ୟୁକ୍ରେନ୍‌ରେ ଆଖି ବୁଜିଲେ ଆଉ ଜଣେ ଭାରତୀୟ ଛାତ୍ର

କ୍ୱିଭ,୨।୩: ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ବୁଧବାର  ପ୍ରାଣ ହରାଇଛନ୍ତି। ତାଙ୍କର ମୃତ୍ୟୁ କୌଣସି ବୋମା କିମ୍ବା ମିସାଇଲ ମାଡ଼ରେ ହୋଇନାହିଁ, ବରଂ ସେ ହୃଦ୍‌ଘାତରେ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ସୂଚନାରୁ ଜଣାପଡ଼ିଛି।

ପ୍ରାଣ ହରାଇଥିବା ଛାତ୍ର ହେଲେ ଚନ୍ଦନ ଜିନ୍ଦଲ। ତାଙ୍କ ବୟସ ୨୨ ଓ ଘର ପଞ୍ଜାବରେ। ସେ ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ। ହଠାତ୍‌ ସେ ଷ୍ଟ୍ରୋକର ଶିକାର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚନ୍ଦନ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ପରିବାରଲୋକେ ଏନେଇ ଅବଗତ ହେବା ପରେ ତାଙ୍କ ମୃତଦେହକୁ ଆଣିବା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।

କହିରଖୁଛୁ, ମଙ୍ଗଳବାର ଖର୍କିଭ୍‌ରେ ବୋମା ମାଡ଼ ଯୋଗୁ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିଲେ। ସେ ୟୁକ୍ରେନ୍‌ର ଖର୍କିଭ ନ୍ୟାଶନାଲ ମେଡିକା ୟୁନିଭର୍ସିଟିରେ ଡାକ୍ତରୀ ପଢ଼ୁଥିଲେ। ତାଙ୍କ ମୃତ୍ୟୁ ଦେଇ ଭାରତର ବହିର୍ବ୍ୟପାର ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, TVK ସରକାରରେ ମିଳିଲା ବଡ଼ ପଦବୀ

ଚେନ୍ନାଇ,୧୨।୫: ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ପ୍ରଥମେ ତିନି ବର୍ଷ ପୂର୍ୱେ ପ୍ରତିଷ୍ଠିତ ତାଙ୍କ ଦଳ ସହିତ ନିର୍ୱାଚନରେ ଏକ ବଡ଼ ବିଜୟ ହାସଲ କରି ହଇଚଇ ସୃଷ୍ଟି…

ଇଟାଲୀ, ୟୁଏଇ, ସ୍ୱିଡେନ…ମୋଦିଙ୍କ ଏହି ୫ଟି ଦେଶ ଗସ୍ତ ସ୍ଥାନରେ ୫୦୦ ଭାରତୀୟ ଟଙ୍କାର ମୂଲ୍ୟ କେତେ?

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୫ ରୁ ମେ ୨୦ ମଧ୍ୟରେ ପାଞ୍ଚଟି ଦେଶ ଗସ୍ତରେ ଯିବେ। ଏହି ଗସ୍ତ ସଂଯୁକ୍ତ ଆରବ ଏମିରେଟ୍ସ (UAE)…

NEET- UG ୨୦୨୬ ପରୀକ୍ଷା ବାତିଲ: ବର୍ଷିଲେ ରାହୁଲ, ମୋଦିଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୧୨।୫: NEET-UG ୨୦୨୬ ପରୀକ୍ଷା ବାତିଲକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଏବଂ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଭ୍ରଷ୍ଟ…

ପଞ୍ଚାୟତ,ପୌର ନିର୍ବାଚନ ପୂର୍ବରୁ ଭାଜପାର ରଣନୀତି : ନୀତିନ ନବୀନଙ୍କ ଗସ୍ତକୁ ନେଇ ମନମୋହନ କହିଲେ…

ଭୁବନେଶ୍ୱର, ୧୨/୫ : ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ଭାଜପା ମୁଖ୍ୟାଳୟରେ ଆୟୋଜିତ ଜିଲାସ୍ତରୀୟ ପ୍ରଶିକ୍ଷଣ…

ଟ୍ରାକ୍ଟର-ଅଟୋ ମୁହାଁମୁହିଁ ଧକ୍କା; ନାବାଳକ ସମେତ ୩ ଗୁରୁତର, ଜଣେ ମୃତ

ଚିକିଟି,୧୨।୫(ପ୍ରକାଶଚନ୍ଦ୍ର ସାହୁ): କେ ନୂଆଗାଁ ଥାନା ଅନ୍ତର୍ଗତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ମଙ୍ଗଳବାର ଟ୍ରାକ୍ଟର- ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଯୁବକଙ୍କୁ ଆକ୍ରମଣ କଲା ଭାଲୁ, ଅବସ୍ଥା ଗୁରୁତର

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଛେତଗାଁ ଗ୍ରାମରେ ଅଭାବନୀୟ ଘଟଣା । କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର…

ଦହିବରା ଦେକାନରେ ବସିଥିବା ବେଳେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ୬ ଦୁର୍ବୃତ୍ତ, ବଞ୍ଚାଇବାକୁ ଯାଇ ହଣା ଖାଇଲେ ଦୋକାନୀ

ବାରଙ୍ଗ,୧୨।୫(ଲିଙ୍ଗରାଜ ରାଉତ): ପୁଣି ଅଶାନ୍ତ ହେଲା ବାରଙ୍ଗ। ଦିନ ଦ୍ବିପହରରେ ବାରଙ୍ଗରେ ବୁଲିଲା ଖଣ୍ଡା । ଖଣ୍ଡା ଚୋଟରେ ତିନି ଯୁବକ ଗୁରୁତର ଆହତ ହୋଇଥିବା ବେଳେ…

ତାଲିବାନୀ ସଜ୍ଜା! ପ୍ରଥମେ ଅଧା ଚୁଟି କାଟିଦେଲେ, ୧୧-୧୨ ବର୍ଷ ବୟସର ପିଲାଙ୍କୁ ବଳପୂର୍ବକ ବିବାହ କଲେ

ପାଟନା,୧୨।୫: ବିହାରର କଟିହାର ଜିଲାରୁ ଏକ ଖବର ଆସିଛି ଯାହା କେବଳ ସାମାଜିକ ମର୍ଯାଦାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି ନୁହେଁ ବରଂ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri