Posted inଜାତୀୟ

ଚାଇନା କମ୍ପାନୀରେ ମାଧବୀଙ୍କ ନିବେଶ

ନୂଆଦିଲ୍ଲୀ,୧୫ା୯: ଭାରତର ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଓ ତାଙ୍କ ସ୍ବାମୀ ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ ମୂଲ୍ୟ ଜାଲିଆତିରେ ସମ୍ପୃକ୍ତ ଦରିଆପାରି ସଂସ୍ଥାରେ ପୁଞ୍ଜିନିବେଶ କରିଥିବା ଆମେରିକୀୟ ଗବେଷଣା ସଂସ୍ଥା ହିଣ୍ଡେନବର୍ଗ ପ୍ରକାଶ କରିବା ପରେ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟେରେଷ୍ଟ ଅଭିଯୋଗ ଆସିବାରେ ଲାଗିଛି। ପଡୋଶୀ ଚାଇନା ସହ ଭାରତର ଭୂରାଜନୈତିକ ଉତ୍ତେଜନା ଲାଗିରହିଥିବାବେଳେ ସେହି ଦେଶର ବିଭିନ୍ନ କମ୍ପାନୀ ସମେତ ଭାରତ ବାହାରେ ମାଧବୀ ବିପୁଳ ପୁଞ୍ଜିନିବେଶ କରିଥିବା କଂଗ୍ରେସ ଶନିବାର ସାନି ଅଭିଯୋଗ ଆଣିଛି। ପ୍ରକାଶିତ ହୋଇ ନ ଥିବା ମୂଲ୍ୟସମ୍ବେଦୀ ସୂଚନା ପାଖରେ ଥାଇ ସେବି ଅଧ୍ୟକ୍ଷା ତାଲିକାଭୁକ୍ତ ସିକ୍ୟୁରିଟିଗୁଡ଼ିକରେ କାରବାର କରୁଥିଲେ ବୋଲି କଂଗ୍ରେସ କହିଛି।
ବରିଷ୍ଠ କଂଗ୍ରେସ ନେତା ପଓ୍ବନ୍‌ ଖେରା ଉପରୋକ୍ତ ଅଭିଯୋଗ ଆଣି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ମାଧବୀ ଭାରତ ବାହାରେ ବିପୁଳ ପୁଞ୍ଜିନିବେଶ କରିଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ କି? ଯଦି ହଁ, ତେବେ ନିବେଶ ତାରିଖ ଓ ଏହାକୁ ସର୍ବସାଧାରଣରେ ପ୍ରକାଶ କରିବା ସମୟ କେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଇନା ସହ ଭାରତର ଉତ୍ତେଜନା ଲାଗିରହିଥିବାବେଳେ ସେବି ଅଧ୍ୟକ୍ଷା ସେଠାର କମ୍ପାନୀରେ ପୁଞ୍ଜିନିବେଶ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ କି ବୋଲି ଖେରା ଜାଣିବାକୁ ଚାହିଁଛନ୍ତି।

ସୂଚନାଯୋଗ୍ୟ, ବିରୋଧୀ ଦଳ କ୍ରମାଗତ ଭାବେ ସେବି ଅଧ୍ୟକ୍ଷାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଆସୁଥିବାବେଳେ ମାଧବୀ ଓ ତାଙ୍କ ସ୍ବାମୀ ଧବଳ ବୁଚ୍‌ ଏହାକୁ ଭିତ୍ତିହୀନ କହି ଖଣ୍ଡନ କରିଆସିଛନ୍ତି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାକୁ ପରାମର୍ଶ ସେବା ଯୋଗାଉଥିବା ଆଗୋରା ଆଡଭାଇଜରି ପ୍ରା. ଲିଃରେ ମାଧବୀଙ୍କର ୯୯ ପ୍ରତିଶତ ଅଂଶଧନ ରହିଥିବା କଂଗ୍ରେସ ଅଭିଯୋଗ କରିଥିବାବେଳେ ବୁଚ୍‌ ଦମ୍ପତି ଶୁକ୍ରବାର ଏହାକୁ ଖଣ୍ଡନ କରିଥିଲେ। ମାଧବୀ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ମାମଲାରେ ମଧ୍ୟସ୍ଥତା କରୁଥିବାବେଳେ ତାଙ୍କ ସ୍ବାମୀ ଉକ୍ତ ସଂସ୍ଥାରୁ ୪.୭୮ କୋଟି ଟଙ୍କା ଗ୍ରହଣ କରିଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଅନ୍ୟପକ୍ଷରେ ମାଧବୀ ସେବିରେ ଯୋଗଦେବା ପରେ ମହିନ୍ଦ୍ରା ଗ୍ରୁପ୍‌, ଆଗୋରା ଆଡଭାଇଜରି, ଆଗୋରା ପାର୍ଟନର୍ସ, ଟାଇମ୍ସ ଅଫ୍‌ ଇଣ୍ଡିଆ ପିଡିଲାଇଟ୍‌, ଡ. ରେଡିସ୍‌, ଆଲଭାରେଜ୍‌ ଆଣ୍ଡ ମାର୍ସାଲ, ସେମ୍ବକର୍ପ, ଭିସୁ ଲିଜିଙ୍ଗ କିମ୍ବା ଆଇସିଆଇସିଆଇ ବ୍ୟାଙ୍କ ସହ ସମ୍ପୃକ୍ତ କୌଣସିି ଫାଇଲ କଦାପି ଡିଲ୍‌ କରି ନ ଥିବା ବୁଚ୍‌ ଦମ୍ପତି ଏକ ବିବୃତିରେ କହିଥିଲେ। ସୂଚନାଯୋଗ୍ୟ, ସେବି ଅଧ୍ୟକ୍ଷାଙ୍କ ବିରୋଧରେ ବିଭିନ୍ନ ସଂସ୍ଥା ଅଭିଯୋଗ ଆଣିବା ସତ୍ତ୍ୱେ ସେ ବହୁ ସପ୍ତାହ ହେଲା ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଆସୁଥିବା ନେଇ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ବୁଧବାର ପ୍ରଶ୍ନ ଉଠାଇବାରୁ ଶୁକ୍ରବାର ମାଧବୀ ଓ ଧବଳ ବୁଚ୍‌ ଗଣମାଧ୍ୟମକୁ ଆସି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?