ବେଆଇନ ଭ୍ରୂଣ ନିରୂପଣ କେନ୍ଦ୍ର ସିଲ୍‌

ବ୍ରହ୍ମପୁର ଅଫିସ,୨୮ା୫: ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲିରେ ଏକ ଘରେ ଦୀର୍ଘବର୍ଷ ଧରି ବେଆଇନ ଭାବେ ଗର୍ଭସ୍ଥ ଶିଶୁଙ୍କ ଲିଙ୍ଗ ନିରୂପଣ କରାଯାଉଥିଲା। ଏହି ସୂଚନା ମିଳିବା ପରେ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଗୁରୁବାର ସନ୍ଧ୍ୟାରେ ସେଠାରେ ଚଢ଼ାଉ କରାଯାଇଥିଲା। ଶୁକ୍ରବାର ଉକ୍ତ ବେଆଇନ କେନ୍ଦ୍ରକୁ ପୋଲିସ ସିଲ୍‌ କରିଛି। ସେଠାରୁ ୨ଟି ଅଲଟ୍ରାସାଉଣ୍ଡ ମେଶିନ, ଅଲଟ୍ରାସାଉଣ୍ଡ ବେଳେ ବ୍ୟବହୃତ ଜେଲ୍‌, ୧୮,୨୦୦ ଟଙ୍କା ଓ ଅନ୍ୟ ଜରୁରୀ କାଗଜାତ ଜବତ ହୋଇଛି। ଭ୍ରୂଣ ନିରୂପଣ କେନ୍ଦ୍ରର ମୁଖ୍ୟ ତଥା ଆଙ୍କୁଲି ଆନନ୍ଦନଗରର ଦୁର୍ଗାପ୍ରସାଦ ନାୟକ, ଖଲ୍ଲିକୋଟ ଅଞ୍ଚଳର ଜଣେ ଆଶାକର୍ମୀ, ଦୁଇ ଦଲାଲ ଓ ନିଗମ ନଗରର ଅକ୍ଷୟ ଦଳାଇ ଓ କୁକୁଡ଼ାଖଣ୍ଡିର ହରିମୋହନ ଦଳାଇଙ୍କ ସମେତ ୧୩ ଜଣଙ୍କୁ ଗିରଫ କରାଯାଇଛି। ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଶ୍ରବଣା ବିବେକ ଏମ. ଏହି ସୂଚନା ଦେଇଛନ୍ତି।
ମାଷ୍ଟରମାଇଣ୍ଡ ଦୁର୍ଗାପ୍ରସାଦ ଜଣେ ଲାବ ଟେକ୍ନିସିଆନ। ସେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରନ୍ତି। ଏପରିକି ମହିଳାଙ୍କ ଗର୍ଭପାତ ମଧ୍ୟ କରିଥାନ୍ତି। ଭ୍ରୂଣ ନିରୂପଣ ପାଇଁ ଜଣପିଚ୍ଛା ୧୫ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିଲା। ବିଭିନ୍ନ ଲାବ, ଘରୋଇ କ୍ଲିନିକ ଓ ଗ୍ରାମାଞ୍ଚଳରୁ ଗର୍ଭବତୀଙ୍କୁ ଏହି କେନ୍ଦ୍ରକୁ ଆଣିବାରେ ଅକ୍ଷୟ ଓ ହରିମୋହନ ସହଯୋଗ କରୁଥିଲେ। ଗୁରୁବାର ସନ୍ଧ୍ୟାରେ ଚଢ଼ାଉ ବେଳେ ୧୧ ଜଣ ମହିଳା ରହିଥିଲେ। ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆଶାକର୍ମୀ ରୀନା ପ୍ରଧାନ ୨ଜଣ ମହିଳାଙ୍କୁ ସେମାନଙ୍କ ଶିଶୁର ଲିଙ୍ଗ ନିରୂପଣ ପାଇଁ ଆଣିଥିଲେ ବୋଲି ସେ କହିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ଯେଉଁମାନେ ଏହାର ତଦନ୍ତ ପରିସରଭୁକ୍ତ ହେବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। ଗିରଫ ୧୨ ଜଣିଆ ଗ୍ୟାଙ୍ଗରେ ସହରର କେତେକ କ୍ଲିନିକର ଟେକ୍ନିସିଆନ ଥିବା ସେ କହିଛନ୍ତି। ବୈଦ୍ୟନାଥପୁର ପୋଲିସ ମାମଲା ନଂ.୧୬୪/୨୨ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri