ଶାନ୍ତିର ସନ୍ଧାନ

ଶାନ୍ତି କିଏ ନ ଚାହେଁ ? ହେଲେ ପାଆନ୍ତି କେତେଜଣ? ଏ ପ୍ରଶ୍ନ ଯୁଗ ଯୁଗ ଧରି ଅସମାହିତ ରହିଆସିଛି; କାରଣ ଶାନ୍ତିର ମାର୍ଗ ଅସ୍ପଷ୍ଟ ଯାହା ଏକ ବ୍ୟକ୍ତିଗତ ବ୍ୟାପାର ହେଲେ ବି ସାମଗ୍ରିକ ସ୍ଥିତି ଉପରେ ନିର୍ଭରଶୀଳ। ଅନେକଙ୍କର ଧାରଣା ସୁଖ ହିଁ ଶାନ୍ତିର ମୁଖ୍ୟ ଉତ୍ସ। କିନ୍ତୁ ସୁଖ ଓ ଶାନ୍ତି ଦୁଇଟି ଅଲଗା କଥା। ସୁଖରେ ଥିବା ଲୋକ ଅଶାନ୍ତିରୁ ମୁକ୍ତ ନୁହେଁ, ଶାନ୍ତିରେ ଥିବା ଲୋକ ସୁଖ ପଛରେ ଧାଏଁନା। ଏହାର ଏକ ବଳିଷ୍ଠ ଉଦାହରଣ ପୃଥିବୀର ସର୍ବଶ୍ରେଷ୍ଠ ଧନୀ ଷ୍ଟିଭ ଜବ୍ସଙ୍କ ଜୀବନ କାହାଣୀ। ଦୁରାରୋଗ୍ୟ ବ୍ୟାଧିର ଶିକାର ହୋଇ ମାତ୍ର ୫୨ ବର୍ଷ ବୟସରେ ଦେହତ୍ୟାଗ କଲାବେଳେ (୨୦୧୩) ସେ କହିଥିଲେ, ”ଧନ ବଳରେ ମୁଁ ସବୁ କିଛି ପାଇଛି, ଏପରି କିଛି ଜିନିଷ ନାହିଁ ଯାହା ମୋର ଅପ୍ରାପ୍ୟ। କିନ୍ତୁ ଏ ରୋଗରୁ ମୁକ୍ତି ପାଇଁ କିମ୍ବା ଆସନ୍ନ ମୃତ୍ୟୁକୁ କିଛି ସମୟ ପାଇଁ ଘୁଞ୍ଚେଇ ଦେବା ପାଇଁ ମୋର ସକଳ ଧନ ସଂପତ୍ତି ଅସମର୍ଥ। ଅତଏବ ଧନ ଯେ ସବୁ କିଛି ଦେଇପାରେ ଏହା ଭୁଲ୍‌“।
କେହି କେହି ଭାବନ୍ତି ପ୍ରାପ୍ତି ହିଁ ଶାନ୍ତି ପ୍ରଦାନ କରେ। ନିଜର ଈପ୍ସିତ ବସ୍ତୁ ମିଳିଗଲେ ଶାନ୍ତି ଆପେ ମିଳିଯାଏ। କିନ୍ତୁ ରାଜା ମିଦାସ ଓ କୃଷକ ପୋହାମଙ୍କ କଥା (ଟଲଷ୍ଟୟଙ୍କ କାହାଣୀ ହାଓ ମଚ ଲ୍ୟାଣ୍ଡ ଡଜ୍‌ ଏ ମ୍ୟାନ ନିଡ୍‌) ଟିକେ ମନେପକାନ୍ତୁ ତ!
ଜଣେ ନିଜ ଇଚ୍ଛା ମୁତାବକ ସୁନା ତ ପାଇଥିଲେ ହେଲେ ହରେଇଥିଲେ ନିଜର ଏକମାତ୍ର ଅଲିଅଳି କନ୍ୟାକୁ। ଅନ୍ୟ ଜଣକ ଯେତେ ଇଚ୍ଛା ଜମି ସଂଗ୍ରହ କରୁ କରୁ ନିଜର ଜୀବନ ହରେଇଥିଲେ। ସେଥିପାଇଁ ପ୍ରଖ୍ୟାତ ରୁଷ ଦାର୍ଶନିକ କାଉଣ୍ଟ ଲିଓ ଟଲଷ୍ଟୟ କହି ଯାଇଛନ୍ତି, ”ଏଭ୍ରି ପଜେଶନ ଇଜ୍‌ ୱାନ ୱିଥ୍‌ ଲସ୍‌“ ( ପ୍ରତ୍ୟେକ ପ୍ରାପ୍ତି ପଛରେ କିଛି ହରେଇବା ଥାଏ)। କାରଣ ପ୍ରାପ୍ତିର ପରିସର ଅସୀମ ଯାହାର ଆରମ୍ଭ ତ ଥାଏ କିନ୍ତୁ ଶେଷ ନ ଥାଏ। ତା’ ପଛରେ ଧାଇଁଲେ କେବଳ ଧାଇଁବା ହିଁ ସାର ହୁଏ। ଶାନ୍ତିରେ ଶେଷ ନିଃଶ୍ୱାସ ତ୍ୟାଗ କରିବା ପାଇଁ ଧାଉଁଥିବା ଅବସ୍ଥାରେ ମୃତ୍ୟୁ ଆସିଯାଏ। ହେଲେ ତା’ ପରେ ବି ଶାନ୍ତିର ସନ୍ଧାନ ଶେଷ ହୁଏନା ଏବଂ ପ୍ରେତକର୍ମ, ନୀରବ ପ୍ରାର୍ଥନା, ମହମବତି ପ୍ରଜ୍ୱଳନ, ଶୋଭାଯାତ୍ରା, ସମୂହ ଦୀପଦାନ, ସାମୂହିକ ତିଳତର୍ପଣ, ସ୍ମୃତିଚାରଣ, ପିଣ୍ଡ ଦାନ ଇତ୍ୟାଦି ମାଧ୍ୟମରେ ଦିବଂଗତ ଆତ୍ମାର ଶାନ୍ତି ପାଇଁ ପ୍ରଚେଷ୍ଟା କରାଯାଏ।
ଶାନ୍ତି ପାଇବା ପାଇଁ କେବେ କେବେ ଭୌତିକ କ୍ରିୟାର ସାହାରା ନିଆଯାଏ ଯଥା ଗୁଣି ଗାରେଡ଼ି, ଗ୍ରହଶାନ୍ତି, ଦରିଦ୍ର ନାରାୟଣ ସେବା, ଶକ୍ତି ପୀଠରେ ବଳିଦାନ, ଓଷା, ବାର, ବ୍ରତ, ବିଭିନ୍ନ ପୂଜାର୍ଚ୍ଚନା, ଧର୍ମାନୁଷ୍ଠାନ, ଯଜ୍ଞ, ଦାନ, ପଶୁପକ୍ଷୀଙ୍କର ହେପାଜତ, ବର ଓସ୍ତ ବିବାହ ଇତ୍ୟାଦି। ସେହିପରି ସେବା ପ୍ରଦାନ ଶାନ୍ତିର ଏକ ମାର୍ଗ ବୋଲି କେହି କେହି ସେଥିରେ ମନୋନିବେଶ କରନ୍ତି, କିନ୍ତୁ ସେଥିରେ ପ୍ରଚ୍ଛନ୍ନ ଭାବରେ ନିହିତ ସ୍ବାର୍ଥ ଓ ଅହଂଭାବ ଶାନ୍ତିକୁ ଅଶାନ୍ତିରେ ପରିଣତ କରିଦିଏ।
କେତେକଙ୍କର ବିଶ୍ୱାସ କ୍ଷମତା, ପ୍ରତିପତ୍ତି, ପ୍ରଭୁତ୍ୱ ଭଳି ପାର୍ଥିବ ବସ୍ତୁରେ ଶାନ୍ତି ଥାଏ; କିନ୍ତୁ ତ୍ରିପୁର ବିଜୟୀ ରାବଣ କିମା କ୍ଷମତାଲୋଭୀ ଦୁର୍ଯ୍ୟୋଧନ ଭଳି ଅନେକ ଦୃଷ୍ଟାନ୍ତ ଏହାର ବିରୋଧାଭାସ। ଏପରିକି ପାଶ୍ଚାତ୍ୟ ସାହିତ୍ୟର ଲୋକପ୍ରିୟ କବିତା ”ମିଲର୍‌ ଅଫ ଦ ଡି“ ର ବର୍ଣ୍ଣନା ଅନୁଯାୟୀ ନଦୀ କୂଳରେ ମନ ଉଲ୍ଲାସରେ ଗୀତ ଗାଉଥିବା ଏକ ଅଟାକଳର ମାଲିକକୁ ଦେଖି ସ୍ବୟଂ ବ୍ରିଟିଶ ରାଜା ହଲ୍‌ ତାକୁ ପ୍ରଶଂସା କରି କହିଥିଲେ, ”ହେ ମିଲ୍‌ ବାଲା ତୁମର ଟୋପି ମୋର ରାଜ ମୁକୁଟ ଏବଂ ତୁମର କଳ ମୋର ରାଜ୍ୟଠାରୁ ମୂଲ୍ୟବାନ। ତୁମଭଳି ଲୋକ ଇଂଲଣ୍ଡର ଗୌରବ“। ଅତଏବ ଶାନ୍ତି ଏକ ଆପେକ୍ଷିକ ଶବ୍ଦ ଯାହା ଖୋଜିଲେ ମିଳେନା, ନ ଖୋଜିଲେ ଅଜାଣତରେ ଆପେ ଆସିଯାଏ, ଯେପରି କ୍ଷୁଧାର୍ତ୍ତଟିଏ ପେଟ ଭରି ଖାଇଲା ପରେ, ତୃଷାର୍ତ୍ତଟିଏ ମନ ଭରି ପାଣି ପିଇଲା ପରେ, ରୋଗୀଟିଏ ଆରୋଗ୍ୟ ହେଲା ପରେ, ଉପରିସ୍ଥ କର୍ମ ଚାପରୁ ମୁକ୍ତି ଯଥା ମଳ ମୂତ୍ର ତ୍ୟାଗଜନିତ ଆଶ୍ୱସ୍ତି, କ୍ଳାନ୍ତି ପରେ ବିଶ୍ରାମ ମିଳିଲେ ଯେଉଁ ମାନସିକ ଉପଲବ୍ଧି ଅନୁଭୂତ ହୁଏ ତାହା ହିଁ ଶାନ୍ତିର କ୍ଷଣିକ ରୂପ ଯାହା ସଙ୍ଗେ ସଙ୍ଗେ ଉଭେଇ ଯାଏ, କାରଣ ଶାନ୍ତିର ମୁଖ୍ୟ ନିଦର୍ଶନ ହେଉଛି ଏହା ଅଳିକ। ନିରବଚ୍ଛିନ୍ନ ଶାନ୍ତି ଅସମ୍ଭବ। ଅନ୍ୟ ପକ୍ଷରେ ଏହା ଏକ ଆଭ୍ୟନ୍ତରୀଣ ସୂକ୍ଷ୍ମ ବିଭାବ ଯାହା କେବଳ ସାମୟିକ ଭାବରେ ହୃଦୟଙ୍ଗମ କରିହୁଏ। ନିଜ ଗର୍ଭରେ ଥିବା କସ୍ତୁରୀର ସୁଗନ୍ଧକୁ ବାରି ନ ପାରି ତା’ର ସନ୍ଧାନରେ ଇତସ୍ତତଃ ଧାଉଁଥିବା କୃଷ୍ଣସାର ଭଳି ମଣିଷର ଶାନ୍ତି ପ୍ରଚେଷ୍ଟା।

ଅଲେଖ ଚନ୍ଦ୍ର ମିଶ୍ର
ସାରଦାଶ୍ରୀ ୯୦୪, ଶାସ୍ତ୍ରୀ ନଗର ୟୁନିଟ୍‌-୪ ଭୁବନେଶ୍ବର, ମୋ:୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri