ବୈଜ୍ଞାନିକମାନେ ଦେଲେ ଆତ୍ମନିର୍ଭର ଭାରତର ପରିଚୟ: ମୋଦି

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇର ଅନ୍ତିମ ପର୍ଯ୍ୟାୟ ଆସି ପହଞ୍ଚିଛି। କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଭଳି ଦୁଇଟି ଟିକାକୁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ଟିକା ପ୍ରସ୍ତୁତିରେ ଲାଗିଥିବା ବୈଜ୍ଞାନିକମାନେ ଆତ୍ମନିର୍ଭର ଭାରତର ପରିଚୟ ଦେଇଛନ୍ତି। ଏହା ଅତ୍ୟନ୍ତ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ଡିସିଜିଆଇ ମଞ୍ଜୁରୀ ପରେ ଏବେ କରୋନା ମୁକ୍ତ ସ୍ବସ୍ଥ ଭାରତ ସମ୍ଭବ ହୋଇପାରିବ। ଟିକା ପ୍ରସ୍ତୁତିରେ ଦିନରାତି ପରିଶ୍ରମ କରିଥିବା ବୈଜ୍ଞାନିକ ଏବଂ ଗବେଷକଙ୍କୁ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲଗାତାର ୩ଟି ଟୁଇଟ୍‌ କରି ଏଭଳି କହିଛନ୍ତି। କରୋନା ଲଢ଼େଇରେ ଜୀବନକୁ ବାଜି ଲଗାଇ କରୋନା ଯୋଦ୍ଧା ସାଜିଥିବା ଡାକ୍ତର, ମେଡିକାଲ ଷ୍ଟାଫ୍‌, ପୋଲିସ, ସଫେଇ କର୍ମଚାରୀ ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ସେ ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷେ ବିଦେଶ ଯାଇପାରିଲେନି ମୋଦି

ନୂଆଦିଲ୍ଲୀ,୨୫ା୧୧: ବିଦେଶ ଗସ୍ତକୁ ନେଇ ଚର୍ଚ୍ଚାରେ ରହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ଦେଶ ବାହାରକୁ ଯାଇପାରିଲେ ନାହିଁ। ୨୦୨୦ରେ କରୋନା ଭାଇରସ୍‌ ତାଙ୍କ ବିଦେଶ...

ରାଫାଲକୁ ଚଢ଼େଇ ଭୟ !

ଅମ୍ବାଲା, ୨।୯: ଶତ୍ରୁ ପକ୍ଷଙ୍କର ଧ୍ୱଂସ କରିବାକୁ ସକ୍ଷମ ଥିବା ଯୁଦ୍ଧ ବିମାନ ରାଫାଲ ପାଇଁ ଚଢ଼େଇ ଏବେ ବିପଦ ପାଲଟିଛନ୍ତି। ହରିୟାଣାର ଅମ୍ବାଲା ଏୟାରବେସ୍‌ରେ...

ବଞ୍ଚିଥିବାବେଳେ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଥିଲେ, ମୃତ୍ୟୁ ପରେ ୮ ଜଣଙ୍କୁ ଦେଲେ ନୂଆ ଜୀବନ

ଥିରୁଭାନନ୍ତପୁରମ୍‌,୨୨।୭: କିଛି ଲୋକ ପୃଥିବୀକୁ ଅନ୍ୟକୁ ସହାୟତା ଦେବାକୁ ଆସିଥାନ୍ତି। ସେମିତି ଜଣେ ଯୁବକ ଥିଲେ ଅନୁଜିଥ୍‌। ୨୭ ବର୍ଷୀୟ ଏହି ଯୁବକ ଜଣଙ୍କ ନିଜ...

ଝାଡ଼ଖଣ୍ଡରେ ଭୂକମ୍ପ ଝଟ୍‌କା

ରାଞ୍ଚି,୨୧।୮: ଝାଡ଼ଖଣ୍ଡର ସାହିବଗଞ୍ଜ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଭୂକମ୍ପ ଅନୁଭୂତ...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୧ କରୋନା ପଜିଟିଭ: ୩୩୫୨୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୩।୨(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଆଜି ୭୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ...

ଚିଟ୍‌ଫଣ୍ଡ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୮: ଚିଟ୍‌ଫଣ୍ଡ (ସଂଶୋଧନ) ବିଲ୍‌, ୨୦୧୯ ପାର୍ଲାମେଣ୍ଟରେ ଆଗତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ବିଲ୍‌ ପାସ୍‌ ହେଲେ...

ଭାରତ ଫେରିବେନି କେରଳର ୪ ମହିଳା ଆଇଏସ୍‌ ଆତଙ୍କବାଦୀ…

ନୂଆଦିଲ୍ଲୀ,୧୨।୬: ଆଫଗାନିସ୍ତାନର ଜେଲ୍‌ରେ ଥିବା କେରଳର ୪ ମହିଳା ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀଙ୍କୁ ଭାରତ ଫେରାଇ ଆଣାଯିବ ନାହିଁ। ଏହି ମହିଳା ଆତଙ୍କବାଦୀମାନେ ଆଫଗାନିସ୍ତାନର ଜେଲରେ...

ଅଷ୍ଟ୍ରିଚ୍‌ ଭଳି ତୁମେ ମୁହଁ ପୋତିପାରିବ

ନୂଆଦିଲ୍ଲୀ,୫ା୫: ତୁମେ ଅଷ୍ଟ୍ରିଚ୍‌ (ଓଟପକ୍ଷୀ) ଭଳି ବାଲିରେ ମୁଣ୍ଡ ପୋତିପାରିବ। କିନ୍ତୁ ଆମେ ପାରିବୁ ନାହିଁ ବୋଲି ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ଦିଲ୍ଲୀ...

Advertisement


Archives

Model This Week

Why Dharitri