ମୃତକଙ୍କ ଚିତ୍କାର, ସରକାରୀ ବାବୁ ମତେ ଜୀବିତ କର…

ଆଗ୍ରା, ୩।୮ : ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଜୀବିତ ହୋଇ ମଧ୍ୟ ସରକାରୀ କାଗଜ ପତ୍ରରେ ମୃତ ଘୋଷିତ। ନାମ ହେଉଛି ଗଙ୍ଗା ସିଂ। ବୟସ ୮୦ ବର୍ଷ। ଠିକଣା ମୌଜା ଜାଫରପୁର, ମୈନପୁରୀ। ଏହା ହେଉଛି ଏକ ତିକ୍ତ ସତ୍ୟ ଯାହା ସରକାରୀ କାର୍ଯ୍ୟର ବେପରୁଆ ଚେହେରାକୁ ପ୍ରକାଶ କରୁଛି। କିନ୍ତୁ ଉତ୍ତରପ୍ରଦେଶର ସରକାରୀ ବିଭାଗ ଭୁଲକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି।

କାଗଜପତ୍ରରେ ମୃତ ଲିପିବଦ୍ଧ ହୋଇଥିବା ବ୍ୟକ୍ତିମାନେ ନିଜକୁ ଜୀବନ୍ତ କରିବାକୁ ଚିତ୍କାର କରୁଛନ୍ତି। ସରକାରୀ ବିଭାଗର ଦ୍ୱାରରୁ ଦ୍ୱାର ବୁଲିବା ପରେ ପୀଡିତ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଛନ୍ତି। କୃଷକ ଗଙ୍ଗା ସିଂଙ୍କର ଦୁଇ ଜଣ ପୁଅ ଅଛନ୍ତି। ଗଙ୍ଗା ସିଂ ତାଙ୍କ ସ୍ତ୍ରୀ ହୋମଶ୍ରୀ ଏବଂ ପୁଅମାନଙ୍କ ସହିତ ମିଳିମିଶି ରୁହନ୍ତି। ସେ ଚାଷ ଜମି, ବୃଦ୍ଧାବୃଦ୍ଧ ପେନସନ ଏବଂ କିଷାନ ସମ୍ମାନ ନିଧି ଟଙ୍କାରୁ ଜେଣତେଣ ଚଳନ୍ତି। ଜୁଲାଇ ୩ ରେ ଯେତେବେଳେ ଗଙ୍ଗା ସିଂ ପେନସନ ଆଣିବା ପାଇଁ ସହରରେ ଅବସ୍ଥିତ ବ୍ୟାଙ୍କରେ ପହଞ୍ଚିଥିଲେ, ସେତେବେଳେ ବ୍ୟାଙ୍କ କର୍ମଚାରୀ ତାଙ୍କ ଟଙ୍କା ଆସିବା ବନ୍ଦ ହୋଇଥିବା କହିଲେ।

ବିବ୍ରତ ଗଙ୍ଗା ସିଂ ସାମାଜିକ କଲ୍ୟାଣ କାର୍ଯ୍ୟାଳୟକୁ ଗଲେ। ଗଙ୍ଗା ସିଂଙ୍କ ଅନୁଯାୟୀ, ଯେତେବେଳେ କର୍ମଚାରୀ କମ୍ପ୍ୟୁଟରରେ ପାସବୁକ ଏବଂ ଆଧାର କାର୍ଡ ନମ୍ବର ପ୍ରବେଶ କରିଥିଲେ, ସେତେବେଳେ ରେକର୍ଡରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା।

ସାମାଜିକ କଲ୍ୟାଣ ବିଭାଗର କର୍ମଚାରୀମାନେ ଏହି କାର୍ଯ୍ୟ ନଗର ପଞ୍ଚାୟତର ବୋଲି କହି ମାମଲାକୁ ଏଡ଼ାଇ ଯାଇଥିଲେ। ଏହା ପରେ ଗଙ୍ଗା ନଗର ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ଅନେକ ଥର ଯିବା ପରେ କର୍ମଚାରୀମାନେ କହିଥିଲେ ଯେ ଭୁଲ ହେତୁ ତାଙ୍କ ନାମ ମୃତକଙ୍କ ତାଲିକାରେ ସ୍ଥାନ ପାଇଛି। ଶୀଘ୍ର ଏହା ଟିକ୍‌ କରାଯିବ। ମାତ୍ର ଏକ ମାସ ପରେ ମଧ୍ୟ ଗଙ୍ଗା ସିଂ ସରକାରୀ କାଗଜପତ୍ରରେ ମୃତ ହୋଇ ରହିଛନ୍ତି।
ଗଙ୍ଗା ସିଂ କହିଛନ୍ତି ଯେ ଏହି ସମୟ ମଧ୍ୟରେ ସେ ଅଭିଯୋଗ ସହିତ ଅନେକ ଅଧିକାରୀଙ୍କ ନିକଟକୁ ଯାଇଥିଲେ, କିନ୍ତୁ କେହି ଶୁଣିଲେ ନାହିଁ। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ଏକ ଚିଠି ପଠାଇଛନ୍ତି ଯେ ତାଙ୍କୁ ଜୀବନ୍ତ ଘୋଷଣା କରାଯାଉ। କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପ୍ରାୟ ଦେଢ଼ମାସ ପୂର୍ବେ ସରକାରୀ ଯୋଜନାର ଯୋଗ୍ୟ ବ୍ୟକ୍ତିଙ୍କ ଉପରେ ଏକ ସର୍ଭେ ହୋଇଥିଲା। ବୃଦ୍ଧାବୃଦ୍ଧ ପେନସନ, ବିଧବା ପେନସନ, ଭିନ୍ନକ୍ଷମ ପେନସନ ଇତ୍ୟାଦି ପାଇଁ ଏହା କରାଯାଇଥିଲା। ଏହି ସର୍ଭେରେ ନାଗର ପଞ୍ଚାୟତ କର୍ମଚାରୀ ଗଙ୍ଗା ସିଂଙ୍କୁ ମୃତ ବୋଲି ଦର୍ଶାଇଥିଲେ। ଗଙ୍ଗା ସିଂ କହିଛନ୍ତି ଯେ ସରକାରୀ ଯୋଜନାରୁ ମିଳୁଥିବା ଟଙ୍କା ଯୋଗୁ ସେ ଏବଂ ତାଙ୍କ ସ୍ତ୍ରୀ ବଞ୍ଚିଛନ୍ତି। ବର୍ତ୍ତମାନ ପେନନନ ବନ୍ଦ ଯୋଗୁ ସେମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ହର୍ମୁଜରେ ଅପମାନ ପରେ, ଇରାନ ଆମେରିକାକୁ ଦେଲା ନୂଆ ଅଲ୍ଟିମେଟମ; ବାବ ଅଲ-ମାଣ୍ଡେବ ଉପରେ ମଧ୍ୟ ରହିଛି ବିପଦ

ତେହରାନ,୪।୪: ଇରାନରୁ ଏକ ସଙ୍କେତ ଆସିଛି ଯାହା ସମଗ୍ର ବିଶ୍ୱରେ ଚିନ୍ତାକୁ ବୃଦ୍ଧି କରିଛି। ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତରରେ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

ଖଡ଼ିଛୁଆଁ, ପ୍ରବେଶ ଉତ୍ସବର ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୪ା୪(ବୀରକିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଛି। ଏହି ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଟଣା ମୁଖ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri