃହତ୍‌ ବ୍ୟବଧାନରେ ହାରିବାକୁ ନେଇ ସେତେଟା ସମାଲୋଚନା କରାଯାଇ ନ ପାରେ। ତେବେ ଯେଉଁ ଭଳି ଢଙ୍ଗରେ ଘରୋଇ ଦଳ ଭାରତର ଦୁର୍ବଳତାକୁ ପଦାରେ ପକାଇଲା ତାହାକୁ ଅଣଦେଖା କରାଯାଇ ନ ପାରେ। ଜଣେ କ୍ୱାଲିଟି ଅଲରାଉଣ୍ଡରଙ୍କ ଅଭାବ ପରିଲକ୍ଷିତ ହୋଇଥିଲା। ଏହା ଅଧିନାୟକ ବିରାଟ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀଙ୍କ ପାଇଁ ଚିନ୍ତା ସୃଷ୍ଟି କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୭୬ ବଲରୁ ୯୦ ରନ ସଂଗ୍ରହ କରି ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପ୍ରଦର୍ଶନର ପୁନରାବୃତ୍ତି କରିଥିଲେ। ତେବେ ତାଙ୍କ ଏହି ପ୍ରୟାସ ବିଜୟ ପାଇଁ ଆଦୌ ଯଥେଷ୍ଟ ନ ଥିଲା। ପୁଣି ପାଣ୍ଡ୍ୟା ବର୍ତ୍ତମାନ ବୋଲିଂ କରିବାକୁ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି। ସେ ଆଗାମୀ ୨୦ ବିଶ୍ୱକପ୍‌ରେ ବୋଲିଂ କରିପାରନ୍ତି। ତେଣୁ ବ୍ୟାକ୍‌ଅପ୍‌ ଅଲରାଉଣ୍ଡର ବିନା ଭାରତ ପ୍ଲାନ- ବି ବଦଳରେ ତା’ର ପ୍ଲାନ-ଏ’କୁ ନେଇ ପଡିଆକୁ ଓହ୍ଲାଇବ।
ଅପରପକ୍ଷରେ ଅଷ୍ଟ୍ରେଲିଆର ଟପ୍‌ ଥ୍ରୀ ଅଧିନାୟକ ଆରୋନ ଫିଞ୍ଚ୍‌, ଡେଭିଡ୍‌ ଓ୍ବାର୍ନର ଓ ଷ୍ଟିଭ ସ୍ମିଥ୍‌ ଆଶାନୁରୂପ ପ୍ରଦର୍ଶନ କରିଥିଲେ। ଯଶପ୍ରୀତ ବୁମ୍‌ରା ଓ ଅନ୍ୟ ଭାରତୀୟ ବୋଲରମାନେ ବିଫଳ ହୋଇଥିଲେ। ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିବା ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ନବଦୀପ ସଇନି ଅନ୍‌ଫିଟ୍‌ ଘୋଷିତ ନ ହେଲା ପର୍ଯ୍ୟନ୍ତ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଶା କରାଯାଉଛି। ଏହି ଦୁଇ ବୋଲର ମିଳିତ ଭାବେ ୨୦ ଓଭରରେ ୧୭୨ ରନ ବ୍ୟୟ କରିଛନ୍ତି। ବୋଲିଂ କରିବା ପରେ ଚହଲ ଆହତ ହୋଇଛନ୍ତି। ସଇନି ମଧ୍ୟ ଆହତ ହୋଇଛନ୍ତି। ବିକଳ୍ପ ବୋଲର ଭାବେ ଟି. ନଟରାଜନଙ୍କୁ ଦଳରେ ସାମିଲ କରାଯାଇଛି। ଯଦି ଚହଲ ଓ ସଇନି ବାଦ୍‌ ପଡନ୍ତ ତା’ହେଲେ ବ୍ୟାଟିଂ କରିବାର ଦକ୍ଷତା ରଖୁଥିବା ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବ ଦଳରେ ସ୍ଥାନ ପାଇପାରନ୍ତି। ସେହିପରି ପ୍ରଥମ ମ୍ୟାଚ୍‌ରେ ଆହତ ହୋଇଥିବା ମାର୍କସ ଷ୍ଟୋଇନିସ୍‌ଙ୍କ ବଦଳରେ ପ୍ରତିଭାସମ୍ପନ୍ନ ଯୁବ ଅଲରାଉଣ୍ଡର କାମେରନ ଗ୍ରୀନ୍‌ଙ୍କୁ ଦଳରେ ପଦାର୍ପଣ କରିବାର ସୁଯୋଗ ଦିଆଯାଇପାରେ।
୫ ବୋଲରଙ୍କୁ ନେଇ ଖେଳିବାର ମାନସିକତା ଭାରତକୁ ସମସ୍ୟାରେ ପକାଇ ଆସୁଛି। ଟପ୍‌ ଅର୍ଡରର କେତେଜଣ ବ୍ୟାଟ୍ସମ୍ୟାନ ଶଟ୍‌ ଚୟନରେ ସାଂଘାତିକ ଭୁଲ କରିଛନ୍ତି। ଶ୍ରେୟାସ ଆୟାରଙ୍କ ଶଟ୍‌ ଚୟନ ସବୁଠାରୁ ଖରାପ ଥିଲା। ସେହିପରି ଓପନର ମୟଙ୍କ ଅଗ୍ରଓ୍ବାଲ ଓ କୋହଲି ମଧ୍ୟ ସମାନ ତ୍ରୁଟି କରି ସମସ୍ତଙ୍କୁ ନିରାଶ କରିଥିଲେ। ବ୍ୟାଟିଂରେ ଆମେ ସୁଧାର ଆଣିବାକୁ ପ୍ରୟାସ କରିବୁ ବୋଲି କୋହଲି ଅବଶ୍ୟ ମ୍ୟାଚ୍‌ ପରେ କହିଛନ୍ତି। ଏ ନେଇ ଦଳ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଛି। ଜଣେ ଷଷ୍ଠ ବୋଲରଙ୍କ ଅନୁପସ୍ଥିତି ବୁମ୍‌ରାଙ୍କ ଉପରେ ପ୍ରବଳ ଚାପ ପକାଉଛି। ଇଞ୍ଜୁରିରୁ ଫେରିବା ପରେ ତାଙ୍କ ଦିନିକିଆ ଫର୍ମରେ ଅବନତି ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ଗତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ତେବେ ଦ୍ୱିତୀୟ ଦିନିକିଆରେ ବୁମ୍‌ରା ପ୍ରଦର୍ଶନରେ ସୁଧାର ଆଣିଲେ ଭାରତ ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି ହେବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ଶୁବମନ ଗିଲ୍‌, ଲୋକେଶ ରାହୁଲ (ଉପଅଧିନାୟକ ଓ ଉଇକେଟକିପର), ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ବାଲ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ନବଦୀପ ସଇନି, ଶାର୍ଦ୍ଦୁଳ ଠାକୁର ଓ ଟି. ନଟରାଜନ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡେଭିଡ୍‌ ଓ୍ବାର୍ନର, ଷ୍ଟିଭ ସ୍ମିଥ୍‌, ମାର୍ନସ ଲାବୁସେନ, ଗ୍ଲେନ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ୍‌, ଆଲେକ୍ସ କାରେ (ଉଇକେଟ କିପର), ପ୍ୟାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହାଜେଲଉଡ, ସିନ ଆବୋଟ, ଆଷ୍ଟନ ଅଗର, କାମେରନ ଗ୍ରୀନ, ମୋଇସେସ୍‌ ହେନେରିକ୍ସ, ଆଣ୍ଡ୍ର୍ୟୁ ଟାଏ, ଡାନିଏଲ୍‌ ସାମ୍ସ ଓ ମାଥ୍ୟୁ ଓ୍ବେଡ୍‌ (ଉଇକେଟକିପର)।
ମ୍ୟାଚ୍‌ ଆରମ୍ଭ: ସକାଳ ୯.୩୦
ଭେନ୍ୟୁ: ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ
ପ୍ରସାରଣ: ସୋନୀ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

କିମ୍ସ ଡାକ୍ତରଙ୍କୁ ବଡ଼ ସଫଳତା: ୧୦ ମାସ ଶିଶୁର ଖାଦ୍ୟ ନଳୀରୁ ବାହାରିଲା ପିନ୍‌

ଭୁବନେଶ୍ୱର, ୨୧ା୮:ରାଉରକେଲାର ଜଣେ ୧୦ ମାସର ଶିଶୁ ଭୁଲ୍‌ବଶତଃ ଏକ ଧାତବ ପିନ୍‌ ଗିଳିଦେବା ପରେ ତାହା ଖାଦ୍ୟନଳୀରେ ଅଟକିଯାଇଥିଲା। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଡାକ୍ତରମାନେ ଆଡ୍‌ଭାନ୍ସ…

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri