ସିଲ୍‌ ହେଲା ୨ ସିନେମା ହଲ୍‌

ରାୟଗଡ଼ା ଅଫିସ,୯ା୪: କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ସିନେମା ହଲ୍‌ ପରିସରରେ ଦର୍ଶକଙ୍କ ପ୍ରବଳ ଭିଡ଼ ଯୋଗୁ ରାୟଗଡ଼ାସ୍ଥିତ ଅଶୋକ ସିନେମା ହଲ୍‌ ଏବଂ ଉଦୟ ପ୍ଲାଜାକୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ୍‌ କରାଯାଇଛି। ଜିଲାରୁ ଲଗାତର ୧୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଶୁକ୍ରବାର ୧୫ ପଜିିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି। ଏଭଳି ପରିସ୍ଥିତିରେ ଏକ ତେଲୁଗୁ ଚଳଚ୍ଚିତ୍ର ରିଲିଜ୍‌ ଯୋଗୁ ଶୁକ୍ରବାର ଦୁଇ ସିନେମା ହଲ୍‌ ପରିସରରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏପରି କି ମାସ୍କ ଓ ସାମାଜିକ ଦୂରତା ମଧ୍ୟ ରହି ନ ଥିଲା। ଏ ବିଷୟରେ ସୂଚନା ପାଇ ଜିଲାପାଳ ସରୋଜ କୁମାର ମିଶ୍ର ଏବଂ ଏସ୍‌ପି ବିବେକାନନ୍ଦ ଶର୍ମା ସେଠାରେ ପହଞ୍ଚିଥିଲେ। କୋଭିଡ୍‌ ଗାଇଡ୍‌ଲାଇନ ଖିଲାପ ହେଉଥିବା ଦେଖି ଦୁଇ ସିନେମା ହଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରିଥିଲେ। ରାଜ୍ୟ ସରକାର ହଲ୍‌ରେ ୫୦ ପ୍ରତିଶତ ଦର୍ଶକଙ୍କ ପାଇଁ ଅନୁମତି ଦେବା ସହ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ରାୟଗଡ଼ାଠାରେ ସମସ୍ତ ନିୟମ ଉଲ୍ଲଂଘନ କରାଯାଇଥିଲା। ତେଣୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ବଢ଼ାଇଛି ଦାଦନ ପରିବାରର ଦୁଃଖ: କ୍ଷୀର ବଦଳରେ ଚିନି ପାଣି ପିଇ ଶିଶୁପୁତ୍ର ଅସୁସ୍ଥ, ସ୍ବେଚ୍ଛାସେବୀଙ୍କ ପ୍ରଚେଷ୍ଟା ପରେ ମାଗଣାରେ ଚିକିତ୍ସା କଲେ ଡାକ୍ତର

ବରଗଡ଼ ଅଫିସ୍‌,୧୦।୪: ଲକ୍‌ ଡାଉନ୍‌ ପରେ ଦାଦନ ଶ୍ରମିକଙ୍କ ସମସ୍ୟା ବଢ଼ି ଯାଇଛି । ସେମାନଙ୍କ ସାଙ୍ଗରେ ରହିଥିବା ପିଲାଛୁଆଙ୍କ ଅବସ୍ଥା ଆହୁରି ବିପନ୍ନ ହୋଇ...

ପାଣିଟାଙ୍କିକୁ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଦେଓଗାଁ,୧୧ା୪(ଡି.ଏନ୍‌.ଏ.): ପ୍ରେମରେ ବିଫଳ ହେବା ପରେ ବଲାଙ୍ଗୀର ଜିଲା ଦେଓଗାଁ ଥାନା କୁଠୁର୍ଲା ଗାଁର ଜଣେ ଯୁବକ ସୋମବାର ସକାଳେ ଓଭରହେଡ୍‌ ପାଣିଟାଙ୍କି ଉପରକୁ ଚଢ଼ି...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଧାମନଗର,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ବନ୍ଧଟିଆ ଗ୍ରାମର ରବିନ୍ଦ୍ର ବେହେରା(୨୨)ଙ୍କର ମୃତଦେହ ନିକଟସ୍ଥ ପୋଖରୀରୁ ବୁଧବାର ସକାଳେ ଉଦ୍ଧାର ହୋଇଛି। ମଙ୍ଗଳବାର ରାତିରୁ ରବିନ୍ଦ୍ର ନିଖୋଜ...

ଚିକିଛା ଲାଗି ଟଁକା ଅଭାବ୍‌: କର୍କଟ ରୋଗ୍‌ରେ ପୀଡ଼ିତ ସମୀର

ଗୁଡ଼ଭେଲା, ୧୭।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ଡାକ୍‌ତରଖାନା ପାସେ ଗୁଟେ ଘର ଭଡ଼ା ନେଇ ରହୁଛନ୍‌ ସମୀର ଖାନ୍‌(୪୫)। ପାଖାପାଖି ବଛ୍‌ରେ ହେଲା...

ଏମ୍‌କେସିଜି ଶିଶୁ ରୋଗ ବିଭାଗରେ ୪ ପିଜି ସିଟ୍‌ ବୃଦ୍ଧି

ବ୍ରହ୍ମପୁର ଅଫିସ,୨୮/୬: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି)ମେଡିକାଲ କଲେଜର ଶିଶୁ ବିଭାଗ ପିଜି ସିଟ ବୃଦ୍ଧି କରାଯିବା ନେଇ ସୋମବାର ଜାତୀୟ ଭେଷଜ ପରିଷଦ(ଏନ୍‌ଏମ୍‌ସି)ର ଜଣିକିଆ ପ୍ରତିନିଧି...

ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ଭଦ୍ରକ ଅଫିସ,୧।୧୦: ଭଦ୍ରକ ପଞ୍ଚାୟତ ସମିତି ଓ ଭଦ୍ରକ ପୌରପାଳିକା ପକ୍ଷରୁ ମଙ୍ଗଳବାର ଟାଉନହଲ ପରିସରରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି।...

ସୁଆର ମହାସୁଆର ନିଯୋଗ ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ ସରିଲା, ଆଜି ପ୍ରତ୍ୟାହାର

ପୁରୀ ଅଫିସ, ୨୭ା୭: ଆସନ୍ତା ଅଗଷ୍ଟ ୧୦ ତାରିଖରେ ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୨୧ ତାରିଖରେ ନାମାଙ୍କନପତ୍ର...

ସରକାରୀ ପିଆଜ ଦର ଦର୍ଶାଇଲା ବିଭାଗ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ରାଜ୍ୟରେ ପିଆଜ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ତଳେ ସମାନ ସ୍ଥିତି ଉପୁଜିବା କାରଣରୁ ଲୋକଙ୍କୁ ନାହିଁ ନ ଥିବା...

Advertisement
Archives

Model This Week